Advertisment

Andhra Police in Odisha: ଆନ୍ଧ୍ରରେ ହଜିଲେ, ଓଡ଼ିଶାରେ ଖୋଜୁଛନ୍ତି ବାପା

ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍‌ ପ୍ରଥମେ ବିଜୟନଗରମ୍‌ ଷ୍ଟେସନ୍‌ ଯାଇ ଖୋଳତାଡ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Student

Student

ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ ୧୩ ବର୍ଷୀୟ ଛାତ୍ର । ହେଲେ ସ୍କୁଲ୍‌ ଗଲେ ନାହିଁ। ଗତ ୪ ଦିନ ହେଲା ତାଙ୍କର ଠିକଣା ଖୋଜୁଛନ୍ତି ପରିବାର ଲୋକେ। ମୋବାଇଲ୍‌ ଲୋକେସନ୍‌ ମିଳିବା ପରେ ତାଙ୍କୁ ଓଡ଼ିଶାରେ ଖୋଜୁଛନ୍ତି ତାଙ୍କ ବାପା । ସାଥୀରେ ଆନ୍ଧ୍ର ପୋଲିସ୍‌କୁ ଧରି ସେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଅଞ୍ଚଳର ଏ ଗାଁରୁ ସେ ଗାଁ ଘୁରି ବୁଲୁଛନ୍ତି। ତଥାପି ହଜିଲା ପୁଅକୁ ପାଉନାହାନ୍ତି ବାପା ମୋହନ ଭନାକର।

Advertisment

ମୋହନ ଭନାକରଙ୍କ ଘର ସିକନ୍ଦରାବାଦରେ। ତାଙ୍କ ପୁଅ ଉତ୍କର୍ଷ କନାକର ବିଜୟନଗରମରେ ଥିବା ଏକ ସୈନିକ ସ୍କୁଲରେ ପାଠ ପଢ଼ନ୍ତି। କିଛି ଦିନ ତଳେ ସେ ଛୁଟିରେ ଘରକୁ ଆସିଥିଲେ। ଗତ ୧୯ ତାରିଖରେ ସେ ସ୍କୁଲ ଫେରିବାର ଥିଲା। ତେଣୁ ତାଙ୍କ ବାପା ତାଙ୍କୁ ନାଗାବଳୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ାଇ ଥିଲେ। ଟ୍ରେନ୍‌ରେ ସେ ଯାଇ ବିଜୟନଗରମ୍‌ ଷ୍ଟେସନ୍‌ରେ ଅପରାହ୍ନ ପ୍ରାୟ ୧ଟା ବେଳେ ଓହ୍ଲାଇଥିଲେ। ହେଲେ ସ୍କୁଲ ଯାଇନଥିଲେ। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଘରର ପୁଅ ନିଖୋଜ ଖବର ପାଇବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ନିଜ ବନ୍ଧୁ ବାନ୍ଧବଙ୍କ ଘରକୁ ଫୋନ୍‌ କରି ଉତ୍କର୍ଷଙ୍କ ବିଷୟରେ ପଚାରିଥିଲେ। ହେଲେ କୌଣସି ସୂଚନା ପାଇନଥିଲେ।

ଅଧିକ ପଢ଼ନ୍ତୁ: କ୍ଲାସ୍‌ରୁ ଉଠି ଆସି ତୃତୀୟ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍‌ ପ୍ରଥମେ ବିଜୟନଗରମ୍‌ ଷ୍ଟେସନ୍‌ ଯାଇ ଖୋଳତାଡ କରିଥିଲା। ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କଲା ବେଳେ ଟ୍ରେନ୍‌ରୁ ଉତ୍କର୍ଷ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା। ହେଲେ ଷ୍ଟେସନ୍‌ରୁ କେଉଁ ଆଡେ ଗଲେ, ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ତେଣୁ ପୋଲିସ ଉତ୍କର୍ଷଙ୍କ ମୋବାଇଲ୍‌ ଟ୍ରାକ୍‌ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ନିଷ୍ପତ୍ତି ଖୁବ୍‌ ଶୀଘ୍ର

ପୋଲିସ୍‌ ଉତ୍କର୍ଷଙ୍କ ମୋବାଇଲ୍‌ ଟ୍ରାକ୍‌ କଲା ବେଳେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳରେ ଲୋକେସନ୍‌ ମିଳିଥିଲା। ତା’ପରେ ଏକ ପୋଲିସ୍‌ ଟିମ୍‌ ବୁଧବାର ବିଳମ୍ୱିତ ରାତିରେ ବଡ଼ମାଳରେ ପହଞ୍ଚିଥିଲା। ଆଉ ଜଗତମାତା ସ୍କୁଲ୍‌ ପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ଏଥିସହ ଉତ୍କର୍ଷଙ୍କ ମୋବାଇଲ ପାଇଥିବା ରେଳ ବିଭାଗର ଜଣେ ଚତୁର୍ଥ ଶ୍ରେଣୀଙ୍କୁ ଧରିଥିଲା। ତାଙ୍କଠାରୁ ମୋବାଇଲ୍ ଜବତ କରିଥିଲା। ରେଳ କର୍ମଚାରୀଙ୍କ କହିବା ଅନୁସାରେ ସିଏ ମୋବାଇଲ୍‌ଟିକୁ ରେଳ ଟ୍ରାକ୍‌ରୁ ପାଇଥିଲେ। ତେଣୁ ପୋଲିସ୍‌ ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନପାଇ ନିରାଶ ହୋଇଛି।

ସେପଟେ ଅସହାୟ ବାପା ପୁଅକୁ ନପାଇ ବଡ଼ମାଳ ଅଞ୍ଚଳର ଏ ଗାଁରୁ ସେ ଗାଁ ଘୁରି ବୁଲୁଛନ୍ତି। ପୁଅ ଫଟୋ ଦେଖାଇ ଗାଁ ଲୋକଙ୍କୁ ପଚାରୁଛନ୍ତି। ହେଲେ ସମସ୍ତଙ୍କଠାରୁ ନିରାଶର ବାଣୀ ଶୁଣିବାକୁ ପାଉଛନ୍ତି।

Student Student Missing Student Missing Case
Advertisment
Advertisment