• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Arun Sahoo
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ।

bus 1
ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି ।

ISKON Devotee
ଇସ୍କନ ଭକ୍ତଙ୍କୁ ରଥଟଣା ଦେଖାଇବା ମହଙ୍ଗା ପଡ଼ିଲା, ସିଲ୍‌ ହେଲା ବିଲ୍ଡିଂ

ରଥଯାତ୍ରା ସମୟରେ କଟକଣା ଉଲଘଂନ ଅଭିଯୋଗରେ ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନ ବିଲ୍ଡିଂ । ପୁରୀ ବଡ ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

Unlock
ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌, ବିୟୁଟି ପାର୍ଲର-ସ୍ପା-ଜିମ୍-ସେଲୁନ୍ ଖୋଲିବାକୁ ମିଳିଲା ଅନୁମତି

ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।  ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ ।

aiims
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।

Pradip Purohit
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପୂର୍ବରୁ ବିଜେପିର ୮ ଦାବି

ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି ।

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।

BJP protest On Electric BILL
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ, ୭ ଦିନ ଯାଏଁ ଚାଲିବ

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Congress Rally
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।

Ajay Bhalla
କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ

କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍‌ କରାଯାଇଛି ।

Cycle
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି

lightening
ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ

ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।

covaxin
ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ

admission
ଯୁକ୍ତ ଦୁଇରେ ଆଡ୍‌ମିଶନ୍‌ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର, ବଢ଼ିବ ସିଟ୍‌ ସଂଖ୍ୟା

ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

BJD New Party Office
ହଠାତ୍‌ ନୂଆ କାର୍ଯ୍ୟାଳୟ ଚିନ୍ତା କାହିଁକି ? ବିଜେପି ସହ ପ୍ରତିଯୋଗୀତା ନା ଭବିଷ୍ୟତ ରାଜନୀତି ?

ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି ।

dgp
ଏମ୍‌ସରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି

କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।

Union Minister
ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍

Ratha Yatra
ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । 

gopalpur sea beach
ଏଣିକି ପୁରୀ ବିଚ୍‌ରେ ମିଳିବ ମଦ, ରହିବାକୁ ହେବ ଘର; ଓଟିଡିସି କରିବ ବ୍ୟବସ୍ଥା

ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

Niroj Mishra
ରାଜ୍ୟରେ ୫ ଜିଲ୍ଲାରେ କମୁନି ସଂକ୍ରମଣ

ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ  ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ ।

Corona Status Report
ରାଜ୍ୟର କରୋନା ସ୍ଥିତି ନେଇ ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍‌

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ ।

Puri Sankaracharya
ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି, ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ କ୍ରିଷନ କୁମାର

ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।

soumya
ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।

Aseema Panda
ସୋସିଆଲ ମିଡ଼ିଆରେ ଭାଇରାଲ ଖବର ମିଛ, ଜୀବିତ ଅଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା

କେବଳ ଏତିକି ନୁହେଁ ବରଂ କୌଣସି ବଡ଼ ଗଣମାଧ୍ୟମ ସଂସ୍ଥା ଏମିତି ଖବର ପରିବେଷଣ କରୁନାହାନ୍ତି, ତେଣୁ ଦୟାକରି ଏପରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। ବର୍ତ୍ତମାନ ମୋ ପରିବାରର ଖରାପ ସମୟ ପଡ଼ିଛି