Advertisment

ବାଣୀବିହାରରେ ଉତ୍ତେଜନା: ରାତି ଅଧରେ ହଷ୍ଟେଲରେ ପଶି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Unrest At Utkal University Campus After Clash

Unrest At Utkal University Campus After Clash

ପୁଣି ବାଣୀବିହାରରେ ଉତ୍ତେଜନା। ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗଣ୍ଡଗୋଳ ପରେ ହଷ୍ଟେଲ ପଶିରେ ଦୁର୍ବୃତ୍ତମାନେ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଛନ୍ତି। ଏଥିରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛ।

Advertisment

ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରୁଛି। ଏବେ ବି କ୍ୟାମ୍ପସ ପରିସରରେ ଚାପା ଉତ୍ତେଜନା ଲାଗି ରହି ଥିବାବେଳେ ଛାତ୍ରମାନେ ଗୋଦାବରୀଶ ହଷ୍ଟେଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ପିଜି କାଉନସିଲ୍ ଅଧ୍ୟକ୍ଷ ନିଜେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। 

ଅଣଛାତ୍ର ପଶି ଏ କାଣ୍ଡ ଭିଆଛନ୍ତି ନା ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି, ତାର ଅନୁଧ୍ୟାନ ଚାଲିଛି। ତେବେ ଗଣ୍ଡଗୋଳର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିନାହିଁ।

Advertisment
Utkal University
Advertisment
Advertisment