• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Panchayat Election
ବଦଳିବ ପଞ୍ଚାୟତ ନିର୍ବାଚନ ଚିତ୍ର; ମିଳିବନି ମଦ, ବଢ଼ିପାରେ ଭୋଟ ଗ୍ରହଣ ସମୟ

ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ ।

Pradeep Majhi
ରାହୁଲଙ୍କଠୁ ନବୀନଙ୍କ ଯାଏଁ ! ଜିଲ୍ଲା ପରିଷଦରୁ ସାଂସଦ; ପ୍ରଦୀପଙ୍କ ପଲିଟିକାଲ କ୍ୟାରିୟର, କିଛି ଆଶା କିଛି ସ୍ୱପ୍ନ...

ଦିନେ ବିଜେଡି ଓ ନବୀନଙ୍କ ବିରୋଧରେ ଗର୍ଜୁଥିଲେ, ଆଜି ଶଙ୍ଖ ଫୁଙ୍କିଲେ। ଦିନେ ରାହୁଲ ଆଣିଥିଲେ ରାଜନୀତିକୁ, ରଖିଥିଲେ କୋର୍ କମିଟିରେ। ଆଜି ସେଇ ହାତକୁ କହିଲେ ବାଏ ବାଏ। ଆଉ ହାତରେ ଧରିଲେ ବିଜେଡି ଶଙ୍ଖ।

Bisheswar Tudu
ସୁଦାମ ମାରାଣ୍ଡିଙ୍କ କନ୍‌ଫିଡେନ୍ସ ନାହିଁ, ତେଣୁ କୋଟିଆ ବିବାଦ ସମାଧାନ ହେଉନି: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ ।

Baijayanta Panda
ବିଦେଶରେ ଫଶିଥିବା ଓଡ଼ିଆ ପରିବାକୁ ଉଦ୍ଧାର ପାଇଁ ବୈଜୟନ୍ତ ଲେଖିଲେ ଚିଠି

ପୁଣି ଏକ ଓଡ଼ିଆ ପରିବାରକୁ ବିଦେଶରୁ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସିଙ୍ଗାପୁରକୁ ଚିଠି ଲେଖିଲେ ଶ୍ରୀ ପଣ୍ଡା ।

Aparajita Snarangi
ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ପରାମର୍ଶ, ନିୟମ ମାନିଲେ ଟଙ୍କା ମିଳିବ..

ରିପୋର୍ଟ ଦେବାର ୫ ଦିନ ଭିତରେ କେନ୍ଦ୍ରରୁ ରିଲିଜ ହେଲା ଟଙ୍କା । କିନ୍ତୁ ଓଡ଼ଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଖାଲି ଚିଠି ଲେଖୁଛନ୍ତି କେନ୍ଦ୍ରକୁ ।

Contractual Salary
ଖୁସି ଖବର ! ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚଳିତ ମାସରୁ ମିଳିବ ବର୍ଦ୍ଧିତ ଦରମା

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା ।

Sasmit Patra
BJPକୁ ସସ୍ମିତଙ୍କ ପାଲଟା ଆକ୍ରମଣ, ଖାଲି ରାଜନୀତି…

ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ସସ୍ମିତ କହିଲେ ତୁଚ୍ଛା ରାଜନୀତି କରୁଛି ବିଜେପି ।

BUS Fare Reduced
ସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ବସ୍‌ ଭଡ଼ା

ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି । ତେଲ ଦର କମିବା ପରେ କମିଲା ବସ୍‌ ଭଡ଼ା ।

Accused Rupesh Panda Arrested
କାହିଁକି ଝିଅ ଡ୍ରେସ୍‌ ପିନ୍ଧି ପଡ଼ୋଶୀଙ୍କ ଘରେ ପଶିଥିଲା ଯୁବକ ? ସ୍ପଷ୍ଟ କଲା ପୋଲିସ୍‌

ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ଛୁରୀ, ଖେଳନା ବନ୍ଧୁକ ଓ ଝିଅଙ୍କ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ଅଭିଯୁକ୍ତ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ଅଭିଯୁକ୍ତ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।

politics
କମିଲା ତୈଳ ଦର: କେନ୍ଦ୍ରକୁ ବିଜେଡିର ଚେତାବନୀ, ସନ୍ତୁଷ୍ଟ ନୁହେଁ ରାଜ୍ୟ ବିଜେପି !

ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ ।

Petrol Rate
କେନ୍ଦ୍ର ପରେ ରାଜ୍ୟ କମାଇଲା ପେଟ୍ରୋଲ-ଡିଜେଲ ଦର, ୨୪ ଘଣ୍ଟାରେ ୮ ଟଙ୍କା ହ୍ରାସ

କେନ୍ଦ୍ର ପରେ ଓଡ଼ିଶା କମାଇଲା ପେଟ୍ରୋଲ ଡିଜେଲ୍ ରେଟ୍‌ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଦୀପାବଳି ଉପହାର ପରେ ଓଡ଼ିଶା ସରକାରଙ୍କ ଉପହାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର ।

Bhubaneswar Crime
କମିଶନରେଟ୍ ପୋଲିସକୁ ଖାତିର ନାହିଁ ! ଦିନ ଦ୍ୱିପହରେ ଘରେ ପଶି ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ, ଭିଡିଓ ଭାଇରାଲ..

ରାଜଧାନୀରେ ପୋଲିସକୁ ଡରୁ ନାହାନ୍ତି ଦୁର୍ବୃତ୍ତ । ଦିନ ହେଉ କି ରାତି, ଘରେ ପଶି ଖେଳାଉଛନ୍ତି ଆତଙ୍କ । ଏଭଳି ଦୁଇ ଦୁର୍ବୃତ୍ତଙ୍କ ଭିଡିଓ ଭାଇରାଲ ହୋଇଛି ।

Crocodile
ମାତିଛନ୍ତି ମଣିଷ ଖିଆ ମଗର, ୩ ମାସରେ ନେଲେଣି ୩ ଜୀବନ

ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ  ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ।

Bhubaneswar Double Murder
ସ୍ତ୍ରୀ-ପୁଅକୁ ହତ୍ୟା ପଛରେ ଋଣ ଭାର, ଘରେ ପଶି ମା’ ଝଅକୁ ଛୁରାମାଡ଼ ପଛରେ ବି ସେଇ ଋଣ ବୋଝ

ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ ।

Covid
କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା; ଆରମ୍ଭ ହେଲା ପ୍ରକ୍ରିୟା, ଜାଣନ୍ତୁ କ’ଣ ରହିଛି କ୍ରାଇଟେରିଆ

କୋଭିଡ୍ ଅନୁକମ୍ପା ରାଶି ଦେବା ନେଇ ପ୍ରକ୍ରିୟା ଆରମ୍ଭ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହିକ୍ରମରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ।

Diwali
ସବୁଜ ବାଣ ପୁଟାଇବାକୁ ଅନୁମତି ଅଛି, ହେଲେ ବ୍ୟବସାୟୀ ବିକ୍ରି କରିପାରୁ ନାହାନ୍ତି ! ଦୋକାନ ସବୁ ଉଭାନ୍‌..

ଦୀପାବଳି ଘଡ଼ିରେ ଅଦୃଶ୍ୟ ବାଣ ବଜାର । ଉତ୍ସବର ଠିକ୍ ଦିନକ ପୂର୍ବରୁ ମାର୍କେଟ୍‌ରୁ ବାଣ ଦୋକାନ ଗାଏବ । ନିକଟରେ ସରକାର କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ପରେ ଏହାକୁ ଫୁଟାଇ ଉତ୍ସବ ମନାଇବାକୁ ମନସ୍ଥ କରିଥିଲେ ଲୋକେ ।

Mamita Meher Murder Case
ଚିନ୍ତା ବଢ଼ାଇଲାଣି ମମିତା ହତ୍ୟା ମାମଲା, ଧୂଳିସାତ୍‌ ହୋଇଯିବ କି BJDର ପଶ୍ଚିମ ଓଡ଼ିଶା ଦଖଲ ସ୍ୱପ୍ନ ?

ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ?  ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍‌କା ଲାଗିଥିଲା ।

Mamita Meher
ମମିତା ହତ୍ୟା ଘଟଣା: ବିଜେଡିର ବଢ଼ୁଛି ଅଡ଼ୁଆ, ରାସ୍ତା ଘାଟରେ ମନ୍ତ୍ରୀ ହେଉଛନ୍ତି ହଟହଟା

ମହାଲିଙ୍ଗ୍ ସନ୍‌ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍‌ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍‌ଲା ।

Baijayanta Panda
‘ସବୁ ବିରୋଧୀ ମିଶିକି ଯେତିକି, ଏକା ବିଜେପି ସେତିକି’

ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା ।

Sanjeeb Sahoo
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।

Mamita Meher Murder Case
ବଢ଼ୁଛି ସନ୍ଦେହ ! ମହାଲିଙ୍ଗ କଲେଜର ଦୁଇ ଲେଡିଜ୍‌ ହଷ୍ଟେଲରେ ପଶିଲା ପ୍ରଶାସନ

ମହାଲିଙ୍ଗ କଲେଜ ହଷ୍ଟେଲ୍‌ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା ।

Bhakta Das
ରାଗିଗଲେ ଭକ୍ତ ଦାସ ! ତା କ୍ୟାରିଅର୍ ଗଢିଥିଲି, ସେ ଏମିତି କଲା..

ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା ।

Tara Prasad Bahinipati
ତାତିଲେ ତାରା, ହଠାତ୍‌ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ..

ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।

Bhubaneswar Double Murder
ଟଙ୍କା ସୁଝିବ କହିଥିଲା ସ୍ୱାମୀ, ହେଲେ ନିଜ ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କରିଦେଲା !

ଭୁବନେଶ୍ୱର ଡବଲ ମର୍ଡର ଘଟଣାର ବଡ଼ ଖୁଲାସା । ହତ୍ୟା ପଛରେ ଆର୍ଥିକ ସମସ୍ୟା ଆଉ ଋଣ ବୋଝ । ପରିବାରରେ ଆର୍ଥିକ ସମସ୍ୟା ଥିବାରୁ ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ ।

Pramod Bhagat
ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’

ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।