/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647445330.jpg)
Camera Man Manas Swain
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ, ସେ କାମ କରୁଥିବା ୱେବ ଚ୍ୟାନେଲ୍ ମାଲିକାଣୀଙ୍କ ସଂପୃକ୍ତି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତାଙ୍କ ବିରୋଧରେ ପ୍ରମାଣ ଥିବା ନେଇ ସ୍ପଷ୍ଟ କରିଛନ୍ତି ଚାନ୍ଦବାଲି SDPO । ମାମଲାରେ ଏଯାଏଁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମହିଳାଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ । ୱେବ୍ ଚ୍ୟାନେଲ୍ ମାଲିକାଣୀ ଏବେ ଫେରାର୍ ଥିବା ବେଳେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଛି ।
ତେବେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପଛର ଅସଲ କାରଣ କଣ ? କେବଳ ତାଙ୍କ ପାଖରେ ଥିବା କ୍ୟାମେରା ଚିପ୍ ନା ରହିଛି ଆଉ କିଛି ବଡ଼ ଗୁମର ? ପୋଲିସ ମାସେ ହେଲା ଏହି ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ମାନସ ପୂର୍ବରୁ କାମ କରୁଥିବା ୱେବ ଚ୍ୟାନେଲ ମାଲିକାଣୀଙ୍କ ସପୃକ୍ତି ନେଇ ସ୍ପଷ୍ଟ କରିଛି । ମାନସଙ୍କ ଅପହରଣ, ହତ୍ୟା ଓ ମୃତଦେହ ନଷ୍ଟ କରିବା ନେଇ ତାଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ଥିବା କହିଛନ୍ତି ଚାନ୍ଦବାଲି SDPO ।
ଏହି ମାମଲାରେ ମୋଟ୍ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଯାଏଁ ଗିରଫ ହୋଇଛନ୍ତି ୩ ଜଣ । ଅନ୍ୟ ଅଭିଯୁକ୍ତମାନଙ୍କ ଘର ଚିହ୍ନଟ କରାଯାଇଛି । ତେବେ ହତ୍ୟା ପଛର ପ୍ରକୃତ କାରଣ କଣ ସେ ଦିଗରେ ତଦନ୍ତକୁ ଜୋରଦାର୍ କରିଛି ପୋଲିସ୍ । ସେପଟେ ଘଟଣା ପ୍ରଘଟ ପରଠାରୁ ୱେବ ଚ୍ୟାନେଲ୍ ମାଲିକାଣୀ ଫେରାର୍ ହୋଇଯାଇଛନ୍ତି । ଝିଅର ଫୋନ୍ ସୁଇଚ୍ ଅଫ୍ ଥିବା ତାଙ୍କ ମାଆ କହିଛନ୍ତି ।
ଏୟାରଫିଲ୍ଡ ଥାନା ଅଂଚଳରେ ଥିବା ଦୟାଲ ଆଶ୍ରମକୁ ଚଳାଉଥିଲେ ସଂପୃକ୍ତ ମହିଳା । ଏଠାକୁ ବହୁ ପ୍ରଭାବଶାଳୀ ବ୍ୟକ୍ତି ଯିବା ଆସିବା କରୁଥିଲେ । ଏହି ଆଶ୍ରମର ଗ୍ରାଉଣ୍ଡ ଫ୍ଳୋରରେ ଅନ୍ତେବାସୀ ରହୁଥିବା ବେଳେ ଉପର ମହଲାରେ ବିଭିନ୍ନ ସମୟରେ ସୁଟିଂ କରାଯାଉଥିଲା । ତେବେ ଏଠାରେ କଣ ସୁଟିଂ ହେଉଥିଲା, ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଏହି ହତ୍ୟାକାଣ୍ଡ ପରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଜଟଣୀସ୍ଥିତ ବାପା ମା ସେବାଶ୍ରମକୁ ନିଆଯାଇଛି । ତେବେ ଏହି ରହସ୍ୟମୟ ଅପରାଧ ପଛର ପ୍ରକୃତ କାରଣ କଣ, ପୋଲିସ୍ ତାର କେବେ ଖୁଲାସା କରୁଛି ତାକୁ ହିଁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)