• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mayor

Mayor Salary Increase
ବଢ଼ିଲା ମେୟରଙ୍କ ଦରମା, ୮ ହଜାର ପାଉଥିଲେ ଏବେ ପାଇବେ ୫୦ ହଜାର

ମହାନଗର ନିଗମର ମେୟର ପୂର୍ବରୁ ୮ ହଜାର ଟଙ୍କା ଦରମା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

Subash Singh
ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ !

ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।

berhampur
'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'.. ଗୀତରେ ନାଚିଲେ ମେୟର

ଦାଣ୍ଡିଆ ନାଇଟରେ 'ହେ ନବୀନ ବାବୁ ଆମେ ତମ ଫ୍ୟାନ୍'..ଗୀତର ତାଳେ ତାଳେ ନାଚିଲେ ଖୋଦ୍ ବ୍ରହ୍ମପୁର ମେୟର

cuttack
‘ଜାଣିଶୁଣି.. ଏମାନେ କଟକକୁ ମରଣଯନ୍ତାରେ ପରିଣତ କରିଛନ୍ତି’

ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।

ULB Election
ସରିଲା ପୌର ଭୋଟ୍, ପ୍ରାୟ ୮ ବର୍ଷ ପରେ ସହରବାସୀ ଦେଇଛନ୍ତି ରାୟ

ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ଲାଗି ସିଧାସଳଖ ଭୋଟ୍ ହୋଇଥିବାରୁ ଭୋଟର୍ମାନେ ଏଥର ଦୁଇଟି ଲେଖାଏଁ ଭୋଟ୍ ଦେଇଛନ୍ତି ।

Ulb Election Violence
ପୌର ନିର୍ବାଚନ ବେଳେ ବି ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର

ପଞ୍ଚାୟତ ଭଳି ପୌର ନିର୍ବାଚନବେଳେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର । କେଉଁଠି ବୁଥ୍ ରିଗିଂ ତ କେଉଁଠି ଟଙ୍କା ବଣ୍ଟା ଉଦ୍ୟମ ବେଳେ ହୋଇଛି ଗଣ୍ଡଗୋଳ ସାଙ୍ଗକୁ ମାରପିଟ୍ ।

evm
ସାଂଘାତିକ ତ୍ରୁଟି ! EVMରେ ନାହିଁ ପ୍ରାର୍ଥୀଙ୍କ ନାଁ, ଭୋଟ ପଡ଼ିଲାଣି ୪୦୦

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍‌ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍‌ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।

GUPCHUP
ଦିନ ସାରା ଚେୟାରମ୍ୟାନ୍‌ ପ୍ରାର୍ଥୀ ହୋଇ କରୁଛନ୍ତି ପ୍ରଚାର, ସନ୍ଧ୍ୟାରେ ବିକୁଛନ୍ତି ଗୁପ୍‌ଚୁପ୍‌

ମହିଳା ଗୁପଚୁପ୍‌ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍‌ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ULB Polls
ULB Polls: ଏଥର ୨୨ ହଜାର ପୋଲିଂ କର୍ମଚାରୀ, ୪୦ ଲକ୍ଷ ୫୫ ହଜାର ଭୋଟର

ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

ULB Polls
ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର, ଦେଖାଦେଲେନି ହେଭିୱେଟ୍

ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାକୁ ଆଉ ଏ ଲଢ଼େଇ ନଥିବ । ହେଲେ ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ, ଏଯାଏଁ ପ୍ରଚାର ମୈଦାନ୍‌କୁ ଓହ୍ଲାଇ ନାହାନ୍ତି ସେଭଳି କୌଣସି ହେଭିୱେଟ୍ ।

ULB Polls
ପୌର ନିର୍ବାଚନ: ହେଭିୱେଟ୍‌ଙ୍କ ଦେଖା ନାହିଁ, ପୁଣି ବିଜେଡି କରିବ କି କ୍ଲିନ୍‌ ସ୍ୱିପ୍ ?

ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି ।

Berhampur ULB Polls
ବ୍ରହ୍ମପୁରରେ କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।

BMC Mayor
କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।

BMC
ଆସିଲା BMCର ଫାଇନାଲ ରିପୋର୍ଟ ! ମଇଦାନରେ ୧୨ ମେୟର- ୩୪୩ କର୍ପୋରେଟର ପ୍ରାର୍ଥୀ

ବିଏମ୍‌ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।

News Fuse । Congress Announces Madhusmita Acharya As Mayor Candidate For BMC
ଆଗେ ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି...

ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍‌ ପାଇବରେ ନାରଣ...

Bhubaneswar Mayor
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ?

ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍‌ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।

Bhubaneswar Mayor
ମେୟର ପାଇଁ ଅଙ୍କ କଷିଲେଣି ସବୁ ଦଳ, ବିଜେଡିରେ ବଢ଼ୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।