Advertisment

ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ

ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାରରୁ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ନିଖୋଜ ୨ ଦୃଷ୍ଟିହୀନ ଛାତ୍ରୀ। ମଥୁରା ଷ୍ଟେସନରୁ ରେଲ୍‌ୱେ ପୋଲିସ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Visually impaired students of RD Women’s University Rescued

Visually impaired students of RD Women’s University Rescued

ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାରରୁ ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ନିଖୋଜ ୨ ଦୃଷ୍ଟିହୀନ ଛାତ୍ରୀ। ମଥୁରା ଷ୍ଟେସନରୁ ରେଲ୍‌ୱେ ପୋଲିସ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବାକୁ କମିଶନରେଟ୍ ପୋଲିସ ୟୁପି ଯାଇଛି। ରମାଦେବୀ ବିଶ୍ୱବିଦ୍ୟାଳୟର୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ଘଟଣାକୁ ସହିଦନଗର ପୋଲିସ ସ୍ପଷ୍ଟ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। 

Advertisment

ଗତକାଲି ଦିନ ଦ୍ୱିପ୍ରହରରେ ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ହୋଇଯାଇଥିଲେ। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଥିଲା। ପରିବାର ଲୋକଙ୍କ ସୂଚନା ଆଧାରରେ ପୋଲିସ ତଦନ୍ତ ଚଳାଇଥିଲା। ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ହଷ୍ଟେଲରେ ରହୁଥିଲେ।

ଜଣେ ଛାତ୍ରୀଙ୍କ ଘରୁ ପୋଲିସ୍‌ ଚିଠି ଠାବ କରିବା ସହ ସେଥିରେ ଛାତ୍ରୀ ଜଣକ ବାହାରକୁ ଚାଲି ଯାଇଥିବା କଥା ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଜଣେ ଛାତ୍ରୀ ହଷ୍ଟେଲରେ ଏକ ଚିପ୍ ଛାଡି ଯାଇଛନ୍ତି। ଯେଉଁଥିରେ ସେ ହଷ୍ଟେଲ ଛାଡି ଚାଲିଯିବା କଥା ଉଲ୍ଲେଖ କରିଛନ୍ତି।

Advertisment
RD Women's University Student Missing
Advertisment
Advertisment