• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଜୋରସୋରରେ ଚାଲିଛି ରାଜନୈତିକ ଦଳଗୁଡ଼ିକର ପ୍ରଚାର । ପ୍ରଶାସନ ବି ପ୍ରସ୍ତୁତ । ମାର୍ଚ୍ଚ ୨୪ରେ ହେବାକୁ ଥିବା ପୌର ନିର୍ବାଚନ ମତଦାନ ଲାଗି ପ୍ରସ୍ତୁତି ଜୋର ଧରିଛି । ୧୦୬ ପୌରପାଳିକା, ଏନଏସି ଓ ତିନି ମହାନଗର ନିଗମରେ ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର ମତଦାନ କରିବେ । ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

୨୨ ତାରିଖ ସଂଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ । ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ମତଦାନ ଜାରି ରହିବ । ୨୬ ତାରିଖ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ଲାଗି ୧୯୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି ।

ତେବେ ପୌର ଭୋଟ୍ ପାଇଁ ଏବେ ପ୍ରଚାରରେ କମ୍ପୁଛି ସହର । ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ ସମସ୍ତେ ଲାଗିପଡ଼ିଛନ୍ତି ପ୍ରଚାରରେ । ଘରକୁ ଘର ବୁଲି ପ୍ରାର୍ଥୀ ଭୋଟରଙ୍କ ମନ କିଣିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ପ୍ରଚାର ମଇଦାନରେ ବି ଦେଖାଯାଉ ନାହାନ୍ତି ହେଭିୱେଟ୍‌ । ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦାକ ଆସିନଥିବା ବେଳେ ବିଜେପି କଂଗ୍ରସର ହେଭିୱେଟ୍‌ଙ୍କ ଦେଖା ନାହିଁ ।

ପଞ୍ଚାୟତ ଭଳି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପୌର ପ୍ରଚାରକୁ ଓହ୍ଲାଇବାର ନାହିଁ । ମନ୍ତ୍ରୀ, ବିଧାୟକଙ୍କୁ ଦିଆଯାଇଥିବା ଟାର୍ଗେଟ୍ ଅନୁଯାୟୀ ପ୍ରଚାରରେ ଲାଗି ପଡ଼ିଛନ୍ତି ନେତା । ଆଉ ସେମାନଙ୍କ ବିଶ୍ୱାସ, ନବୀନ ଗ୍ରାଉଣ୍ଡକୁ ନ ଓଲ୍ଲେଇଲେ ବି ପଞ୍ଚାୟତ ଭଳି କ୍ଲିନ୍ ସୁଇପ୍ ରହିବ ପ୍ରଦର୍ଶନ । ଗ୍ରାଉଣ୍ଡ ଲିଡର ମାନେ ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଯୋଜନାକୁ ନେଇ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି ।

ସେହିପରି ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି । ବାକିଥିବା ପ୍ରଚାର ପାଇଁ ମଧ୍ୟ ଧର୍ମେନ୍ଦ୍ର କିମ୍ବା ଅନ୍ୟ କେହି କେନ୍ଦ୍ରୀୟ ନେତା ଓଡିଶା ଆସିବାର ସମ୍ଭାବନା କ୍ଷୀଣ । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବର୍ତ୍ତମାନ ଦିଲ୍ଲୀ ପୌର ନିର୍ବାଚନରେ ଏବଂ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଣିପୁର ପ୍ରଭାରୀ ଦାୟିତ୍ୱରେ ବ୍ୟସ୍ତ ଥିବା ହେତୁ ସମୟ ଦେଇ ପାରୁ ନାହାନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ପ୍ରମୁଖଙ୍କ ନେତୃତ୍ୱରେ ଯାହା ପ୍ରଚାର ଚାଲିଛି ।

ସେପଟେ କଂଗ୍ରେସ ଅବସ୍ଥା ଆହୁରି ସାଂଘାତିକ । ଯୁଦ୍ଧ ପୂର୍ବରୁ ଅସ୍ତ୍ରତ୍ୟାଗ କରିବା ଭଳି ପ୍ରଚାରରେ ମୁରବୀଙ୍କ ଦେଖାନାହିଁ । ମୁଖିଆ ନିରଞ୍ଜନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ହେଲେ ପୌର ବେଳକୁ ଏଯାଏଁ ପ୍ରଚାର ପଡ଼ିଆରେ ପାଦ ରଖି ନାହାନ୍ତି ।