ଭୁବନେଶ୍ୱର ଉପକଣ୍ଠ ବାସୁଆଘାଇ ନିକଟସ୍ଥ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମହିଷାଖାଲ ଅଞ୍ଚଳର ଆଲୋକ ଜେନା। ହୋଲି ଦିନଠୁ ସେ ନିଖୋଜ ଥିଲେ। ଆଜି ସକାଳେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଆଲୋକଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ସୂଚନା ଅନୁସାରେ, ଶନିବାର ଦିନ ଆଲୋକ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ସେଇ ଦିନ ସାଙ୍ଗମାନେ ଆଲୋକଙ୍କ ଡ୍ରେସ୍ ନେଇ ତାଙ୍କ ପରିବାର ଲୋକଙ୍କୁ ଦେଇଥିଲେ। ଗାଧୋଇ ସାରି ଆଲୋକ ଘରକୁ ଫେରିବେ ବୋଲି ସାଙ୍ଗମାନେ କହିଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
ଆଜି ସକାଳୁ ଆଲୋକଙ୍କ ମୃତଦେହ ବାସୁଆଘାଇ ନିକଟସ୍ଥ କୁଆଖାଇ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଆଲୋକଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଆଲୋକଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।