କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଶର୍ମିଷ୍ଠାକୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନ ରିମାଣ୍ଡରେ ନେଇଛି ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ।
କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଜି ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ଼ କରିଛି । ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଛି ।
ମେମୋରି ଚିପ୍ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ ।
ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?
୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି ।
ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି ।