/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740322182.jpg)
Ration Card E-KYC Problem
ଦୁର୍ବଳ ଇଣ୍ଟରନେଟ୍ ସମସ୍ୟା ଏବଂ ପ୍ରଶାସନିକ ତତ୍ପରତାର ଅଭାବ ପାଇଁ ରାସନକାର୍ଡ ଇ-କେୱାଇସି ଅପଡେଟରେ ବେଶ୍ ପଛରେ ପଡ଼ିଛି ବଣ୍ଡାଘାଟି ଓ ମାଲକାନଗିରି ଜିଲ୍ଲା । ଗୋଟିଏ ପଟେ ଇ-କେୱାଇସି ଡେଡଲାଇନ୍ ସରି ସରି ଆସୁଥିବାବେଳେ ବଣ୍ଡାଘାଟିର ଅଧା ପାଖାପାଖି ଲୋକଙ୍କ ଇ-କେୱାଇସି ହୋଇପାରିନି । ଯାହାକୁ ନେଇ ସେମାନେ ଚିନ୍ତାରେ ରହିଛନ୍ତି ।
ଅପରପକ୍ଷେ ଜିଲ୍ଲା ୱାରି ତାଲିକାକୁ ଦେଖିଲେ ଏହି ପ୍ରକ୍ରିୟାରେ ମାଲକାନଗିରି ତଳ ଆଡୁ ଦ୍ବିତୀୟ ସ୍ଥାନରେ ଅଛି । ତେବେ ଏନେଇ ଯୋଗାଣ ବିଭାଗ ଅଧିକାରୀଙ୍କ କହିଛନ୍ତି କ୍ୟାମ୍ପ କରି ଯଥାଶୀଘ୍ର ଇ-କେୱାଇସି ଶେଷ କରାଯିବ । ଅନ୍ୟପଟେ ଇ-କେୱାଇସି ଗୋଲକ ଧନ୍ଦାରେ ଫସିଛନ୍ତି ବଣ୍ଡାଘାଟିର ଅପାଠୁଆ ମଣିଷ ।
ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ । ସୁଭଦ୍ରା ଯୋଜନାରେ ବଣ୍ଡା ଘାଟିର ମହିଳାମାନେ ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ସମସ୍ୟାରେ ଥିବା ବେଳେ ପୁଣି ରାସନକାର୍ଡ ବଞ୍ଚାଇବାକୁ ହିତାଧିକାରୀ ଇ-କେୱାସି ଅପଡେଟ୍ ପାଇଁ ହେଉଛନ୍ତି ହନ୍ତସନ୍ତ ।
ଅଧିକ ପଢ଼ନ୍ତୁ : 'କିଟ୍ରେ ଚାଲିଛି ସାମ୍ପ୍ରଦାୟିକ ବିଭେଦ': ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
ଅନେକଙ୍କର ରାସନକାର୍ଡ ଆଉ ଚାଲୁନଥିବା ବି ଅଭିଯୋଗ ଆସିଲାଣି । ମାଲକାନଗିରି ବଣ୍ଡାଘାଟିର ମୁଦୁଲିପଡ଼ା ପଞ୍ଚାୟତରେ ମୋଟ୍ ୪ ହଜାର ୫୫ ଜଣ ରାସନକାର୍ଡ ହିତାଧିକାରୀ ଥିବାବେଳେ ଇ-କେୱାଇସିରେ ମାତ୍ର ୨ ହଜାର ୩୯୪ ଜଣ ଅପଡେଟ୍ କରିପାରିଛନ୍ତି । ୧୬୬୧ ଜଣଙ୍କର ଡାଟା ଅପଡେଟ୍ ପାଇଁ ପେଣ୍ଡିଂ ରହିଛି ।
ପୁରା ଜିଲ୍ଲାର ତଥ୍ୟ ହିସାବକୁ ନେଲେ ମୋଟ୍ ୫ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀଙ୍କ ମଧ୍ୟରୁ ଅଦ୍ୟାବଧି ପ୍ରାୟ ୮୫ ପ୍ରତିଶତ ଅର୍ଥାତ୍ ୪ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ସରିଛି। ଜିଲ୍ଲାରେ ଆହୁରି ୧୫ ପ୍ରତିଶତ ଅର୍ଥାତ୍ ୮୨ ହଜାର ୭୭୮ ଜଣ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ସାରା ରାଜ୍ୟର ଇ-କେୱାଇସି ତଥ୍ୟକୁ ତର୍ଜମା କଲେ ଜିଲ୍ଲାୱାରି ଅପଡେଟ୍ ତାଲିକାରେ ୨୯ ନମ୍ବରରେ ରହିଛି ମାଲକାନଗିରି ।
ଅନ୍ୟପଟେ ଯୋଗାଣ ବିଭାଗ ଏନେଇ ଉତ୍ତର ରଖି କହିଛି କିଛି ଉପାନ୍ତ ଅଞ୍ଚଳରେ ମୋବାଇଲ ସେବା ନରହିବା । ଗାଁକୁ ଯୋଗାଯୋଗ ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଭାଗ ପକ୍ଷରୁ ସେ ସବୁ ସ୍ଥାନରେ ସ୍ପେଶାଲ କ୍ୟାମ୍ପ କରାଯାଇ କେୱାଇସି ଅପଡେଟ୍ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)