ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା ଚାଲିଛି । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।
ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ।
ନିର୍ବାଚନକୁ ହାତ ଗଣତି ଆଉ କିଛି ଦିନ । ଖୁବ ଶୀଘ୍ର ଲାଗିପାରେ ନିର୍ବାଚନ ଆଚରଣ ବିଧି । ତା ପୂର୍ବରୁ ବଦଳୁଛି ନେତାଙ୍କ ଆଚରଣ ଓ ଉଚ୍ଚାରଣ । ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ସୁବିଧା ସୁଯୋଗ ଦେଖି, ଦଳ ଡେଉଁଛନ୍ତି ନେତା । ବାସ୍, ନୂଆପଡା ଜିଲ୍ଳା ଖଡିଆଲ ରାଜନୀତିରେ ବି ସେମିତି ଏବେ ଘଡିକେ ଘୋଡା ଛୁଟୁଛି...
ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି ।
ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।
ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ ।
‘ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା’ । ‘୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ବିତୀୟ ସ୍ଥାନରେ’ ।
ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।
ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।
୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ ।
ରିପୋର୍ଟ ପ୍ରକାଶ କଲା ଏଡିଆର । ଜଣେ MLAଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି ।
ଚାପୁଡ଼ା ମାରି ବିଧାୟକଙ୍କ ଗାଲ ନାଲି କରିଦେଲେ ମହିଳା । ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯାଇଥିଲେ..ଅପମାନିତ ହୋଇ ଫେରିଲେ ।
ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା
ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।
ବଢିପାରେ ବିଧାୟକଙ୍କ ବେତନ..ବିଧାନସଭାର କମିଟି କଲା ସୁପାରିଶ..ଦରମା ଓ ଭତ୍ତା, ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ ହୋଇଛି
ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିର ସୁପାରିଶ । ପୂର୍ବତନ ବିଧାୟକଙ୍କ ପେନ୍ସନ୍ ଲକ୍ଷେ କରିବାକୁ ବି କମିଟି ପକ୍ଷରୁ ପ୍ରସ୍ତାବ ।
୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।
ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍ସନ୍ ୫୦ହଜାର ଦିଅ ।
ମାଟ୍ରିକ ପାସ୍ କରିବାର ଇଛା ମନରୁ ହଟି ନଥିଲା ବୋଲି କହିଥିଲେ ଅଙ୍ଗଦ।
ସରକାର ନ ଶୁଣିବାରୁ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ।
କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ।
ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।
ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l
ଦୋକାନ ବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା ।