କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର ।
ଶେଷ ହୋଇଛି ପୌର ଭୋଟ୍ । ନିର୍ବାଚନୀ ମୈଦାନରେ କିଏ ଜିତିଛି, କିଏ ହାରିଛି । ହେଲେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏମିତି କିଛି ବିରଳ, ଅସାଧାରଣ ପ୍ରାର୍ଥୀ, ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଜିମାତ୍ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବଢୁଛି କି ବିରୋଧୀଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି। ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି।
ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ ସୋସିଆଲ ମିଡିଆ ୟୁଜର କଡ଼ା ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ ଫଳଫଳ ବଦଳିବା ଆଶଙ୍କା କରିଛି ।
ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ଲାଗି ସିଧାସଳଖ ଭୋଟ୍ ହୋଇଥିବାରୁ ଭୋଟର୍ମାନେ ଏଥର ଦୁଇଟି ଲେଖାଏଁ ଭୋଟ୍ ଦେଇଛନ୍ତି ।
ପଞ୍ଚାୟତ ଭଳି ପୌର ନିର୍ବାଚନବେଳେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର । କେଉଁଠି ବୁଥ୍ ରିଗିଂ ତ କେଉଁଠି ଟଙ୍କା ବଣ୍ଟା ଉଦ୍ୟମ ବେଳେ ହୋଇଛି ଗଣ୍ଡଗୋଳ ସାଙ୍ଗକୁ ମାରପିଟ୍ ।
ପିପିଲିରେ ଏକ ବୁଥ୍ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଛି । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡ ୯ ନମ୍ବର ବୁଥ୍ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ବିପକ୍ଷ ଦଳର ଲୋକେ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।
ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।
ମହିଳା ଗୁପଚୁପ୍ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍ ଚର୍ଚ୍ଚା ଚାଲିଛି ।
ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାକୁ ଆଉ ଏ ଲଢ଼େଇ ନଥିବ । ହେଲେ ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ, ଏଯାଏଁ ପ୍ରଚାର ମୈଦାନ୍କୁ ଓହ୍ଲାଇ ନାହାନ୍ତି ସେଭଳି କୌଣସି ହେଭିୱେଟ୍ ।
ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି ।
ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।
ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।
ବିଏମ୍ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।
ଜାରି ରହିଛି ପୌର ନିର୍ବାଚନ ପ୍ରାର୍ଥିପତ୍ର ଯାଞ୍ଚ । ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରି ହେବ ନାମାଙ୍କନ ପତ୍ର । ହେଲେ ବିଜେଡି ପାଇଁ ଟେନସନ୍ ପାଲଟିଛନ୍ତି ବିଦ୍ରୋହୀ ପ୍ରାର୍ଥୀ । କେବଳ ୩ ମହାନଗର ନୁହେଁ ପୌର ପରିଷଦ ଓ ଏନଏସିଗୁଡିକରେ ବି ଦଳକୁ ଅଡୁଆ ହୋଇଛନ୍ତି ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ।
କଟକ ମହାନଗର ନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଧନୀ କିଏ ? କାହା ପାଖରେ କେତେ ସମ୍ପତ୍ତି ?
ବିଜେଡିକୁ ଏବେ ବିଦ୍ରୋହୀ ଅଡୁଆ । ପୌର ନିର୍ବାଚନରେ ଦଳୀୟ ଟିକଟ ପାଇନଥିବାରୁ ଭୁବନେଶ୍ୱର, କଟକ ଓ ବ୍ରହ୍ଣପୁର ମହାନଗର ନିଗମରେ ଅନେକ ଦଳୀୟ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇଛନ୍ତି । ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡ଼ିକରେ ବି ସମାନ ସ୍ଥିତି ।
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ ।
ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଏବେ ସାମ୍ନାକୁ ଆସୁଛନ୍ତି ମାଳ ମାଳ ବିଦ୍ରୋହୀ ପ୍ରାର୍ଥୀ । ଭୁବନେଶ୍ୱର ହେଉ କି କଟକ ଅବା ବ୍ରହ୍ମପୁର, ସବୁଠି ଖୋଲାଖୋଲି ଅସନ୍ତୋଷ ।
ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି ।