Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାଆ ଯମୁନା

ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି ।

author-image
Satyendu Shekher Mishra
Manas Swain & Jamuna Swain

Manas Swain & Jamuna Swain

କ୍ୟାମେରାମ୍ୟାନ ମାନସ ସ୍ୱାଇଁ, ଅପହରଣ ଓ ହତ୍ୟା ମାମଲା ଘଟଣାରେ ଆସିଲା ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ଯମୁନା ସ୍ୱାଇଁ । ଆମକୁ ନ୍ୟାୟ ଦିଅ କହି ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ । ୱେବ୍‌ ପୋର୍ଟାଲ ମାଲିକ ଶର୍ମିଷ୍ଠା ତଦନ୍ତ ପରିସରକୁ ଆସିପାରି ନଥିବାରୁ ହସ୍ତକ୍ଷେପ ଲୋଡ଼ିଲେ ।

Advertisment

ସେପଟେ ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି । ପରେ ମୋବାଇଲକୁ ପାଖରେ ଥିବା ପାନ ଦୋକାନୀକୁ ଦେଇଥିଲେ । ପୋଲିସ ପାନ ଦୋକାନୀଙ୍କ ଠାରୁ ମାନସଙ୍କ ମୋବାଇଲ ଉଦ୍ଧାର କରିଛି । ଏହି ମୋବାଇଲରୁ ହତ୍ୟାକାଣ୍ଡ ସଂପର୍କରେ ଆହୁରି କିଛି ତଥ୍ୟ ମିଳିବାର ସମ୍ଭାବନା ରହିଥିବା ଆଶା କରାଯାଉଛି ।

ଏବେ ବି ରହସ୍ୟ ଘେରରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା । ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କ ଫେରାରକୁ ନେଇ ବଢୁଛି ରହସ୍ୟ । ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ, ପୋଲିସର ତଦନ୍ତ ପରିସରକୁ ଆସିପାରି ନାହାନ୍ତି ଶର୍ମିଷ୍ଠା । ଯାହାକୁ ନେଇ ଏବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମାନସଙ୍କ ମାଆ ଯମୁନା । ଆମେ ଭୋଟ ଦେଇଛୁ, ଆମକୁ ନ୍ୟାୟ ଦିଅ ବୋଲି ଗୁହାରି କରିଛନ୍ତି ଯମୁନା । ସେପଟେ ମାମଲାରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ପୋଲିସ ତଦନ୍ତ ସାରିଛି । ଚାନ୍ଦବାଲି ପୋଲିସ, କମିଶନରେଟ ପୋଲିସ୍‌ର ସହାୟତା ମାଗିବା ସହ ହତ୍ୟାକାରୀଙ୍କୁ ବାନ୍ଧିବାକୁ ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇଛି ।

Advertisment

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଇସାରା କରୁଛି। କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରିରେ ରହସ୍ୟଜନକ ମେମୋରି ଚିପ୍ ଉପରେ କେନ୍ଦ୍ରୀଭୂତ ହେଉଛି, ପୋଲିସ ତଦନ୍ତର ଗତିବିଧି। ଅର୍ଥାତ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପାଇଁ ହିଁ ମାନସଙ୍କ ମୁଣ୍ଡ ଗଡ଼ିଥିବା ଆଶଙ୍କା। ସେହି ଆଶଙ୍କା ଏବେ ଦୃଢ଼ୀଭୂତ ହେଉଛି, ଏକ ୱେବ୍ ଚାନେଲ୍‌ର ପ୍ରତ୍ୟକ୍ଷଦର୍ଶୀ ଜର୍ଣ୍ଣାଲିଷ୍ଟ ଶରତ ଚନ୍ଦ୍ର ପଣ୍ଡାଙ୍କ ବୟାନରୁ। ଓଟିଭିକୁ EXCLUSIVE ତଥ୍ୟ ଦେଇ ଶରତ ବଖାଣିଛନ୍ତି ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଓ ମେମୋରିଚିପ୍‌ର କଥା।

ଫେବୃୟାରୀ ୬, ସମୟ ରାତି ପ୍ରାୟ ୧୦ଟା। ଜଣେ ମହିଳା ଓ ୩ ପୁରୁଷଙ୍କ ସହ ପ୍ରେସ ଲେଖାଥିବା ଏକ କାରରେ ଚାନ୍ଦବାଲି ଯାଇଥିଲେ ଶର୍ମିଷ୍ଠା। ପୂର୍ବ ପରିଚିତ ଦୃଷ୍ଟିରୁ ଶରତଙ୍କୁ ଡାକି ପଳାସପୁର ଗାଁ ରାସ୍ତା ସମ୍ପର୍କରେ ପଚାରିଥିଲେ। ଯେଉଁ ଗାଁକୁ ଏହି ବାହାଘର ସୁଟିଂ ପାଇଁ ଯାଇଥିଲେ ମାନସ। 

ତେବେ ରାତି ପାହିବା ପରେ ସହଯୋଗୀ କ୍ୟାମେରାମ୍ୟାନ୍ ଦେବାଶିଷ ଜେନାଙ୍କ ସହ ମାନସ ଫେରୁଥିଲେ। ତାପୂର୍ବରୁ ପଳାସପୁର ଗାଁ ନିକଟରେ ଶରତଙ୍କୁ ଧରି ଛକି ରହିଥିଲେ ଶର୍ମିଷ୍ଠା। ଆଉ ମାନସ ପହଞ୍ଚିବା କ୍ଷଣି ତାଙ୍କୁ ମେମୋରି ଚିପ୍ କଥା ପଚାରି ୨ ଚାପୁଡ଼ା ମାରିଥିଲେ। ଆଉ ମାନସକୁ କାରରେ ବସାଇ ନେଇଥିଲେ ୫ ଜଣ। 

Camera Man Manas Swain Manas Swain
Advertisment
Advertisment