Advertisment

ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।

author-image
Rajalaxmi Sahoo
 Compulsory Retirement

Compulsory Retirement

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି। ଏହି ୬ ସରକାରୀ ଅଧିକାରୀ ହେଲେ- ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି ସାମଲ,କରୁଣାକର ଘଡ଼ାଇ। 

Advertisment

ଏହାସହ ପୋଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକ, ନୂଆପଡ଼ା ACSO ରତ୍ନାକର ସେଠୀ, ଅନୁଗୁଳର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। 

ସୂଚନାଥାଉ କି, ପୋଲିସ୍ ଅଧିକାରୀ ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥ ମିଶ୍ରଙ୍କୁ ନିକଟରେ ଭିଜିଲାନ୍ସ ଗିରଫ କରିଥିଲା।ଭିଜିଲାନ୍ସ ରେଡ୍‌ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା। 

Advertisment
Compulsory Retirement Compulsory Retirement Odisha
Advertisment
Advertisment