Advertisment

କେତେ ଘଣ୍ଟା ଶୁଅନ୍ତି ମୋଦି ? ବଡ଼ ଖୁଲାସା କରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌

ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି । ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରି ହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି ।

author-image
Satyendu Shekher Mishra
BJP Leader Chandrakant Patil

BJP Leader Chandrakant Patil

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଥମୁନି ଚର୍ଚ୍ଚା । ମୋଦି ପ୍ରତ୍ୟେକ ଦିନ ଦେଶ ପାଇଁ ଏତେ ବ୍ୟସ୍ତ ରହୁଛନ୍ତି ଯେ, ଦିନକୁ ମାତ୍ର ୨ ଘଣ୍ଟା ଶୋଉଥିବା ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି । ଆଉ ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କ ଏହି ବୟାନକୁ ନେଇ ଏବେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି । ମହାରାଷ୍ଟ୍ର କୋହ୍ଲାପୁର ଉତ୍ତର ବିଧାନସଭା ଉପନିର୍ବାଚନରେ ‘ବିଜେପି’ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ସମୟରେ ଶ୍ରୀ ପାଟିଲ୍‌ କହିଛନ୍ତି, ପ୍ରତିଦିନ ପ୍ରଧାନମନ୍ତ୍ରୀ ମୋଦି ମାତ୍ର ୨ ଘଣ୍ଟା ଶୁଅନ୍ତି ଏବଂ ୨୨ ଘଣ୍ଟା କାମ କରନ୍ତି । କେବଳ ଏତିକି ନୁହେଁ ବରଂ ଆଦୌ ନ ଶୋଇ ଦେଶ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରିବାକୁ ଗୋଟାଏ ପରୀକ୍ଷା କରୁଛନ୍ତି ବୋଲି ମହାରାଷ୍ଟ୍ର ‘ବିଜେପି’ ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି ।

Advertisment

ଶ୍ରୀ ପାଟିଲ୍‌ ମଧ୍ୟ କହିଛନ୍ତି, ଆଦୌ ନ ଶୋଇବା ପାଇଁ ମଧ୍ୟ ସେ ପରୀକ୍ଷା ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି । ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରି ହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି । ଦେଶକୁ ସେ ଏତେ ମାତ୍ରାରେ ଭଲ ପାଆନ୍ତି ଯେ, ୨୪ ଘଂଟାରୁ ଗୋଟିଏ ଘଂଟା ରେଷ୍ଟ ନେବାକୁ ସେ ଚାହୁଁନାହାନ୍ତି । ଏହାସହ ପ୍ରତ୍ୟେକ ଦିନ ପ୍ରତି ରାଜ୍ୟରେ କଣ ହେଉଛି ? କେମିତି ସରକାର ଚାଲିଛି ? ସେନେଇ ଅପଡେଟ୍‌ ହୁଅନ୍ତି ମୋଦି ବୋଲି ସେ କହିଛନ୍ତି ।

ଏବେ ନୁହେଁ ବରଂ ଏହାପୂର୍ବରୁ ମଧ୍ୟ ମୋଦିଙ୍କ ଘଂଟାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା । ମୋଦି କେତେ ସମାୟୁନୁବର୍ତ୍ତୀର ସହ କାମ କରନ୍ତି ଏବଂ କାହିଁକି ସେ ବାମ ହାତରେ ଘଂଟା ପିନ୍ଧନ୍ତି ତାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା । କୁହାଯାଇଥିଲା କି ମୋଦି ପ୍ରତିଦିନ ଶହଶହ ଲୋକଙ୍କୁ ଭେଟନ୍ତି, ତେଣୁ ଆଲୋଚନା ମଧ୍ୟରେ ଅଧିକ ସମୟ ନଷ୍ଟ ନହେଉ ଏବଂ ସେ ଘଂଟାକୁ ବାରମ୍ବାର ଦେଖୁଛନ୍ତି ବୋଲି ସାମ୍ନା ଲୋକ ଯେମିତି ନଜାଣିପାରିବେ ସେଇଥିପାଇଁ ମୋଦି ବାମ ହାତରେ ଘଂଟା ପିନ୍ଧୁଥିବା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଥିଲେ । ସେ ଯାହା ବି ହେଉ, ଏବେ ଘଂଟା ପରେ ଶୋଇବାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି ।

Advertisment
PM Narendra Modi
Advertisment
Advertisment