• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାନସ ସ୍ୱାଇଁ ହତ୍ୟା ମାମଲାରେ ୨ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ପ୍ରସଙ୍ଗରେ OTVକୁ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା । କହିଲେ, ‘ଆପଣମାନେ ସତ୍ୟ କଣ ସବୁ ଜାଣିଛନ୍ତି । ବିଜେଡି ଗୋଟିଏ ଅତ୍ୟନ୍ତ ଶୃଙ୍ଖଳିତ ଦଳ । ଆମେ ଅନୁଶାସନ ଭିତରେ ରହି ବିଧିବ୍ୟବସ୍ଥା ମାନି ରାଜନୀତି କରୁ । ନିଶ୍ଚିତ ଭାବେ ବିଜେଡି ଆଇନକୁ ଅନୁପାଳନ କରିବ । ଦୋଷୀ ଯିଏ ସିଏ ନିଶ୍ଚୟ ଦଣ୍ଡ ପାଇବ ।’

ସୂଚନା ଯୋଗ୍ୟ, ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି । ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଛି । ଶର୍ମିଷ୍ଠାଙ୍କ ସହ ସେମାନଙ୍କ ଫଟୋ ରହିଛି, ଉଭୟ ମନ୍ତ୍ରୀଙ୍କୁ ସେ ଜାଣିଛନ୍ତି । ମାନସଙ୍କ ପାଖରେ ଏକ ଚିପ୍ ଥିଲା । ଏହି ଚିପ୍ ପାଇଁ ହିଁ ତାଙ୍କୁ ହତ୍ୟା କରାଯାଇଛି । ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ଥିବାରୁ ତଦନ୍ତ ଠିକ୍ ଭାବେ ହୋଇନି । ଚିପ୍ ମିଳିଲେ ସବୁ ରହସ୍ୟ ଉପରୁ ପରଦା ହଟିବ ବୋଲି ମାନସଙ୍କ ପତ୍ନୀ କହିଛନ୍ତି । ସେପଟେ ଏହି ଅଭିଯୋଗ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ଅନ୍ୟପଟେ ଆଜି ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ କରାଯାଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି । ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ରେଡ୍ କରୁଛି ୩ ଜଣିଆ ପୋଲିସ ଟିମ୍ । ଘର ଓ ଅଫିସ୍‌ରୁ ପୋଲିସ କିଛି କାଗଜପତ୍ର ଜବତ କରିଥିବା ସୂଚନା । ଶର୍ମିଷ୍ଠାଙ୍କ ବିଭିନ୍ନ ବନ୍ଧୁବାନ୍ଧବଙ୍କ ଘରେ ମଧ୍ୟ ପୋଲିସ ରେଡ୍ କରୁଛି । ରେଡ୍ ନେଇ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପଙ୍କ ସୂଚନା ।

ଏହା ପୂର୍ବରୁ ପୋଲିସକୁ ଆଉ ଏକ ସଫଳତା ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ  ପୋଲିସ କବଜାକୁ ଆଣିଥିଲା । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୋଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୋଲିସ ।