• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Naveen Patnaik
ଓଡ଼ିଶା ଅଲମ୍ପିଆନ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିତିଲେ ୬ କୋଟି

ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

Modi New Team
ସନ୍ଧ୍ୟାରେ ଶପଥ ଗ୍ରହଣ, ରାତିରେ ବିଭାଗ ବଣ୍ଟନ ଓ ସକାଳୁ ଦାୟିତ୍ୱ ଗ୍ରହଣ

ସନ୍ଧ୍ୟାରେ ଶପଥ ଗ୍ରହଣ । ରାତିରେ ବିଭାଗ ବଣ୍ଟନ ଓ ସକାଳୁ ସକାଳୁ ଦାୟିତ୍ୱ ଗ୍ରହଣ । ଆଜି ଦିନ ତମାମ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ନବନିଯୁକ୍ତ କେନ୍ଦ୍ରମନ୍ତ୍ରୀ ।

BUS Stand
ବସ୍‌ ମାଲିକ ସଂଘର ବୈଠକ ପରେ ବଡ଼ ନିଷ୍ପତି, ଦାବି ପୁରଣ ନହେଲେ ଗଡ଼ିବନି ବସ୍‌ !

ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l ସରକାରଙ୍କ ନିକଟରେ ରଖିବା ବଡ଼ ଦାବି ।

Bhubaneswar DCP
ସାଇବର୍‌ ଲୁଟେରାଙ୍କଠାରୁ କେମିତି ପାଇବେ ରକ୍ଷା? ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୋଲିସ

ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।

Soumendra Priyadarshi
ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍, ୩୯ ଲକ୍ଷରୁ ଫେରିଲା ୨୫ ଲକ୍ଷ

ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା

Aparajita Sarangi
ଅଶ୍ୱିନୀ ମୋର ବ୍ୟାଚ୍‌ମେଟ୍‌ ସହ ଭଲ ସାଙ୍ଗ: ସାଂସଦ ଅପରାଜିତା

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

Builder Arrested
ରସକିଆ ବିଲଡ଼ର୍‌, ବାରମ୍ବାର ମିଛ କହି ଅନେକ ଝିଅଙ୍କୁ ହୋଇଥିଲା ବାହା

ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା। ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲା ପ୍ରିୟବ୍ରତ। ପ୍ରୟିବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି।

kicking minor boy at Bhubaneswar
ଚା’ ଦୋକାନୀଙ୍କ ନାବାଳକ ପୁଅକୁ ମାଡ଼ ଘଟଣା: ବହିଷ୍କାର ହେଲେ ୨ ହୋମଗାର୍ଡ଼

ରାଜଧାନୀ ଭୁବନନେଶ୍ୱରରେ ଚା ଦୋକାନୀଙ୍କ ନାବାଳକ ପୁଅକୁ ପିସିଆର ଭ୍ୟାନ୍ ଟିମ୍ ମାଡ଼ ମାରିବା ଘଟଣା ମାମଲାରେ ୨ଜଣ ହୋମାଗାର୍ଡଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ମାମଲାରେ ଜଣେ OAPF ର ଯବାନ ସସପେଣ୍ଡ ହୋଇଛନ୍ତି

niranjana
ପେଟ୍ରୋଲ-ଡିଜେର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଜ୍ୟବ୍ୟାପି ଆନ୍ଦୋଳନ

ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ

Sameer Mohanty
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

NarendraModi
ସନ୍ଧ୍ୟା ସୁଦ୍ଧା ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନୂଆ ସଦସ୍ୟ

ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।

Vaccination Centre
ରାଜ୍ୟରେ ପୁଣି ଦେଖାଦେବ କି ଟିକା ଅଭାବ ସମସ୍ୟା ?

କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । କୋଭିଡ୍‌ର ସମସ୍ତ କଟକଣାକୁ ଫୁ’ କରି ସତେ ଯେମିତି ଟିକା ପାଇଁ ଚାଲିଛି ପ୍ରତିଯୋଗିତା ।

Bhubaneswar Murder Case
ପ୍ରେମ ପାଇଁ ହୋଇଛି କି ଭୀମଟାଙ୍ଗୀ ହତ୍ୟାକାଣ୍ଡ?

ପ୍ରେମ ପ୍ରତାରଣାରୁ ପ୍ରଚଣ୍ଡ ପ୍ରତିଶୋଧ? ନା ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ? ଭୁବନେଶ୍ୱର ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡର କାରଣକୁ ନେଇ ଚର୍ଚ୍ଚା ଭୀମଟାଙ୍ଗୀ ଫେଜ୍ ଓ୍ୱାନରେ ରହୁଥିବା ଯାଜପୁର କୁଆଖିଆ ଅଞ୍ଚଳର ୨୬ ବର୍ଷୀୟ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ମିଳିପାରିନି ସ୍ପଷ୍ଟ ଚିତ୍ର

rath yatra
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ ।

Pradipta Mohapatra
ଏଣିକି ବନ୍ଦ ହୋଇଯିବ ସବୁ କୋଭିଡ୍‌ କେୟାର ସେଣ୍ଟର

ଏଣିକି ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଉଛି ।

murder in bhubaneswar
ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ?

ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା।

cbk mohanty
କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଉ ନାହାନ୍ତି ସରକାର: ସିବିକେ ମହାନ୍ତି

ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି ।