• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରେ କମେଡି କିଙ୍ଗ୍‌ କପିଲ ଶର୍ମା । ରାସ୍ତାରେ ବାଇକ୍‌ ଧରି ବୁଲିବା ଭିଡିଓ ଭାଇରାଲ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି କପିଲ । ମୁଖ୍ୟମନ୍ତ୍ରୀଙ୍କ ସହ ବେଶ କିଛି ସମୟ ଧରି କଥାବର୍ତ୍ତା ହୋଇଥିଲେ କପିଲ । ଆଉ ତାଙ୍କ କଥାରେ ମୁଖ୍ୟମନ୍ତ୍ରୀ ମଧ୍ୟ ହସିଥିଲେ । ଏନେଇ ସରକାରୀ ସ୍ତରରୁ ଏକ ସାଉଣ୍ଡ ଲେସ୍‌ ଭିଡିଓ ମଧ୍ୟ ଜାରି କରାଯାଇଛି ।

କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ । କପିଲ ଶର୍ମା ଗତ ମାସେ ଧରି ଭୁବନେଶ୍ୱରରେ ଫିଲ୍ମ ସୁଟ୍ କରୁଛନ୍ତି । ନନ୍ଦିତା ଦାସଙ୍କ ଆଗାମୀ ଫିଲ୍ମରେ ସେ ଜଣେ ଡେଲିଭରୀ ବୟ ଚରିତ୍ରରେ ଅଭିନୟ କରିଛନ୍ତି ।

ସେପଟେ ପୁଣି ଭାଇରାଲ ହୋଇଛି କପିଲଙ୍କ ଭିଡିଓ । ୧୨ ଘଣ୍ଟା ଭିତରେ ଦେଖିଲେ ଶହେ ଲକ୍ଷରୁ ଅଧିକ ଲୋକ । ଆଉ ଭିଡିଓର କମେଣ୍ଟ ତାଲିକା ଦେଖିଲେ ଆଖିପାଉନି । କମେଣ୍ଟରେ ତାଙ୍କୁ କିଛି ଲୋକ ଭଲ ପାଉଛନ୍ତି ତ କିଛି ଲୋକ ସମାଲୋଚନା କରିଛନ୍ତି । ଭିଡିଓଟି ଆଜି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କପିଲ ପୋଷ୍ଟ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବାଇକ୍‌ ଧରି ବୁଳୁଛନ୍ତି କପିଲ । କେତେବେଳେ କମିଶନରେଟ ପୋଲିସ ଛକ ତ କେତେବେଳେ ଏୟାରପୋର୍ଟ ଛକ । ଆଉ କେତେବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରିଧି ଭିତରେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଚାରିପଟେ ବି ବାଇକ୍‌ ଧରି ମାରୁଛନ୍ତି ଚକ୍କର । ତେଣୁ ଏହି ଭିଡିଓକୁ ନେଇ ଏବେ ପ୍ରବଳ ଚର୍ଚ୍ଚା । କପିଲ ଭିଡିଓଟି ପୋଷ୍ଟ କରି ଲେଖିଛନ୍ତି, ସେ ପାହାନ୍ତା ସମୟରେ ନିଜ ଫେଭରାଇଟ୍ ବାଇକ୍‌ ବୁଲେଟ୍‌ ଧରି ବୁଲଛନ୍ତି ଏବଂ ଖୁବ୍‌ ଅନନ୍ଦ ନେଉଛନ୍ତି ।