Advertisment

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ବାଣପୁର ବ୍ଲକ ଅଫିସ ସାମ୍ନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଥିଲେ ବିଧାୟକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Prashant Jagdev

Prashant Jagdev

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ନେଇ କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ସୂଚନା ଦେଇଛନ୍ତି । ପ୍ରଥମେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । ଏହା ପରେ ବାଣପୁର କୋର୍ଟ ନିଆଯିବ । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ନେଇ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା । ବାଣପୁର ବ୍ଲକ ଅଫିସ ସାମ୍ନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଥିଲେ ବିଧାୟକ । ଏହା ପରେ ଉପସ୍ଥିତ ଲୋକମାନେ ବିଧାୟକଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ । ସାଧାରଣ ଲୋକଙ୍କ ଣୋଷର ଶିକାର ହୋଇଥିଲେ ବିଧାୟକ । ଲୋକଙ୍କ ମାଡ଼ରେ ଗୁରୁତର ହୋଇଥିଲେ ବିଧାୟକ । ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ।ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଆଜି ଡିସ୍‌ଚାର୍ଜ ହେବା ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରିଛି ।

Advertisment

ସେପଟେ ବିଧାୟକଙ୍କ ଏଭଳି କାଣ୍ଡ ପରେ, ବିଜେଡି ମଧ୍ୟ ତାଙ୍କୁ ଦୁରେଇ ଦେଇଥିଲା । ବାଣପୁରର ଏହି ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ପୋଲିସ ପ୍ରଶାସନ ଦୃଢ଼ତାର ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ।

ତେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି ନୂଆ ନୁହେଁ । ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି । ଜୁଲାଇ ୨୦୧୬ରେ ବୌଦ୍ଦ ଜିଲ୍ଲା ମନମୁଣ୍ଡାରେ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବାବେଳେ ଗାଡିରୁ ଓହ୍ଲାଇ ସେମାନଙ୍କୁ ନିସ୍ତୁକ ପିଟିଥିଲେ । ଜଗଦ୍ଦେବ ସେହି ବର୍ଷ ଅର୍ଥାତ୍ ନଭେମ୍ବର ୨୦୧୬ରେ ବୋଲଗଡ ତହସିଲଦାରଙ୍କ ଉପରକୁ କିରାସିନି ଲଣ୍ଠନ ଫୋପାଡି ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆସିଥିଲା ।

Advertisment

ପରେ ୨୦୧୮ ଡିସେମ୍ବରରେ ବେଗୁନିଆର ପୂର୍ବତନ ସରପଞ୍ଚଙ୍କୁ ବ୍ଲକ୍‌ ଅଫିସରେ ସରକାରୀ ଅଫିସରଙ୍କ ଉପସ୍ଥିତିରେ ଧମକ ଦେଇଥିଲେ। ଅଗଷ୍ଟ ୨୦୨୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ବି କରିଥିଲେ ବାହୁବଳୀ ବିଧାୟକ। ସେହିପରି ସେପ୍ଟେମ୍ବର ୨୦୨୧ରେ ବିଜେପି ବାଲୁଗାଁ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇ ଜେଲ୍ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ।

BJD MLA Prashant Jagdev Arrested
Advertisment
Advertisment