• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Farmer
ପ୍ରବଳ ବର୍ଷା ଆସିଲାଣି ! ବିଲରୁ ଧାନ କାଟି ଆଣ, ନହେଲେ ସବୁ ଭାସିଯିବ...

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ ।

Dharmendra Pradhan
ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ସତର୍କ ରହିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ; ପୂର୍ବ ଅପେକ୍ଷା ୬ ଗୁଣ ଶକ୍ତିଶାଳୀ

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

bishnu-sethi
ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ଗୁରୁତ୍ୱ ନାହିଁ, ଅଧାରୁ ଉଠି ଆସିଲେ ବିଷ୍ଣୁ ସେଠି

ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।

Soumya ranjan Patnaik
ନରମିଲେ ସୌମ୍ୟ, ବିଜେପି ଉପରେ ବର୍ଷିଲେ; ମୋହନ ମାଝି କଲେ ସମାଲୋଚନା

ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

Dhana Mandi
ମଣ୍ଡି ଖୋଲୁ ଖୋଲୁ ଚାଷୀ ଅସନ୍ତୋଷ, ଅବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ଧାନ କିଣା

୨ ହଜାର ୪୦୪କୁ ଛାଡ଼ି ବାକି ପିପିସିର ନିଜସ୍ୱ ଜାଗା ନାହିଁ । କିଏ RMC ମାର୍କେଟ୍ ୟାର୍ଡ ବ୍ୟବହାର କରୁଛନ୍ତି, ତ ଆଉ କିଏ ସରକାରୀ ଓ ଘରୋଇ ଜାଗା ।

Omicron Variant
ଡରାଇଲାଣି ଓମିକ୍ରନ ଭାରିଏଣ୍ଟ, ଶିକ୍ଷାନୁଷ୍ଠାନ ବଢ଼ାଉଛି ସଂକ୍ରମଣ ସଂଖ୍ୟା

ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍‌ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।

Thunderstorm
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ୨ରୁ ୫ ଯାଏଁ ପ୍ରବଳ ବର୍ଷା

ଖୋଦ ଆଇଏମ୍‌ଡି ଡିଜିଙ୍କ ଏଭଳି ଆକଳନ ପରେ ସାରା ରାଜ୍ୟରେ ଛନକା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

Supari Killer Nabbed By Police
୧୦ ମିନିଟ୍ ଧସ୍ତାଧସ୍ତି ପରେ ପୋଲିସ୍‌ ହାତରେ ଧରାପଡ଼ିଲା ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌

କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ଏହି ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌କୁ କାବୁ କରିବାରେ ସଫଳ ହୋଇଥିଲା।

Liquor
NFHS-5ର ସାଂଘାତିକ ରିପୋର୍ଟ, ପୁରୁଷ ନୁହେଁ ରାଜ୍ୟରେ ମଦ ପ୍ରତି ମହିଳାଙ୍କର ବଢ଼ୁଛି ଆସକ୍ତ

୨୦୨୦-୨୧ ବର୍ଷ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ NFHS-5 ରିପୋର୍ଟରେ ଆସିଛି ଏଭଳି ଅବିଶ୍ୱସନୀୟ ତଥ୍ୟ ।

Smart City
ସ୍ମାର୍ଟ ସିଟିର ସତ ଧରାପକାଇଲା ଅର୍ବାନ ଇଣ୍ଡେକ୍ସ ରିପୋର୍ଟ

ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ୨୦୨୧-୨୨ ଅନୁଯାୟୀ ଭୁବନେଶ୍ୱରରେ ଅସୁରକ୍ଷିତ ନାବାଳିକା ଓ ମହିଳା । ରାଜଧାନୀରେ ପ୍ରତି ଲକ୍ଷେରେ ୧୭୦ରୁ ଅଧିକ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ୫୫ ନାବାଳିକା ଯୌନ ଅପରାଧର ଶିକାର ହେଉଛନ୍ତି ।

Aparajita Sarangi
ପୁଣି ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଏହା ବିରୋଧ ନୁହେଁ ଅଭିମାନ

ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି ।

Aparajita Sarangi
ରାଜଧାନୀରେ ଆକ୍ରୋଶ ରାଜନୀତି, ନିରଞ୍ଜନ ବି କହିଲେ ସୁରକ୍ଷା ଲୋଡ଼ା

ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ ।

Pranab Prakash Das
ପୁରୀରେ ଛାମୁଙ୍କୁ ଅଣ୍ଡା ମାଡ଼: ଧର୍ମେନ୍ଦ୍ରଙ୍କୁ ବବିଙ୍କ ସମାଲୋଚନା, ଜୟ ନାରାୟଣ ଦେଲେ ଦମ୍‌ଦାର ଉତ୍ତର

କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।

Andhra Odisha KOTIA
ଛିଣ୍ଡୁନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, କମିଟି କ’ଣ କରୁଛି ସମସ୍ତଙ୍କ ନଜର..

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।

Man Marrying 3 Women
ଧରାପଡ଼ିଲା ସ୍ୱାମୀ-୪୨୦: ଏକାଧିକ ଯୁବତୀଙ୍କୁ ବାହା ହୋଇ ଅଲଗା ଅଲଗା ରଖିଥିଲା

ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।

Sameer Mohanty On CM Naveen
ସାଂଘାତିକ ଅଭିଯୋଗ, ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଉଛନ୍ତି ହେଲେ କିଛି କହୁ ନାହାନ୍ତି...

ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି ।

Girish Chandra Murmu
ଏଣିକି ମନ ଇଚ୍ଛା କେନ୍ଦ୍ର ଟଙ୍କା ଖର୍ଚ୍ଚ କରିପାରିବନି ରାଜ୍ୟ, CAGଙ୍କ ରହିବ ନଜର

ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି ।

highcourt
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ଅସନ୍ତୋଷ, ହାଇକୋର୍ଟରେ ପହଞ୍ଚିଲା ମାମଲା

ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।

Bargarh Dhanuyatra
୨ ହଜାର ଲୋକଙ୍କୁ ଏକାଠି ପାଇଁ ଅନୁମତି, ହେଲେ ଧନୁଯାତ୍ରାରେ ତ ଲକ୍ଷ ଲକ୍ଷ ଦର୍ଶକ !

ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ ।

Panchayat Election
ପଞ୍ଚାୟତ ନିର୍ବାଚନ: ବିଜେଡି-ବିଜେପି-କଂଗ୍ରେସରେ ଚାଲିଲାଣି ଗୁପ୍ତ ବୈଠକ, କିଏ ଯିବ କେଉଁ ଦଳକୁ ?

ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ମନ୍ତ୍ରୀମାନେ ମଧ୍ୟ ବ୍ଲକକୁ ଯାଇ ଏଇ କାମରେ ଲାଗିଛନ୍ତି । ତେବେ ଯେଉଁ ସବୁ ସିଟ୍‌ରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି ଓ ଯେଉଁଠି ବିଜେଡିର ସଙ୍ଗଠନ ସେତେଟା ମଜଭୁତ ନାହିଁ, ତାକୁ ଫୋକସ୍‌ରେ ରଖୁଛି ଦଳ ।

Naveen Patnaik
ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଓଡ଼ିଆଙ୍କ ଭଗବାନ କହିଲେ ଉପବାଚସ୍ପତି ? ତେଜିଲା ବିବାଦ..

ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି ।

Snake Venom
ଫରୁଆରେ ନାଗ ସାପ ବିଷ ବିକୁଥିଲେ ! ୧ କିଲୋଗ୍ରାମକୁ ଦେଢ଼ କୋଟି ଟଙ୍କା..

ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି ।

Jatra Pendal
ଏଣିକି ଆୟୋଜନ ହୋଇପାରିବ ଯାତ୍ରା-ଅପେରା-ଡ୍ରାମା ! ଅନୁମତି ଦେଲେ SRC

ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏନେଇ SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନ୍ ।

Dharmendra Pradhan
ଧମେନ୍ଦ୍ରଙ୍କୁ ଭାଇ ଭାଇ କହି, କାଉଣ୍ଟର ଆଟକ୍‌ କଲେ ପ୍ରଣବ !

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି ।

OBC Reservation
ପଞ୍ଚାୟତ ନିର୍ବାଚନ: ପଛୁଆ ବର୍ଗଙ୍କୁ ଅଣଦେଖା, ସରକାରଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ

୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି ।