/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740324970.jpg)
Drones Soar Over Cannabis Fields
ଗଞ୍ଜେଇ ବିଲ ଉପରେ ଉଡୁଛି ଡ୍ରୋନ। ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନିଶା ମାଫିଆଙ୍କ ଉପରେ ରାଜ୍ୟ ଅବକାରୀ ବିଭାଗର କଡା ନଜର।
ଗଂଜେଇ ଚାଷ ନଷ୍ଟ କରୁଛି ଡ୍ରୋନ୍ । ଗଞ୍ଜେଇ ଚାଷ ଓ ଚାଷୀଙ୍କ ବିରୋଧରେ ଜିରୋ ଟଲରାନ୍ସ । ବାଜ୍ୟାପ୍ତ ହେବ ନିଶା ଚାଲାଣରେ ବ୍ୟବହୃତ ଗାଡି। ଆନ୍ତଃରାଜ୍ୟ ଚାଲାଣ ରୋକିବାକୁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ । ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ୟରେ ଓଡିଶା ପୋଲିସ ଓ ଅବକାରୀ ବିଭାଗ। ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖାଯାଇଛି। ରାଜ୍ୟ ପୋଲିସ୍, ଅବକାରୀ ବିଭାଗ, ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଅପରେସନରେ ଗଂଜେଇ ଚାଷ ନଷ୍ଟ ପାଇଁ ଗଠନ ହୋଇଛି ଯୁଗ୍ମ ଟାସ୍କଫୋର୍ସ ।
ଅଧିକ ପଢ଼ନ୍ତୁ: ଅଶାନ୍ତ ପୁରୀ, ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ
ରାଜ୍ୟର ୯ଟି ଜିଲାରେ ଏବେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି। ମାଲକାନଗିରି,କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲାରେ ବହୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ କରାଯାଉଛି। ଏନେଇ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଗଞ୍ଜେଇ ଚାଷ ନଷ୍ଟ ଆରମ୍ଭ କରିଛି ଓଡିଶା ପୋଲିସ ଓ ଅବକାରୀ ବିଭାଗ।
ଅବକାରୀ ତଥ୍ୟ କହୁଛି, ଗତବର୍ଷ ତୁଳନାରେ ଏବର୍ଷ ୩ ଗୁଣା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।ଏହାସହ ନୀଳଜହର ଚୋରା ଚାଲାଣରେ ବ୍ୟବହୃତ ଗାଡି ବାଜ୍ୟାପ୍ତି ପ୍ରକ୍ରିୟା ବି ଆରମ୍ଭ ହୋଇଛି। ପୂର୍ବରୁ ନିଶାମାଫିଆଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି କରିଥିଲା ବିଭାଗ। ନିଶା ବେପାରୀ ମାନେ ଜଙ୍ଗଲ ଭିତରେ ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଗଞ୍ଜେଇ ରଖିଥିବା ନେଇ ଜାଣିବା ପରେ ପୋଲିସ ସାହାଯ୍ୟରେ ସ୍ପେଶାଲ ଅପରେସନ ଜାରି ରଖାଯାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ କମିଶନର। ରାଜ୍ୟରୁ ନୀଳ ଜହର କାରବାର ବନ୍ଦ କରିବା ସହ ମାଓବାଦୀ ଓ ନକ୍ସଲଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଲକ୍ଷ୍ୟରେ ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)