କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୮ ଜଣଙ୍କ ନାଁରେ ଚାନ୍ଦବାଲି JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି ।
ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍ର ଚାରିକାନ୍ଥ ଭିତରେ ।
ଜେଲ୍ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଉଭୟ ଜେଲ୍ରେ ଅଛନ୍ତି। ଉଭୟଙ୍କ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା।
ଶର୍ମିଷ୍ଠା, ନିରଞ୍ଜନ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା, ନିରଞ୍ଜନ ।
ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।
ସେଦିନ ଥିଲା ଫେବ୍ରୁୟାରୀ ୭ । ଚାନ୍ଦବାଲି ପଳାସପୁରରୁ ସକାଳୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମକୁ ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ।
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୃର୍ଥ ଦିନ । ତିନି ଦିନର ତଦନ୍ତ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ କାହିଁକି ହେଲା ସେ ସମ୍ପର୍କରେ ଜାଣିପାରିନି । ତେଣୁ ଏସମ୍ପର୍କରେ ଅଧିକ ପ୍ରମାଣ ପାଇଁ ଆଜି ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିପାରେ ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଛି।
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମିଳିଲା କି ନୂଆ ସୁରାକ ? କାରଣ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କୁ କୌଣସି ଏକ ସ୍ଥାନକୁ କ୍ରାଇମବ୍ରାଞ୍ଚ ଟିମ୍ ନେଇଥିବା ଜଣାପଡ଼ିଛି।
ମାନସଙ୍କ ନାଁରେ ଅଭିଯୁକ୍ତମାନେ ଏକ ମିଛ ଅଣ୍ଡରଟେକିଂ ଲେଖିଥିବା ମଧ୍ୟ ଜଣାପଡ଼ିଛି । ଯେଉଁଥିରେ ସେମାନେ ମେମୋରି ଚିପ୍ ପାଇସାରିଥିବା ଓ ମାନସଙ୍କୁ ଛାଡ଼ି ଦେଇଥିବା ଲେଖା ଅଛି । ଉକ୍ତ ଅଣ୍ଡରଟେକିଂରେ ମୃତ ମାନସଙ୍କ ଦସ୍ତଖତ ବି ରହିଛି ।
୨ ମିନିଟ୍ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି ।
୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍ ପୋର୍ଟାଲ୍ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍ର ମାଲିକ ରଂଜନ ନାୟକ ଓରଫ୍ ରାଜ୍କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ ।
ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା ।
ଶର୍ମିଷ୍ଠାଙ୍କ କାର୍ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍ରେ ନୟାଗଡ଼ ନିଆଯାଇଥିଲା। ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍ ମିଳିଛି।
ଭଦ୍ରକ ପୋଲିସ ଖୋଳତାଡ଼ ଜାରି ରଖିଛି । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଟିମ୍ କାମରେ ଲାଗିଛି । ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍ପି ଚରଣ ସିଂହ ମୀନା କହିଥିଲେ ।
ସେମାନଙ୍କୁ ଫାଶି ହେଲେ ମାନସଙ୍କ ଆତ୍ମା ଶାନ୍ତି ପାଇବ।
ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।
ପୋଲିସକୁ ଅତି ନିକଟରୁ ଚକମା ଦେଇ ସୀମାପାର୍ ହୋଇଗଲେ ଶର୍ମିଷ୍ଠା।
ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କରାଗଲା ? ମାନସଙ୍କ ହତ୍ୟା ପଛରେ କ’ଣ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସଂପୃକ୍ତି ରହିଛି ? ଶର୍ମିଷ୍ଠା ଏବେ କେଉଁଠି ?