Advertisment

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ।

author-image
Rajalaxmi Sahoo
Low Pressure Area

Low Pressure Area

ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ।

Advertisment

ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ପୂର୍ବ ରେକର୍ଡ ଅନୁୟାୟୀ ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥାଏ। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି।   

Advertisment


— Meteorological Centre, Bhubaneswar (@mcbbsr) March 15, 2022

ଅନ୍ୟପକ୍ଷେ, ଆଜିଠୁ ରାଜ୍ୟରେ ବଢ଼ିବ ତାପମାତ୍ରା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। 

Weather Update Low Pressure Low Pressure Area
Advertisment
Advertisment