Advertisment

Mineral Water: ମିନେରଲ୍ ୱାଟର ନାଁରେ ମିଳୁଛି କି ବିଷ ?

ଗୁଣବତ୍ତା ଉପରେ ନଜର ରଖିବା ସହ ଥାର୍ଡ ପାର୍ଟି ଦ୍ବାରା ଅଡିଟ୍ ନିଷ୍ପତ୍ତି । ପ୍ଲଷ୍ଟିକ ବଟଲ ପ୍ୟାକେଜିଂ ପରେ ମିନେରଲ୍ ନଷ୍ଟ ହେଉଥିବା କହିଲେ ଡାକ୍ତର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

ବାହାରୁ ପାଣି ବୋତଲ କିଣି ପିଇବା ବିପଦମୁକ୍ତ ନୁହେଁ

ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ କରାଯାଇଛି। ଏଣିକି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ ବୋତଲ ପାଣିର ମାନ ଯାଂଚ୍ କରିବା ସହ ଥାର୍ଡ ପାର୍ଟି ଦ୍ୱାରା ଅଡିଟ୍ କରିବ।

Advertisment

ହାଇ ରିସ୍କ ଫୁଡ୍ କ୍ୟାଟେଗୋରୀ ଭୁକ୍ତ ହେଲା ପାଣି ବୋତଲ । ଗୁଣବତ୍ତା ଉପରେ ରହିବ FSSAIର କଡ଼ା ନଜର । ନିରୀକ୍ଷଣ ସହ କରାଯିବ ଥାର୍ଡ ପାର୍ଟି ଅଡିଟ୍ । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆର ଏଭଳି ନିଷ୍ପତ୍ତି ପରେ ଏବେ ବୋତଲରେ ବିକ୍ରି ହେଉଥିବା ପାଣି ଉପରେ ଉଠିଛି ପ୍ରଶ୍ନ । ମାତ୍ର ୨୦ ଟଙ୍କାରେ ମିନେରାଲ୍ ୱାଟର ନାଁରେ ବିକ୍ରି ହେଉଥିବା ନାମୀଦାମୀ କମ୍ପାନୀର ପାଣି ବୋତଲ କେତେ ବିଶୁଦ୍ଧ ?

ଅଧିକ ପଢନ୍ତୁ: କିଟି କିଟି ଅନ୍ଧାରିଆ ପାଇପ୍‌ରେ ୬୦ ରାତି! କେମିତି କାଟିଲେ ବୃଦ୍ଧ ..

Advertisment

ଜୀବନ ରକ୍ଷା ପାଇଁ ଆମେ ଯେଉଁ ପାଣି ପିଉଛୁ, ତାହା ଆମ ଜୀବନ ପାଇଁ ବିପଦ ଆଣୁନି ତ ? କାରଣ, FSSAIର ନିଷ୍ପତ୍ତି ଏହାର ପ୍ରମାଣ ଯେ, ବୋତଲ ପାଣିର ଶୁଦ୍ଧତା ଉପରେ ଉଠିଛି ପ୍ରଶ୍ନ। ଯାହା ଫଳରେ ଠିପି ବନ୍ଦ ପାଣି ବୋତଲକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ ଶ୍ରେଣୀରେ ସାମିଲ କରାଯାଇଛି।

ପ୍ଲାଷ୍ଟିକ ବୋତଲରେ ପ୍ୟାକ୍ ହୋଇଥିବା ପାଣିରେ ପ୍ଲାଷ୍ଟିକରେ ରହିଥିବା କେମିକାଲ୍ସ ଥିବା ସମ୍ଭାବନା ଅଧିକ । ଯାହା ଶରୀର ପାଇଁ କ୍ଷତିକାରକ। ଏଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ ମଧ୍ୟ ପାଣି ଦେଇ ଆମ ଶରୀରକୁ ଯିବାର ଆଶଙ୍କା ଥାଏ । ପ୍ଲାଷ୍ଟିକରେ ଥିବା ବିସଫିନୋଲ-ଏ କେମିକାଲ ଶରୀରରେ ହରମୋନ୍ ଅସନ୍ତୁଳନ, କ୍ୟାନସର ଏବଂ ଅନ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି।

ଏଥିସହ ବିଶୁଦ୍ଧ ପାଣିରେ ଅନେକ ମିନେରାଲ୍ସ ଭରି ରହିଥାଏ। ମାତ୍ର ପାଣିକୁ ପ୍ରୋସେସିଂ କରି ଏହାକୁ ବୋତଲରେ ପ୍ୟାକେଜିଂ କରିବା ଦ୍ୱାରା ବିଭିନ୍ନ ମିନେରାଲ୍ସ ନଷ୍ଟ ହୋଇଥାଏ । ଶରୀରକୁ ଯେଉଁ ପୋଷକତତ୍ତ୍ୱ ସବୁ ଆବଶ୍ୟକ ତାହା ବଜାରରେ ମିଳୁଥିବା ପାଣି ବୋତଲରେ ମିଳିନଥାଏ।

ପାଣି ବୋତଲର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ଏବେ ଏହାର ମାନ ନିୟମିତ ଯାଂଚ୍ କରିବାକୁ ନିଷ୍ପତ୍ତି ନେଇଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ। ଏପରିକି ପ୍ରତିବର୍ଷ ଲାଇସେନ୍ସ ରିନ୍ୟୁ କରିବା ପାଇଁ ବିଭିନ୍ନ କମ୍ପାନୀଙ୍କ ଉତ୍ପାଦର ନୀରିକ୍ଷଣ ବାଧ୍ୟତାମୂଳକ କରାଯାଇଛି। ଶୁଦ୍ଧତାରେ ୮୦ ପ୍ରତିଶତରୁ ଅଧିକ ସ୍କୋର କିମ୍ବା ହାଇଜିନ୍ ରେଟିଂ ୫ଟି ସ୍ମାଇଲି ମିଳିଲେ ହିଁ, ଲାଇସେନ୍ସ ଆଉ ବର୍ଷେ ବଢାଯିବ। ନଚେତ୍ ବ୍ୟାନ୍ ହେବ କମ୍ପାନୀର ପାଣି ବୋତଲ।

ଦୁଗ୍ଧ ଜାତୀୟ ପଦାର୍ଥ, ପ୍ୟାକେଟ୍ ମାଛ, ମାଂସ ଓ ଅଣ୍ଡାକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ ଶ୍ରେଣୀରେ ସାମିଲ କରାଯାଇଛି। ଏବେ ଏଥିରେ ସାମିଲ ହୋଇଛି ପାଣି ବୋତଲ। 

ଅଧିକ ପଢନ୍ତୁ: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର 

Drinking Water
Advertisment
Advertisment