Advertisment

Cyber Crime: ଟଙ୍କା ଦେବେ କହି, ଖାଲି କରି ଦେଉଛନ୍ତି ଆକାଉଣ୍ଟ !

ସ୍ୱାସ୍ଥ୍ୟ ବିଭାଗର ନାଁ ନେଇ ଫୋନ୍ କରି ବିଶ୍ୱାସ ଜନ୍ମାଇଥିଲା ଠକ। ଅଙ୍ଗନବାଡ଼ି କର୍ମୀଙ୍କୁ ବି କନଫରେନସରେ ରଖିଥିଲେ। ଗର୍ଭବତୀ ମହିଳା ହୋଇଥିବାରୁ ମମତା ଯୋଜନାରେ ୧୧ ହଜାରରୁ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Cyber Crime

ସାଇବର ଠକଙ୍କ ଟାର୍ଗେଟ୍‌ରେ ମମତା ହିତାଧିକାରୀ

ସାଇବର୍ ଠକଙ୍କ ଟାଗେର୍ଟରେ ‘ମମତା’ ହିତାଧିକାରୀ। ଟଙ୍କା ପଠାଇବାକୁ କହି ନେଇଗଲେ ୩୯ ହଜାରରୁ ଅଧିକ ଟଙ୍କା। ଗଜପତି ମୋହନା ଅଞ୍ଚଳର ଗର୍ଭବତୀଙ୍କୁ ଏମିତି ଭାବେ ଠକିଛନ୍ତି କିଛି ସ୍କାମଷ୍ଟର୍।

Advertisment

ମମତା ହିତାଧିକାରୀଙ୍କୁ ନିଶାନା କରୁଛନ୍ତି ସାଇବର୍ ସ୍କାମର୍। ଫୋନ୍ କରୁଛନ୍ତି ଆଉ ମମତା ଟଙ୍କା ଦେବାକୁ କହି ଖାଲି କରି ଦେଉଛନ୍ତି ବ୍ୟାଙ୍କ୍ ଆକାଉଣ୍ଟ । ଏଭଳି କିଛି ଘଟଣା ଗଜପତି ମୋହନା ଥାନା ବାଡ଼ିପଙ୍କା ଗାଁରୁ ଆସିଛି। ଏ ଅଭିଯୋଗ ଶୁଣିବା ମାତ୍ରେ ଆପଣଙ୍କ ହୋସ୍ ଉଡ଼ିଯିବ। ଜସ୍ମିନ୍ ମଲ୍ଲିକ ନାମକ ଜଣେ ଗର୍ଭବତୀଙ୍କୁ ଫୋନ୍ କରି ସାଇବର୍ ଠକ ଠକି ନେଇଛି ୩୯ ହଜାର ଟଙ୍କାରୁ ଅଧିକ ଟଙ୍କା।

ସ୍ୱାସ୍ଥ୍ୟ ବିଭାଗର ନାଁ ନେଇ ଫୋନ୍ କରି ବିଶ୍ୱାସ ଜନ୍ମାଇଥିଲା ଠକ। ଅଙ୍ଗନବାଡ଼ି କର୍ମୀଙ୍କୁ ବି କନଫରେନସରେ ରଖିଥିଲେ। ଗର୍ଭବତୀ ମହିଳା ହୋଇଥିବାରୁ ମମତା ଯୋଜନାରେ ୧୧ ହଜାରରୁ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ। ଆଉ ଲିଙ୍କ୍ ପଠାଇ କ୍ଲିକ୍ କରିବାକୁ କହିଥିଲା। ବାସ୍ ସେଇ ଲିଙ୍କ କ୍ଲିକ୍ କରିବା ପରେ ଦୁଇଟି କିସ୍ତିରେ ଗାଏବ ହେଇଗଲା ୩୯ ହଜାର ଟଙ୍କା।  

Advertisment

ଏହା ସହ ପଢ଼ନ୍ତୁ: PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ଗର୍ଭବତୀ ଯସ୍ମିନଙ୍କ ସ୍ୱାମୀ ଗୋଆରେ ଶ୍ରମିକ ଭାବେ କାମ କରନ୍ତି। ଏଭଳି ଘଡ଼ିସନ୍ଦି ମୁହୂର୍ତ୍ତରେ ଏତେ ଟଙ୍କା ଗାଏବ ହୋଇଯିବା ପରେ ନିରୁପାୟ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି। ହେଲେ ତଦନ୍ତ କେବେ ହେବ, ଠକକୁ କଣ ଧରିପାରିବ ପୋଲିସ୍ ତାହା ଏବେ ସନ୍ଦେହ ଘେରରେ। ସେପଟେ ଏପରି ସାଇବର୍ କ୍ରାଇମ୍‌ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ।

ହେଲେ ଏସବୁ ଭିତରେ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ଠକ କେମିତି ଜାଣିଲା ଅଙ୍ଗନବାଡ଼ି କର୍ମୀଙ୍କ ଫୋନ୍ ନମ୍ବର? ସେହି ଅଙ୍ଗନବାଡ଼ି କର୍ମୀଙ୍କ ସହ ଗର୍ଭବତୀଙ୍କ ସମ୍ପର୍କ କଥା କେମିତି ଜାଣିଲା? ଆଧାର ନମ୍ବର ଓ ଫୋନ୍ ପେ’ ନମ୍ବର କେମିତି ପାଇଲା? ତେଣୁ ଏସବୁ ପ୍ରଶ୍ନର ଉତ୍ତର ଖୋଜିଲେ ଠକ କଥା ବି ଜାଣିପାରିବ ପୋଲିସ।

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

Cyber Crime Mamata
Advertisment
Advertisment