Advertisment

Subhadra Yojana: କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍

କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍ । ଆଦିବାସୀ ଅଞ୍ଚଳକୁ ବେଶୀ ଫୋକସ୍ ଦିଆଯାଉଛି- ଉପ-ମୁଖ୍ୟମନ୍ତ୍ରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

ଆସନ୍ତା ୧୫ ଦିନରେ ସରିଯିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା।

ଆସନ୍ତା ୧୫ ଦିନରେ ସରିଯିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଏ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରଭାତୀ କହିଛନ୍ତି ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ଫର୍ମ ରିଜେକ୍ସନ ହୋଇଥିବାରୁ ସେଠି ସିଡିପିଓମାନଙ୍କୁ ଯାଞ୍ଚ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ସମସ୍ୟା ସମାଧାନ ହୋଇଗଲେ ଚତୁର୍ଥ ଦଫାରେ ଟଙ୍କା ମିଳିଯିବ। 

Advertisment

ଯେଉଁଠି କମ୍ ରେଜିଷ୍ଟ୍ରେସନ, କିନ୍ତୁ ବେଶୀ ରିଜେକ୍ସନ ସେ ଯାଗାକୁ ଦିଆଯାଉଛି ସ୍ପେଶାଲ ଫୋକସ୍ । ସିଡିପିଓଙ୍କ ଦାୟିତ୍ୱରେ ଚାଲିଛି ଭେରିଫିକେସନ୍ । ଆଗାମୀ ୧୫ ଦିନ ଭିତରେ ଯାଞ୍ଚ ପ୍ରକ୍ରିୟା ସରିଗଲେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇଯିବେ ଯୋଗ୍ୟ ହିତାଧିକାରୀ। ଆଜି ଏହି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ପ୍ରଭାତୀ କହିଛନ୍ତି- ‘ମାଲକାନଗିରି, ଗଜପତି ଓ କୋରାପୁଟ ବଣ୍ଡା ପାହାଡ଼ରେ ଅଧିକ ରିଜେକ୍ସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସର୍ଭର ଡାଉନ୍ ବେଳେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କର ବେଶୀ ସମସ୍ୟା ହୋଇଛି। କାଲିଠୁ ମାଲକାନଗିରିରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ତାସହ ଏଇ ମାସରେ ଯେଉଁ ମହିଳାଙ୍କୁ ୨୧ ପୂରିଛି, ସେମାନେ ବି ଆବେଦନ କଲେ ଟଙ୍କା ପାଇବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତି ଅଞ୍ଚଳ ଭଳି ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ରେ ରହୁଥିବା ଡଙ୍ଗରିଆ କନ୍ଧ ମହିଳା ବି ସୁଭଦ୍ରା ଯୋଜନାଠୁ ଅପହଞ୍ଚ। ଅନେକେ ଏ ଯୋଜନାର ନାଁ ବି ଶୁଣିନଥିବାବେଳେ ଯେଉଁମାନେ ଜାଣିଲେଣି ସେମାନେ ବ୍ୟାଙ୍କରେ ଖାତା ଖୋଲିବାକୁ ଲଗାଇଛନ୍ତି ଭିଡ଼, କଲ୍ୟାଣସିଂପୁର ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଛୋଟ ଛୁଆଙ୍କୁ କାଖେଇ ମାଇଲ ମାଇଲ ବାଟ ଅତିକ୍ରମ କରି ବ୍ୟାଙ୍କକୁ ଆସିଛନ୍ତି ଡଙ୍ଗରିଆ ମହିଳା।

ରାୟଗଡ଼ା ଜିଲ୍ଲାର ତିନିଟି ବ୍ଲକ୍ ମୁନିଗୁଡ଼ା, କଲ୍ୟାଣସିଂପୁର ଓ ବିଷମକଟକ ବ୍ଲକର ପ୍ରାୟ ସବୁ ଅଦିବାସୀ ବହୁଳ ଗାଁର ମହିଳାମାନେ ସୁଭଦ୍ରା ଫର୍ମରେ ସଠିକ୍ ଭାବେ ଆବେଦନ କରିପାରି ନାହାନ୍ତି ତାସହ ଯେଉଁମାନେ ଆବେଦନ କରିଛନ୍ତି, କାହାର ପାସବୁକ୍ ସହ ଆଧାର ଲିଙ୍କ ନାହିଁ ତ କାହାର କେୱାଇସି ହୋଇନଥିବାରୁ ସେମାନଙ୍କ ଫର୍ମ ରିଜେକ୍ଟ ହୋଇଯାଇଛି। ତେଣୁ ଏ ସମସ୍ୟାର ସମାଧାନ ଲାଗି ସିଡିପିଓଙ୍କୁ ଦାୟିତ୍ୱ ଦିଆଯିବା ପରେ ଅଙ୍ଗନବାଡ଼ି କର୍ମୀ ଗାଁ ଗାଁ ବୁଲି ମହିଳାଙ୍କୁ ସଚେତନ କରିବା ସହ ସେମାନଙ୍କ କେୱାଇସି ଅପଡେଟ୍ ବାଟ ବତାଇ ଦେଉଛନ୍ତି।

ଏବେ ସୁଦ୍ଧା କୋଟିଏ ୧୬ ହଜାର ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିବା ବେଳେ ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି। ଆସନ୍ତା ବର୍ଷ ମାର୍ଚ୍ଚ ୭ ତାରିଖ ଆବେଦନର ଶେଷ ତାରିଖ ବୋଲି ଦୁଇ ଦିନ ତଳେ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଅଧିକ ପଢ଼ନ୍ତୁ:ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

BJD BJP Congress Odisha Politics
Advertisment
Advertisment