ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।
ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ।
ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି ।
ରାଜଧାନୀରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବେ ମୋହନ ସରକାର। ଭୁବନେଶ୍ବର ଗୋଠପାଟଣାରେ ଦେଢ଼ ଶହ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ମେଗା ସ୍ପୋର୍ଟସ ଭ୍ୟାଲି।
ନୀତି ନ ଥାଇ ବି ପେଡ୍ ନ୍ୟୁଜ୍ ଦେଇ ପାଣ୍ଡିଆନଙ୍କ ପ୍ରଚାରରେ ମାତିଥିଲା ବିଜେଡି ସରକାର ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜ୍ ଆଉ ତା ବି ସ୍ଥିରିକୃତ ଦରଠାରୁ ଅଧିକ ଦର ପାଇଁ କିଏ ନେଇଥିଲା ନିଷ୍ପତ୍ତି ?
ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଗାଡି ଲୁଟୁଥିବା ଏହି ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ ।
ନବୀନ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଭିତରେ ଥିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ନବୀନ ମମତାଙ୍କୁ ଭଉଣୀ ତୁଲ୍ୟ ସମ୍ମାନ ଦେଉଥିଲେ। ହେଲେ ସରକାର ବଦଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି। ମମତାଙ୍କ ବିଜେପି ବିରୋଧି ମନୋଭାବ ପାଇଁ ଓଡ଼ିଶା ସହ ଶତ୍ରୁ ଭଳି ଅଚରଣ କରୁଛନ୍ତି।
ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।
ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଭଳି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ । ରତ୍ନଭଣ୍ଡାରରୁ ସୁନା-ରୂପା ଗୁଜରାଟ ଚାଲାଣ ହେଉଥିଲା କହିଥିଲେ ସୁଲତା ।
ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।
ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ।
ସରକାରୀ ତହବିଲରୁ ହୋଇଛି ପାଣି ଭଳି ଆଡଭାଟାଇଜ୍ ଖର୍ଚ୍ଚ । ତେଜିଲା ପଲିଟିକାଲ ବୟାନବାଜି ।
NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।
ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ ।
ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଏପଟେ ଭୁବନେଶ୍ବରରେ ଆଜି ବର୍ଷା ଲାଗି ରହିଥିବା ବେଳେ ସକାଳୁ କୋହଲା ପାଗ ଲାଗି ରହିଛି।
ଭୁବନେଶ୍ୱରର ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ ବନ୍ଦ ଘରୁ ମିଳିଲା ହାଡ଼ । ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା ।
ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା।
ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।
ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା ।
ଷ୍ଟାର୍ଟ ଅପ୍ ଓଡ଼ିଶାକୁ ଆସି ନେଇଥିବା ଅଧିକ ଅର୍ଥକୁ ଫେରସ୍ତ ନିର୍ଦ୍ଦେଶ । ବର୍ତ୍ତମାନ କେତେ ସରକାରୀ ଦରମା ପାଇବେ ପୁନଃନିର୍ଦ୍ଧାରିତ ହେଲା ।
କମ୍ ମାପର ତେଲ ଦେଇ ଠକିଛନ୍ତି ୩୭୦ ପେଟ୍ରୋଲ ପମ୍ପ । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ ।
ଟିପ ଚିହ୍ନ ଦେଇ E-KYC ଅପଡେଟ୍ ନକଲେ ରାସନ କାର୍ଡରୁ କଟିବ ନାଁ । ରାଜ୍ୟରେ ରହିଥିବା ପ୍ରାୟ ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଇ-କେୱାଇସି ଅପଡେଟ୍ ପ୍ରକ୍ରିୟା ।
ରୂପାନ୍ତୀକରଣ ନାଁରେ ରାଜ୍ୟବ୍ୟାପି ଜଳଜଳ ଦୁର୍ନୀତିର ଚିତ୍ର । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ତଦନ୍ତ କରାଯିବ ।