• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ମାର୍ଚ୍ଚ ୨୦୨୪ରେ ‘ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ’ (WHO) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବର୍ଷ ୨୦୨୨ ସୁଦ୍ଧା ବିଶ୍ୱରେ ପ୍ରତି ୮ ଜଣରେ ଜଣେ ବ୍ୟକ୍ତି ମେଦବହୁଳତା ଦ୍ୱାରା ଆକ୍ରାନ୍ତ। ୧୯୯୦ରୁ ୨୦୨୪ ମଧ୍ୟରେ ବିଶ୍ୱରେ ମେଦବହୁଳତା ଭୋଗୁଥିବା ବୟସ୍କଙ୍କ ସ°ଖ୍ୟା ଦୁଇଗୁଣ ହୋଇଯାଇଥିବା ବେଳେ, ତରୁଣମାନଙ୍କ ସ°ଖ୍ୟା ଚାରି ଗୁଣ ବଢିଛି। ୨୦୨୨ରେ ବିଶ୍ୱରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମୁଦାୟ ୨୫୦ କୋଟି ବ୍ୟକ୍ତି ମାତ୍ରାଧିକ ଓଜନ ଭୋଗୁଥିବା ବେଳେ ୮୯ କୋଟି ବ୍ୟକ୍ତି ମେଦବହୁଳତାର ଶିକାର ଥିଲେ। ୫ ବର୍ଷରୁ କମ୍ ବୟସର ୩.୭ କୋଟି ଶିଶୁ ମାତ୍ରାଧିକ ଓଜନର ପିଡ଼ିତ ଥିଲେ। ସେହିପରି ୩୯ କୋଟି ତରୁଣ ମାତ୍ରାଧିକ ଓଜନ ହୋଇଥିବା ବେଳେ ସେଥିରୁ ୧୬ କୋଟି ମେଦବହୁଳତା ଗ୍ରସ୍ତ ଥିଲେ।

ମେଦବହୁଳତା ହେଉଛି ଜଣେ ମଣିଷ ଶରୀରର ମାତ୍ରାଧିକ ମାତ୍ରାରେ ଓଜନ ବୃଦ୍ଧି ଘଟିବା ବା ଶରୀରରେ ମାତ୍ରାଧିକ ଚର୍ବି (ଆଡିପୋଜ୍ କୋଷ) ଜମା ହେବା। ଏହା ଗୋଟିଏ ଦୀର୍ଘକାଳୀନ ବ୍ୟାଧି, ଯାହା ସମୟ ସହ ଅଧିକରୁ ଅଧିକ ଜଟିଳ ହୋଇଥାଏ ଏବଂ ଏହା ମଣିଷର ଦୈନନ୍ଦିନ ଜୀବନରେ ସାଧାରଣ କାମ, ଯେମିତିକି ଶୋଇବା କିମ୍ବା ଚଳପ୍ରଚଳ ହେବାରେ ମଧ୍ୟ ବାଧା ଉପୁଜାଇଥାଏ। ମେଦବହୁଳତା କାରଣରୁ ମଧୁମେହ, ହୃଦରୋଗ, ପ୍ରଜନନ କ୍ଷମତା କମିବାର ଆଶଙ୍କା ବଢ଼ିଯିବା ସହ, ଅସ୍ଥିର ବିଭିନ୍ନ ସମସ୍ୟା ଏବଂ କିଛି ପ୍ରକାରର କର୍କଟ ରୋଗ ମଧ୍ୟ ଦେଖାଯାଏ।

ମେଦବହୁଳତାର କାରଣ:

ଜେନେଟିକ୍ ବା ବଂଶଗତ: ବିଶେଷଜ୍ଞଙ୍କ ମତରେ ଅନେକଙ୍କ କ୍ଷେତ୍ରରେ ମେଦବହୁଳତା ସେମାନଙ୍କ ଜିନ୍ ବା ଜେନେଟିକ୍ କାରଣରୁ ହୋଇଥାଏ, ଯେମିତିକି ପ୍ରାଡେର୍-ଓ୍ୱିଲି ସିଣ୍ଡ୍ରୋମ୍। କିଛି କ୍ଷେତ୍ରରେ ନିଜ ପିତାମାତାଙ୍କଠାରୁ ପିଲାମାନଙ୍କ ପାଖକୁ ଆସିଥାଏ । ଖାଦ୍ୟ ଖାଇବାର ଲୋଭ ବା ଅଧିକ ଆପେଟାଇଟ୍ ଗୁଣଟି ମଧ୍ୟ ମେଦବହୁଳତା ପାଇଁ ଦାୟୀ ହୋଇଥାଏ।

ଅନ୍ୟ ରୋଗର ପ୍ରଭାବ: ହାଇପୋ- ଥାଇରଏଡ୍ ଷ୍ଟେଟ୍ କିମ୍ବା କୁସିନ୍ ସିଣ୍ଡ୍ରୋମ୍ ଆଦି କ୍ଷେତ୍ରରେ ମେଦବହୁଳତା ଦେଖାଯାଏ। ଏହାଛଡା ଷ୍ଟେରଏଡ୍, ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ଦୂର କରିବା ଔଷଧ), ଆଣ୍ଟିଏପିଲେପ୍ଟିକ୍ (ବାତ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ) ପରି ଔଷଧର ବ୍ୟବହାର ମଧ୍ୟ ମେଦବହୁଳତାର କାରଣ ହୋଇଥାଏ।

ଅଧିକ ପଢନ୍ତୁ: ୧୫ଟି ରୋଗ ପାଇଁ ଅଁଳାରୁ ଘରେ ପ୍ରସ୍ତୁତ କରନ୍ତୁ ମେଡିସିନ୍, ପାଚିବନି ଚୁଟି, ହେବନି ହାର୍ଟ ଆଟାକ୍

ଅସନ୍ତୁଳିତ ଖାଦ୍ୟ: ବର୍ତ୍ତମାନ ପୃଥିବୀରେ ମେଦବହୁଳତାର ସବୁଠାରୁ ପ୍ରମୁଖ କାରଣ ହେଉଛି ଅସନ୍ତୁଳିତ ଖାଦ୍ୟ ଗ୍ରହଣର ପ୍ରଣାଳୀ। ବିଜ୍ଞାପନ ଜଗତ ଅନେକ ବର୍ଷ ହେଲାଣି ପ୍ୟାକେଜ୍ଡ ଓ ପ୍ରୋସେସ୍ଡ ଫୁଡକୁ ଭାରି ଆକର୍ଷଣୀୟ, ସହଜ ଉପଲବ୍ଧ, ସମୟ ସାପେକ୍ଷ ହିସାବରେ ପ୍ରସ୍ତୁତ କରି ଆସୁଛି ଏବଂ ଏହା ସହ ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଏବେ ସ୍ବାସ୍ଥ୍ୟ ହିତକାରୀ ଖାଦ୍ୟ ଅପେକ୍ଷା ଖୁବ୍ କମ୍ ଦାମରେ ମିଳୁଛି। ତେଣୁ ଲୋକଙ୍କର ଏହା ପ୍ରତି ଆକର୍ଷଣ ଏବଂ ଚାହିଦା ଉଭୟ ବଢୁଛି, ଯାହା ମେଦବହୁଳତାର କାରଣ ସାବ୍ୟସ୍ତ ହେଉଛି। ନିୟମିତ ଏବଂ ପାରମ୍ପରିକ ଖାଦ୍ୟ ଛାଡି ଅଧିକ ମାତ୍ରାରେ ଫାଷ୍ଟ ଫୁଡ୍, ପ୍ରୋସେସ୍ଡ ଫୁଡ୍, ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଅଧିକ ତେଲ, ବଟର କିମ୍ବା ଘିଅ ଏବଂ ଚିନିରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବା, ନିୟମିତ କାର୍ବୋନେଟେଡ୍/ସଫ୍ଟ ଡ୍ରିଙ୍କ୍ସ ଏବଂ ମଦ୍ୟପାନ କରିବା, ନିୟମିତ ବଜାର ଉପଲବ୍ଧ ଫ୍ରୁଟ୍ ଜୁସ୍ ଗ୍ରହଣ କରିବା, ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଖାଇବା ଏବଂ ଅବସାଦ କିମ୍ବା ମନଦୁଃଖକୁ ଭୁଲିବା ପାଇଁ ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଖାଇବା, ଏସବୁ ପ୍ରକାର ଅସନ୍ତୁଳିତ ଖାଦ୍ୟ ଗ୍ରହଣର ପ୍ରଣାଳୀ ସମୟକ୍ରମେ ମେଦବହୁଳତା ସୃଷ୍ଟି କରେ।

ଶାରୀରିକ ପରିଶ୍ରମର ଅଭାବ: ପ୍ରସ୍ତାବିତ କ୍ୟାଲୋରି ଗ୍ରହଣ ମାତ୍ରା ଅନୁସାରେ ଜଣେ ସାଧାରଣ ଭାବରେ ସକ୍ରିୟ ରହୁଥିବା ବୟସ୍କ ପୁରୁଷର ଗୋଟିଏ ଦିନରେ ୨୫୦୦ କ୍ୟାଲୋରିର ଆବଶ୍ୟକତା ରହିଥିବା ବେଳେ ମହିଳାଙ୍କର ୨୦୦୦ କ୍ୟାଲୋରି ଆବଶ୍ୟକ ହୋଇଥାଏ। ସେହିପରି ଜଣେ ସାଧାରଣ ମଣିଷର ସୁସ୍ଥ ରହିବା ପାଇଁ ଦିନକୁ ୩୦ ମିନିଟର ବ୍ୟାୟାମ ବା ସପ୍ତାହକୁ ୧୫୦ ମିନିଟର ଶାରୀରିକ ବ୍ୟାୟାମର ଯେପରି ଜୋର ଚାଲିବା ବା ବ୍ରିସ୍କ ଓ୍ବାକି°, ସାଇକେଲ୍ ଚଲାଇବା, ଏରୋବିକ୍ସର ଆବଶ୍ୟକତା ରହିଥାଏ। କିନ୍ତୁ ଯେତେବେଳେ କ୍ୟାଲୋରି ଗ୍ରହଣ ଅନୁପାତରେ ଶାରୀରିକ ବ୍ୟାୟାମ ନିୟମିତ ହୁଏ ନାହିଁ, ସେତେବେଳେ ଏକ୍ସଟ୍ରା ବା ଅଧିକ କ୍ୟାଲୋରି ଶରୀରରେ ଚର୍ବି ଆକାରରେ ଗଚ୍ଛିତ ହୋଇ ରୁହେ ଏବଂ ସମୟ କ୍ରମେ ମେଦବହୁଳତା କରାଏ। କମ୍ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଅଧିକ ମାତ୍ରାରେ ସବୁଜ ପନିପରିବା, ରଫେଜ୍ ଏସବୁ ଗ୍ରହଣ କରି ଶର୍କରା ଏବଂ ଚର୍ବି ଜାତୀୟ ଖାଦ୍ୟ କମ୍ ଗ୍ରହଣ କରିବା ଉଚିତ।

ମେଦବହୁଳତା କାରଣରୁ ଦେଖା ଯାଉଥିବା ସ୍ବାସ୍ଥ୍ୟ ସମସ୍ୟା:

  • ମଧୁମେହ
  • ହୃଦରୋଗ ଓ ହୃଦଘାତ
  • ଉଚ୍ଚ ରକ୍ତଚାପ
  • ମସ୍ତିଷ୍କଘାତ
  • ଫ୍ୟାଟି ଲିଭର୍ ଏବଂ ଗଲ୍ ବ୍ଲାଡରର ବ୍ୟାଧି
  • ଡିସ୍-ଲିପିଡେମିଆ ବା ହାଇ କୋଲେଷ୍ଟ୍ରଲ୍
  • ନିଶ୍ୱାସପ୍ରଶ୍ବାସରେ ଅସୁବିଧା ଏବଂ ନିଦ୍ରା ସମୟରେ ନିଶ୍ୱାସ ବନ୍ଦ ହେବା (Sleep Apnea)
  • ଆଣ୍ଠୁଗଣ୍ଠି ବାତ ବା Arthritis
  • ପ୍ରଜନନ କ୍ଷମତା ହ୍ରାସ ବା infertility
  • ସ୍ତନ, ବୃହଦାନ୍ତ୍ର (colon) ଏବଂ ଏଣ୍ଡୋମେଟରିଆଲ୍ କର୍କଟର ଆଶଙ୍କା ବଢିଯାଏ
  • ମାନସିକ ଅବସାଦ, ଦୁଶ୍ଚିନ୍ତା ଏବଂ Emotional Eating Disorder

ଅଧିକ ପଢନ୍ତୁ: ବନ୍ଦ ହୋଇଯିବ କେଶ ଉପୁଡ଼ିବା ଓ ପାଚିବା, ଗାଏବ୍ ହୋଇଯିବ ରୁପି

କେମିତି କରିବେ ମେଦବହୁଳତାର ଚିକିତ୍ସା

ଜୀବନଶୈଳୀରେ ପରିବର୍ତ୍ତନ: ବାହାରୁ ଏବଂ ଫାଷ୍ଟଫୁଡ୍ ଏବଂ ସଫ୍ଟ ଡ୍ରିଙ୍କ୍ସ ଗ୍ରହଣକୁ ନିୟନ୍ତ୍ରଣ କରି ସନ୍ତୁଳିତ ଏବଂ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଚର୍ବି ଏବଂ ଚିନିରେ ପ୍ରସ୍ତୁତ ଖାଦ୍ୟ ତ୍ୟାଗ କରନ୍ତୁ। ପ୍ରତିଦିନ ଅଭ୍ୟାସ କରି ବ୍ୟାୟାମ କରନ୍ତୁ।

ଯଦି ନିଜ ଦ୍ଵାରା ଓଜନ ହ୍ରାସ କରିବା ସମ୍ଭବ ହେଉନାହିଁ ତାହେଲେ ଆପଣ କୌଣସି Weight Management Clinic ବା ଡାକ୍ତରଙ୍କ ପରାମର୍ଶ ନେଇ ପାରନ୍ତି। ଏଥିରେ ଡାକ୍ତର ପ୍ରଥମେ ତ ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥାନ୍ତି ଏବଂ ଶାରୀରିକ ପରିଶ୍ରମ ପାଇଁ ଉତ୍ସାହିତ କରନ୍ତି। କିନ୍ତୁ ଚିକିତ୍ସା ପଦ୍ଧତିରେ ଏହା ଗୋଟିଏ teamwork, ଯେଉଥିରେ ଡାଏଟିସିଆନ୍ (ସନ୍ତୁଳିତ ଖାଦ୍ୟର ପ୍ଲାନ୍ ପ୍ରସ୍ତୁତ ପାଇଁ), ଥେରାପିଷ୍ଟ (କେବଳ ବ୍ୟୟାମ ନୁହେଁ ମା°ସପେସୀକୁ ସଶକ୍ତ କରିବା ପାଇଁ ଏବଂ ଆଣ୍ଠୁଗଣ୍ଠିର ସମସ୍ୟାକୁ ଦୂର କରିବା ପାଇଁ), କାଉନସେଲର୍ (ମାନସିକ ଅବସାଦ ଏବଂ ଦୁଶ୍ଚିନ୍ତା ସହ ମୁକାବିଲା ପାଇଁ) ଏବଂ ଡାକ୍ତରଙ୍କର ସମାନ ଏବଂ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଥାଏ।

ଔଷଧ: କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଡାକ୍ତର ଔଷଧ ବା ମେଡିସିନର ମଧ୍ୟ ସାହାଯ୍ୟ ନେଇଥାନ୍ତି, ଯାହାର ମୁଖ୍ୟ କାମ ଶରୀରରେ ଫ୍ୟାଟ୍ ବା ଚର୍ବିର ଅଧିଗ୍ରହଣକୁ କମ୍ କରିବା ଏବଂ ମଣିଷର ଭୋକକୁ ନିୟନ୍ତ୍ରଣ/ କମାଇ ଦେବା।

ଅସ୍ତ୍ରୋପଚାର ବା ସର୍ଜରୀ: ମେଦବହୁଳତାକୁ ନିୟନ୍ତ୍ରଣ କରିବା ପାଇଁ କରାଯାଉଥିବା ବିଭିନ୍ନ ଅସ୍ତ୍ରୋପଚାର ଯେମିତିକି Gastric bypass surgery, Laparoscopic adjustable gastric banding (LAGB), Gastric sleeve surgery, Biliopancreatic diversion with duodenal switch ଆଦିର ସାଧାରଣତଃ ଉଦ୍ଦେଶ୍ୟ ଆମ ପାକସ୍ଥଳୀ (stomach)ର ଆକାରକୁ ଛୋଟ କରି ଖାଦ୍ୟ ଗ୍ରହଣର ମାତ୍ରାକୁ ନିୟନ୍ତ୍ରଣ କରିବା ହୋଇଥାଏ।

ଅଧିକ ପଢନ୍ତୁ: ଡେଙ୍ଗୁ ନୁହେଁ 'ଡେଙ୍ଗି'; ଜାଣନ୍ତୁ କାହିଁକି ହୁଏ ଡେଙ୍ଗିଜ୍ୱର, କେମିତି କରିବେ ନିରାକରଣ

 

OTV is now on Whatsapp

Join and get latest news update delivered to you via whatsapp

Join Now