• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭିତରେ ନବୀନ, ବାହାରେ ମୋଦି । ପ୍ରଧାନମନ୍ତ୍ରୀଙ୍କ ୨୪ ମିନିଟର ଭାଷଣ, ସାମ୍ନାରେ ହଜାର ହଜାର ଜନତା, କର୍ମୀ ଓ ନେତା । ତା ପୁଣି ନବୀନ ନିବାସରୁ ହାତେ ଦୂରରେ । ଗତକାଲି ନବୀନ ନିବାସ ସମ୍ମୁଖରେ ହୋଇଥିବା ମୋଦିଙ୍କ ଜନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତାସହିତ ଭାଷଣ ଛଳରେ ମୋଦି ନାଁ ନନେଇ ନବୀନଙ୍କୁ ନିଶାନା ବି କରିଥିଲେ । ଆଉ ଏହାକୁ ନେଇ ରାଜନୈତିକ ବୟାନ ବାଜି ବି ତେଜିଛି ।

ନବୀନ ନିବାସ ସାମ୍ନାରେ ମୋଦିଙ୍କ ସଭା । ଭିତରେ ନବୀନ, ବାହାରେ ମୋଦିଙ୍କ ମଞ୍ଚ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରୁ ବାହାରି ସିଧା ଗଲେ ମଞ୍ଚକୁ, ଆଉ ନାଁ ନନେଇ ଟାର୍ଗେଟ ବି କଲେ । କେନ୍ଦ୍ରୀୟ ଯୋଜନାକୁ ହଡ଼ପ ଓ ଲୋକଙ୍କ ପାଖକୁ ପୂର୍ବର ମୁଖ୍ୟମନ୍ତ୍ରୀ ଯାଉ ନଥିବା କହି ବର୍ଷିଲେ ।

ଅଧିକ ପଢ଼ନ୍ତୁ: ବଢ଼ିଲା ବବିଙ୍କ ଅଡ଼ୁଆ, ଭାଇଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା

ତେବେ କାହିଁକି ନବୀନ ନିବାସ ସମ୍ମୁଖରେ ହେଲା ମୋଦିଙ୍କ ସାଧାରଣ ସଭା ? କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି ? ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଭଳି ରଣନୀତି କି ? ନା ନବୀନଙ୍କ ଲୋକପ୍ରିୟତା ହ୍ରାସ କରିବାକୁ ପ୍ରୟାସ ? ବିଜେଡି କହିଛି, ପ୍ରଧାନମନ୍ତ୍ରୀଙ୍କ ସଭା ବିଜେଡିକୁ ନିଚା ଦେଖାଇବା ମାନସିକତା ଆଧାରିତ ହୋଇନପାରେ । କିନ୍ତୁ ପ୍ରଧାନମନ୍ତ୍ରୀ ଯୋଜନାର ନାଁ ପରିବର୍ତ୍ତନ କଥା ଯାହା କହିଛନ୍ତି ତାହା ବିଜେଡିକୁ ନୁହଁ, 6 ମାସର ବିଜେପି ସରକାରକୁ ଲକ୍ଷ୍ୟ କରି କହିଛନ୍ତି । କାରଣ ଗଲା ୬ ମାସରେ ୨୨ଟି ଯୋଜନାର ନାଁ ପରିବର୍ତ୍ତନ ସହ ରଙ୍ଗ ପରିବର୍ତ୍ତନ କରିଛି ଏ ସରକାର ।

ସେପଟେ ବିଜେପି କହିଛି, ନବୀନ ନିବାସ ନବୀନ ବାବୁଙ୍କ ପୈତୃକ ସଂପତ୍ତି କିନ୍ତୁ ତା ସାମ୍ନା ରାସ୍ତାଘାଟ ତାଙ୍କ ପୈତୃକ ସଂପତ୍ତି ନୁହଁ । ଆଜି ଯାଏ ନବୀନ ନିବାସ ସମ୍ମୁଖରେ ସଭା କରେଇ ଦେଉ ନଥିଲେ । ମୋଦିଙ୍କ ଭାଷଣକୁ ଘରେ ରହି କାଲି ଶୁଣିଥିବେ ନବୀନ । ମେଣ୍ଟ ଭାଙ୍ଗିବା ଦିନ ଅର୍ଥାତ ମାର୍ଚ୍ଚ ୮, ୨୦୦୯ ଦିନ ଚନ୍ଦନ ମିତ୍ରଙ୍କୁ ଯେଉଁଭଳି ବ୍ୟବହାର କରିଥିଲେ ତାର ଫଳ ନିଶ୍ଚିତ ମିଳିବ ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ମହାନାଟକ: ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ, ୫ରେ ନୂଆ ସରକାରର ଶପଥ ଗ୍ରହଣ !

ନବୀନ ନିବାସ ସମ୍ମୁଖରେ କେବେ ସଭା ହୋଇଥିବା ଦେଖାଯାଇ ନଥିଲା। କିନ୍ତୁ ଗତକାଲିର ସଭା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେପି ପ୍ରଥମ କରି ରାଜ୍ୟରେ ସରକାରକୁ ଆସିଛି । ନିଜ କର୍ମୀଙ୍କୁ ଉତ୍ସାହିତ କରିବା ସହ ବିଜେଡିର ତୃଣମୂଳ ସଂଗଠନକୁ ଭାଙ୍ଗିବାକୁ ଦଳ ଷ୍ଟ୍ରାଟେଜି କରୁଛି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ତିନିଦିନିଆ ଓଡ଼ିଶା ଗସ୍ତରୁ ଏତିକି ସ୍ପଷ୍ଟ ଯେ ବିଜେପି, ଓଡ଼ିଶାରେ ଲମ୍ବା ଇନିଂସ୍ ଖେଳିବା ଲକ୍ଷ୍ୟରେ ଅଛି। ଯେଉଁଥିପାଇଁ ସଂଗଠନକୁ ଅଧିକ ଗୁରୁତ୍ୱ ଦେଉଛି ଦଳ ।

ଅଧିକ ପଢ଼ନ୍ତୁ: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି

  • Reported by:
  • JAGDISH DAS

OTV is now on Whatsapp

Join and get latest news update delivered to you via whatsapp

Join Now