Advertisment

Husband Killed Wife: ଫୋନ୍‌ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ

ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
murder

murder

ଯେଉଁ ହାତ ଧରି ବାହା ହୋଇଥିଲା, ସେହି ହାତରେ ଟାଙ୍ଗିଆ ଧରି ହତ୍ୟା କଲା। ମଙ୍ଗଳସୂତ୍ର ପିନ୍ଧାଇଥିବା ବେକରେ ଟାଙ୍ଗିଆ ଚୋଟ ମାରିଲା। ପତ୍ନୀକୁ ମାରି ନିଜ ୨-୨ଟି ଛୁଆକୁ ଅନାଥ କରିବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନଥିଲା। ବଲଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରୁ ଆସିଛି ଏଭଳି ଛାତିଥରା ଘଟଣା। ସ୍ତ୍ରୀ ଅମୁଲ୍ୟାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ ଗୌତମ ବିଶ୍ୱାଳ।

Advertisment

ଅଧିକ ପଢ଼ନ୍ତୁ: କଟକରେ ନକଲି ପୋଲିସ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଠକୁଥିଲା ଅଭିଯୁକ୍ତ

ତେବେ ସ୍ତ୍ରୀ ଅମୂଲ୍ୟା ଫୋନରେ କାହା ସହ ବାରମ୍ବାର କଥା ହେଉଥିବାରୁ, ତା ଚରିତ୍ରକୁ ସନ୍ଦେହ କରୁଥିଲା ଗୌତମ। ମଙ୍ଗଳବାର ଦିନ ଖିଆପିଆ ସାରି ଶୋଇବାକୁ ଯାଇଥିଲେ ଗୌତମ ଓ ପରିବାର। ହେଲେ ଭୋର ୪ ଟା ସମୟରେ ହଠାତ ରକ୍ତମୁଖା ହୋଇଗଲା ଗୌତମ। ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ତେବେ ଗୌତମଙ୍କ ଆଗରୁ ମୁଣ୍ଡ ଦୋଷ ଥିଲା। ଆଉ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରାୟ ସମୟରେ ଝଗଡ଼ା ହେଉଥିଲା ବୋଲି କହିଛନ୍ତି ଗୌତମର ଭାଇ ।

Advertisment

ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା। ଅନ୍ୟପଟେ ସ୍ତ୍ରୀକୁ ହତ୍ୟା କରି ଘର ଭିତରେ ଏକା ବସିରହିଥିଲା ଗୌତମ। ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମଦ ପିଇ ଝଗଡା ହେବା ଯୋଗୁଁ ଗୌତମ ହତ୍ୟା କରିଥିଲା ବୋଲି ଅତିରିକ୍ତ ଏସ. ପି କହିଛନ୍ତି ।

ଅଧିକ ପଢ଼ନ୍ତୁ: Ghibli ଇମେଜ ପାଇଁ ପ୍ରାଇଭେଟ ଫଟୋ ଦେଇ ଭୁଲ୍ କରୁନେ ତ ? ଫଟୋର ଦୁରୂପଯୋଗ କରିବନି ତ AI ?

Murder Odisha Police Bolangir
Advertisment
Advertisment