ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ । ଆସନ୍ତାକାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ।
କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।
ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।
୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି ।
ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।
ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।
ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ । ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣଂ ।
ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଭୁବନେଶ୍ୱରରେ ପହଞ୍ଚିଲା ୮ ଜଣିଆ SPG ଟିମ୍ । ଭୁବନେଶ୍ୱର ବିମାନ ବନ୍ଦର ସହ ବିଭିନ୍ନ ସ୍ଥାନରେ କରିବେ ଯାଞ୍ଚ ।
ପରାଜିତ ପ୍ରାର୍ଥୀଙ୍କ ୩୦ଟି ମିଥ୍ୟା ସତ୍ୟପାଠ ମାମଲା । ଭୁଲ୍ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣପତ୍ରକୁ ନେଇ କେଶ୍ ।
ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।
ତୀବ୍ର ନିନ୍ଦା କଲା ହେରିଟେଜ୍ ଫୋରମ୍ । ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଲେ ସାଂସଦ ଭର୍ତ୍ତୃହରି ।
କୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧିରେ ବି କଟକଣା । ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ, ବିଜ୍ଞପ୍ତି ଜାରି ।
ଆଲର୍ଟ ସତ୍ତ୍ୱେ କ୍ୱାର୍ଟର ନପାଇ ଗେଷ୍ଟ ହାଉସରେ ରହୁଛନ୍ତି ବହୁ ମନ୍ତ୍ରୀ-MLA । ତୁରନ୍ତ କ୍ବାର୍ଟର ଖାଲି କରିବାକୁ ପୂର୍ବତନ ବିଧାୟକଙ୍କୁ ଜିଏ ନୋଟିସ୍ ।
ଅତି ଶୋଚନୀୟ ହୋଇ ପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱରର ରାଜରାସ୍ତା । ବ୍ୟସ୍ତ ବହୁଳ ଇଲାକାରେ ତ ବାଇକ୍, କାର୍ ଚଳାଇବା ଅର୍ଥ ଦୁର୍ଘଟଣାକୁ ହାତ ଠାରି ଡାକିବା ।
ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।
ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ । ନାମ ପରିବର୍ତ୍ତନ ପାଇଁ ଏବେ ମୁଁ ନୁହେଁ ୧୯୪୯ ମସିହାରୁ ଦାବି ହୋଇ ଆସୁଛି । ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।
ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।
ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।
ମରାମତି ପୂର୍ବରୁ ୧୮ରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ASI ADGଙ୍କ ନେତୃତ୍ବ ଟିମରେ ରହିବେ କେନ୍ଦ୍ରୀୟ ସଂସ୍ଥାର ଏକ୍ସପର୍ଟ ।
ଦିନେ ନବୀନଙ୍କୁ ଭେଟିବା ବିଜେଡି ନେତାଙ୍କ ପାଇଁ ସ୍ବପ୍ନ ଥିଲା। ଆଉ ଏବେ ଖୋଦ୍ ନବୀନ ନେତା, ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ଗଣେଶ ପୂଜା ମଣ୍ଡପ ବି ବୁଲିଲେଣି।
ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।
ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି।
ପୁନର୍ଗଠନ ଆଳରେ ନୂଆ ନିଯୁକ୍ତି ବନ୍ଦ ଦାବି କଲେ EC ସଂଘର ହଜାର ହଜାର ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଦାବି ପାଇଛୁ, ବିଚାର କରିବୁ ।
ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ ।