/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733559623.jpg)
ASO ଚାକିରି ବିକ୍ରି ପ୍ରସଙ୍ଗ
ଶୂନ୍ୟକାଳରେ ପୁଣି ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ଗୃହ ଅପରାହ୍ନ ୪ ଟା ଯାଏଁ ମୁଲତବି । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରୀ ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଲେ ମୁଖ୍ୟମନ୍ତ୍ରୀ ବିଲ ଆଲୋଚନା ବେଳେ ଉତ୍ତରରେ କହିଲେ, ଚାକିରି ହାଟ ବଜାରରେ ମିଳୁଥିଲା । ୨୦ / ୩୦ ଲକ୍ଷ ଦେଲେ ଚାକିରି ମିଳୁଥିଲା । ଏହା ଦ୍ୱାରା ପରିଶ୍ରମ କରି ଯେଉଁ ଯୋଗ୍ୟ ପିଲା ଚାକିରି ପାଇଛନ୍ତି ତାଙ୍କ ପ୍ରତି ଘୋର ଅପମାନ ହୋଇଛି । ଯେଉଁମାନେ ଚାକିରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେମାନଙ୍କ ମନୋବଳ ଭାଙ୍ଗୁଛି । ଯଦି ପ୍ରମାଣ ଅଛି ୬ ମାସ ହେଲା ବସିଛନ୍ତି କାହିଁକି ? ତାଙ୍କ ପାଖରେ ସିବିଆଇ, ଇଡି ଅଛି ତଦନ୍ତ ନକରି ଚୁପ ହୋଇ କାହିଁକି ବସିଛନ୍ତି ବୋଲି କହିଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀ ଶସ୍ତା ବିବୃତି ରଖନ୍ତୁନି ବୋଲି କହି ପ୍ରମିଳା ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିକୁ ବାଦ ଦିଆଯିବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ କେଉଁ ସଂସ୍ଥା ଲଗେଇକି ସେ ତଦନ୍ତ କରି ଏହି ତଥ୍ୟ ପାଇଛନ୍ତି । ଏ ସଂପର୍କରେ ରୁଲିଂ ଦେବାକୁ ଗୃହରେ ଦାବି କରିଛନ୍ତି ପ୍ରମିଳା ।
ଶୂନ୍ୟକାଳରେ ପ୍ରମିଳା ମଲ୍ଲିକ ଉଠାଇଥିବା ପ୍ରସଙ୍ଗକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଥିଲେ, ସ୍ୱଚ୍ଛତା ପାଇଁ ଆଇନ୍ ଆଣିବାକୁ ବିରୋଧ କରିବା ଘୃଣ୍ୟ ଏବଂ ନିନ୍ଦନୀୟ । ପୂର୍ବ ସରକାରରେ ବଣିକ ଏବଂ ବଣିକମାନେ ସରକାରଙ୍କ ବଡିଗାର୍ଡ ହୋଇ ଚାକିରି ବିକୁଥିଲେ । ଏବେ କହିଲା ବେଳକୁ ବାଧୁଛି । କୋଚିଂ ସେଣ୍ଟର ଖୋଲି ଚାକିରି ବିକି ଆପଣ ମାନଙ୍କୁ ପୋଷୁଥିଲେ । ଯଦି ୨୫ ଲକ୍ଷ ନୁହେଁ ଅଧିକ ନେଉଥିଲେ, ତାହେଲେ ଆମର ଭୁଲ ହୋଇଛି । ବୋଧେ ୩୦ କି ୪୦ ଲକ୍ଷ ନେଉଥିଲେ ବୋଲି କହିଥିଲେ ସନ୍ତୋଷ ।
ଅଧିକ ପଢନ୍ତୁ:ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ, ପୂର୍ବ ସରକାର ଚାକିରି ବିକୁଥିଲେ କହିଲେ ମୁଖ୍ୟମନ୍ତ୍ରୀ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସି ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ହାତୁଡ଼ିରେ ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ। ଯାହାର ଉଦାହରଣ ୨୦୨୩ ମସିହାର JEE ପରୀକ୍ଷା। ଖାଲି ସେତିକି ନୁହେଁ ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି। ASO ନିଯୁକ୍ତିରେ ହୁଣ୍ଡା ମୂଲରେ ଡାକି ନିଯୁକ୍ତି ଦେଇଥିଲେ । ୨୫ ରୁ ୩୦ ଲକ୍ଷ ଟଙ୍କା ରେ ବିକ୍ରି ହୋଇଥିଲା ASO ଚାକିରି।
ମୁଖ୍ୟମନ୍ତ୍ରୀ କହିଥିଲେ, ଯଦି ଚାହିଁବେ ସେମାନେ ଏ ଗୃହରେ ବି ଆସିବେ କହିବେ। ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା ଚୁପ୍ କାହିଁକି ଥିଲେ ପୂର୍ବ ସରକାର। ସରକାରଙ୍କ ଉପରେ ଥିଲେ ରାକେଟ ବେପାରୀ। ଛାତ୍ରଛାତ୍ରୀମାନଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ, କିନ୍ତୁ ନିଯୁକ୍ତି ବେଳକୁ ସେମାନଙ୍କୁ ନାହିଁ। ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟଙ୍କ ଭବିଷ୍ୟତକୁ ଆଜିକା ଦିନରେ ଅନ୍ଧାରକୁ ଠେଲି ଦେଇଥିଲେ ପୂର୍ବ ସରକାର। ଯାହା ପାଇଁ ସେମାନଙ୍କ ମଧ୍ୟରୁ ଅନେକ ବି ସୁଇସାଇଡ କରିଦେଇଛନ୍ତି। ଆଗକୁ କିନ୍ତୁ ଏମିତି ହେବ ନାହିଁ। ଅନ୍ୟରାଜ୍ୟ ପରି ବି ଘଟଣା ଘଟିବାକୁ ଦେବୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)