Advertisment

DG Conference: ଦିନ ୧ଟା ଯାଏଁ ଚାଲିବ ସ୍କୁଲ, ତାପରେ ଛୁଟି !

ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Halfday school

Halfday school

ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ' ସ୍କୁଲ। ଭୁବନେଶ୍ୱରରେ ଆଜି ଦିନ ଗୋଟାଏ ଯାଏଁ ଖୋଲା ରହିବ ସବୁ ସ୍କୁଲ୍। ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଘୋଷଣା ହୋଇଛି। ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ' ଘୋଷଣା ହୋଇଛି।

Advertisment

ସେହିଭଳି ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ମୋ ବସ୍‌ ରୁଟ୍‌ ମଧ୍ୟ ବନ୍ଦ ରହିଛି । ଡିଜିପି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀକୁ ରଖାଯାଇଚି । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ରହିଛି। ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେଠାରେ କଟକଣା ରହିବ।

ଏହା ସହ ପଢ଼ନ୍ତୁ: PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

Advertisment

ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।

ସେହିଭଳି ମୋ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବ । ବିଭିନ୍ନ ରୁଟରେ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ।

ତେବେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ । ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ। ପଦାଧିକାରୀ ଓ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ । ଫୋକସରେ ରହିବ ସରକାର ଓ ସଂଗଠନ ।

ନୂଆ କରି ସତ୍ତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତାର ସମୀକ୍ଷା କରିବେ ଖୋଦ୍ ମୋଦି । ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ। ଆଗାମୀ ୨୫ ବର୍ଷ ଯାଏ ସତ୍ତାରେ ରହିବାକୁ ସଂଗଠନର ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ। ଚଳିତ ଥର କୋଟିଏ ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି। ସେନେଇ ମଧ୍ୟ ଆଲୋଚନା କରିବେ।

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

Pm Modi Visit
Advertisment
Advertisment