ଅବକାରୀ ଜିଲ୍ଲା ଭାବେ ବରଗଡରୁ ଅଧିକ ରାଜସ୍ୱ ମିଳିଥିବା ବେଳେ ରାଜସ୍ୱ ଜିଲ୍ଲା ଭାବେ ଅନ୍ୟ ଏକ ଜିଲ୍ଲାରେ ବିକ୍ରି ହୋଇଛି ଅଧିକ ମଦ । କେଉଁ ଜିଲ୍ଲାରେ ବିକ୍ରି ହେଉଛି ଅଧିକ ମଦ, ଦେଖନ୍ତୁ ଏଇ ରିପୋର୍ଟ ।
ବାର୍ ଉପରେ ଅବକାରୀ ଟିମ୍ର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର୍ ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।
ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ବିଜେଡି ସରକାର ଅମଳରେ ଜଣେ ଗେହ୍ଲା ଆଇପିଏସ୍ ବାବୁ ନିଜ ସୁବିଧା ଏଭଳି ଚକ୍ରାନ୍ତ କରିଥିବା ବିଜେପି ଆଣିଛି ଅଭିଯୋଗ।
ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍ । ଯେତେ ଚଢ଼ାଉ ହେଉଛି ସେତିକି ମଦ ଫ୍ୟାକ୍ଟ୍ରି ଠାବ ହେଉଛି ।
ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ରାତିଅଧ ଯାଏ ବାର୍ ଖୋଲା ରହିବାରୁ ଗଣ୍ଡଗୋଳ ଘଟୁଛି।
ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍ଙ୍କର ।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ପଶିଲା ଚେତା । ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କ ନିୟୋଜନ ନେଇ ରାଜଧାନୀରେ ଘନ ଘନ ଚଢ଼ାଉ ।