ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ । ହସରେ ହସରେ ଅନେକ ଗୁରୁମନ୍ତ୍ର ବି ଦେଲେ । ଆଚରଣ ଉଚ୍ଚାରଣ ସଜାଡି ଲୋକଙ୍କ ସହ ସଂପର୍କରେ ରହି ସେମାନଙ୍କର ଅଭିଯୋଗ ଶୁଣିବାକୁ ପରାମର୍ଶ ଦେଇଥିଲେ ପିଏମ୍ ମୋଦି ।
Also Read
ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପାଠଶାଳା । ହସ ହସରେ ମଞ୍ଜ କଥା । ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା । ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର । ମିଶନ-୩୬ ଆଉ ଭିଜନ-୩୬ ପାଇଁ ବତାଇଲେ ବାଟ । ଝିଅ ଓ ବୋହୂ କଥା କହି ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ଦେଲେ ପରାମର୍ଶ । ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ, କାର୍ଯ୍ୟକର୍ତ୍ତା ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରୁହ । ଅଭିଯୋଗ ଶୁଣ । ଏମିତିକି ତୁମକୁ ଭୋଟ୍ ଦେଇନଥିବା ଲୋକଙ୍କ କଥା ବି ବୁଝ । ଟ୍ରାନ୍ସଫର ବଦଳିକୁ ଗୁରୁତ୍ୱ ନ ଦେଇ ଲୋକଙ୍କ କାମରେ ମନ ଦିଅ । ଫୋନରେ କାହାକୁ ଗଳି ଦିଅନି, ସଂଯମତା ରଖ । ଗାଳି ଦେଲେ, ଚିଡ଼ିଲେ ସୁଶାସନ ହୁଏନି ।
ଅଧିକ ପଢ଼ନ୍ତୁ: ବଢ଼ିଲା ବବିଙ୍କ ଅଡ଼ୁଆ, ଭାଇଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା
ଝିଅ-ବୋହୂ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ବାପଘରେ ଝିଅକୁ କେହି ଦେଖନ୍ତିନି, କିନ୍ତୁ ବୋହୂ ହେବା ପରେ ସମସ୍ତଙ୍କ ନଜର ତା ଉପରେ ରୁହେ । ଜିତିବା ପରେ ଏବେ ନିର୍ବାଚନ ମଣ୍ଡଳୀ ସହ ସମସ୍ତଙ୍କ ଆଖି ତୁମ ଉପରେ । ତେଣୁ ଆଚରଣ ଆଉ ଉଚ୍ଚାରଣ ଠିକ୍ କର । ଏମିତିକି, କେବଳ ଫାଇଲ୍ ଦସ୍ତଖତ ବେଳେ ମୁଁ ପ୍ରଧାନମନ୍ତ୍ରୀ ବାକି ସମୟ ମୁଁ କାର୍ଯ୍ୟକର୍ତ୍ତା ଭାବେ ବୋଲି କହିଥିଲେ ମୋଦି । ବିଜେପିର ଭିଜନ ୨୦୩୬କୁ ଲୋକଙ୍କ ପାଖରେ ରଖ । ବିଜେପି ୨୦୩୬ ଯାଏଁ କ୍ଷମତାରେ ରହିଲେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମିରେ କେଉଁ ପରିବର୍ତ୍ତନ ଆଣିବ ଲୋକଙ୍କ ପାଖରେ ପହଞ୍ଚାଅ ।
ଦୁଇଘଣ୍ଟା ଧରି ନିଜ ରାଜନୈତିକ ଜୀବନର ଅନେକ ରୋଚକ କଥା କହି ପିଏମ୍ ମୋଦି ନିଜେ ହସିଲେ ଆଉ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ହସାଇଲେ । ପୁରା କାଜୁଆଲ୍ ଭାବେ ସମସ୍ତଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ୬୦ ବର୍ଷରୁ ଉର୍ଦ୍ଧ୍ବ କିଏ ଅଛନ୍ତି, ଗତ ୨ ବର୍ଷରେ କିଏ ମେଡିକାଲରେ ଭର୍ତ୍ତି ହୋଇଥିଲେ କି, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କହି ପ୍ରଧାନମନ୍ତ୍ରୀ କହିଥିଲେ ନିଜ ସ୍ୱାସ୍ଥ୍ୟ ଠିକ୍ ରହିଲେ ଲୋକଙ୍କ ସେବା କରି ପାରିବେ। ଏହା ସହ ରାଜନୈତିକ ଜୀବନ ଭିତରେ ଘର ପରିବାର ପ୍ରତି ଅବହେଳା ନ କରିବାକୁ ବି ପରାମର୍ଶ ଦେଇଥିଲେ ମୋଦି ।
ଅଧିକ ପଢ଼ନ୍ତୁ: କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...
କାହା ଘରେ ବଢିଲା ଝିଅ ଥିଲେ ତାର ବାହାଘର ଏବଂ ବୃଦ୍ଧ ବାପା ମାଙ୍କ ପ୍ରତି ଯତ୍ନବାନ ହେବାକୁ ବୁଝାଇଥିଲେ । ଆଉ ମଝିରେ ଆପଣ ବହୁତ ସରଳ ଜୀବନ ରଖି ବି ଲୋକ କାହିଁକି ଆପଣଙ୍କୁ ଷ୍ଟାଇଲିସ୍ କହୁଛନ୍ତି ବୋଲି ପଚାରିଦେଲେ ମନ୍ତ୍ରୀ ବିଭୁତି ଜେନା । ମୋଦିଙ୍କ ଉତ୍ତର ଥିଲା ମୁଁ କୌଣସି ସଉକ କିମ୍ଭା ଷ୍ଟାଇଲରେ କିଛି ପିନ୍ଧେନି, ଆବଶ୍ୟକତା ଦୃଷ୍ଟିରୁ ପୋଷାକ ପିନ୍ଧେ । ଗରମ ହେଲେ ହାତକଟା ଜାମା, ଆଉ ଯେଉଁଠି ଦରକାର ଲମ୍ବା ହାତ ଜାମା ପିନ୍ଧେ ଲୋକ ତାକୁ ଷ୍ଟାଇଲ ବୋଲି କୁହନ୍ତି । ଜନ ପ୍ରତିନିଧିମାନଙ୍କୁ ସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଶେଷ କରି ଯୁବକମାନଙ୍କ ସହ ଅଧିକ ଯୋଡି ହେବାକୁ କହିଥିଲେ। ଏଥିପାଇଁ ସାଂସଦ କ୍ରୀଡ଼ା ମହାକୁମ୍ଭ ଭଳି ବିଧାୟକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ମହାନାଟକ: ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ, ୫ରେ ନୂଆ ସରକାରର ଶପଥ ଗ୍ରହଣ !
- Reported by:
- SOUMYA RANJAN SAHOO , BIBARTAN PANDA