Advertisment

Vastu: ଆପଣଙ୍କ ଭୂମିରେ ଉଈହୁଙ୍କା ଅଛି କି...ଗୃହ ନିର୍ମାଣ ପୂର୍ବରୁ ମାନନ୍ତୁ ଏହି ନିୟମ

ଯେଉଁ ସ୍ଥାନରେ  ଭୂମିରେ ଘାସ କିମ୍ବା ଗଛଲତା ଟିଏ ନଥାଏ ବା ଉଠୁ ନଥାଏ ଏବଂ ଉଈହୁଙ୍କା, ସାପ ହୁଙ୍କା ଆଦି ଥାଏ କେବେବି ସେହି ସ୍ଥାନରେ ଗୃହ ନିର୍ମାଣ କରିବା  କଥା ନୁହେଁ । ଯଦି ଗୃହ ନିର୍ମାଣ କରିବାକୁ ପଡ଼େ, ତେବେ  ସେହି ସ୍ଥାନର ମାଟିକୁ ୬ ଫୁଟ୍ ଖୋଳି ସେହି ମାଟିକୁ ଅନେକ ଦୂରରେ ଫୋପାଡ଼ି ଦେବେ ଏବଂ ସେହି ସ୍ଥାନରେ ଭଲ ମାଟି କିମ୍ବା ବାଲି ଫିଲିଙ୍ଗ କରିଦେବେ ଏବଂ କିଛି ଦିନ ପରେ ଏହି ସ୍ଥାନକୁ ବାସ୍ତୁଶାସ୍ତ୍ର ମତରେ ଶୋଧନ କରି ଗୃହନିର୍ମାଣ କରିବେ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ବାସ୍ତୁ ଟିପ୍ସ

ବାସ୍ତୁ ଟିପ୍ସ

ମଣିଷ ବଞ୍ଚି ରହିବାକୁ ହେଲେ ତିନୋଟି ମୌଳିକ ବସ୍ତୁର ଆବଶ୍ୟକତା ରହିଛି । ତା’ହେଲା ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ । ଏଣୁ ବାସ୍ତୁଶାସ୍ତ୍ରରେ ବାସସ୍ଥାନ ଏକ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । ଏଣୁ ବାସ୍ତୁସ୍ଥାନ ସଦାସର୍ବଦା ବାସ୍ତୁଦୋଷ ମୁକ୍ତ ହେବା ଦରକାର । ବାସ୍ତୁଦୋଷ ଥିଲେ ଆମର ଇଛା ପୂରଣ ହେବାରେ ବାଧା ସୃଷ୍ଟି ହୋଇଥାଏ । ଗୃହବାସୀମାନେ ସବୁବେଳେ ଦୁଃଖ କଷ୍ଟରେ ରହିଥାନ୍ତି । ସବୁ ପ୍ରକାର ସମସ୍ୟା ଭିତରୁ ଆର୍ଥିକ ସମସ୍ୟା ଅତ୍ୟନ୍ତ  କଷ୍ଟଦାୟକ ।

Advertisment

ଆର୍ଥିକ ସମସ୍ୟା ଥିଲେ ବର୍ତ୍ତମାନ ଯୁଗରେ ଗୃହସ୍ଥ ଜୀବନକୁ  ସଠିକ ଭାବରେ ଚଲାଇବା କଷ୍ଟ । ବର୍ତ୍ତମାନ ଯୁଗରେ ଯଦି ଆପଣଙ୍କ ପାଖରେ ଧନ ନାହିଁ ତେବେ ନିଜ ରକ୍ତ ସମ୍ପର୍କ ଲୋକମାନେ ବି ଆପଣଙ୍କ ପାଖରୁ ଦୁରେଇ ଯାଇଥାନ୍ତି । ଏହା ହେଉଛି ଜୀବନର ବାସ୍ତବତା । ଏହି ବିଷୟ ଆପଣମାନେ  ଅଧିକ  ବୁଝିପାରୁଥିବେ । ଏଣୁ ମୁଁ ଆପଣମାନଙ୍କୁ କହିବି ବାସ୍ତୁରେ କେଉଁସବୁ ଦୋଷ ଥିବାରୁ ଆର୍ଥିକ ସମସ୍ୟା ଆସିଥାଏ ।

ପ୍ରଥମେ ଜାଣିବା ଭୂମିର ଦୋଷ ବିଷୟରେ ଯେଉଁ କାରଣରୁ ଆର୍ଥିକ ସମସ୍ୟା ଆସିଥାଏ ।

ଯେଉଁ ସ୍ଥାନରେ  ଭୂମିରେ ଘାସ କିମ୍ବା ଗଛଲତାଟିଏ ନଥାଏ ବା ଉଠୁ ନଥାଏ ଏବଂ ଉଈହୁଙ୍କା, ସାପ ହୁଙ୍କା ଆଦି ଥାଏ କେବେବି ସେହି ସ୍ଥାନରେ ଗୃହ ନିର୍ମାଣ କରିବା କଥା ନୁହେଁ । ଯଦି ଗୃହ ନିର୍ମାଣ କରିବାକୁ ପଡ଼େ, ତେବେ  ସେହି ସ୍ଥାନର ମାଟିକୁ ୬ ଫୁଟ୍ ଖୋଳି ସେହି ମାଟିକୁ ଅନେକ ଦୂରରେ ଫୋପାଡ଼ି ଦେବେ ଏବଂ ସେହି ସ୍ଥାନରେ ଭଲ ମାଟି କିମ୍ବା ବାଲି ଫିଲିଙ୍ଗ କରିଦେବେ ଏବଂ କିଛି ଦିନ ପରେ ଏହି ସ୍ଥାନକୁ ବାସ୍ତୁଶାସ୍ତ୍ର ମତରେ ଶୋଧନ କରି ଗୃହନିର୍ମାଣ କରିବେ । ଯଦି ଏହିପରି ନକରି ଗୃହ ନିର୍ମାଣ କରନ୍ତି ତେବେ ଆପଣ ସେହି ଗୃହରେ ବସବାସ କଲାପରେ ଧିରେ ଧିରେ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଥାଏ ଫଳରେ ଘୋର ଆର୍ଥିକ ସଂଙ୍କଟ ଦେଖାଦେଇଥାଏ । ଏବେ ଜାଣିବା ବାସ୍ତୁରେ କେତେକ ସ୍ଥାନ ରହିଛି ଯେଉଁସ୍ଥାନରେ ବାସ୍ତୁ ଦେଷ ଥିଲେ ଆର୍ଥିକ ସମସ୍ୟା ଆସିଥାଏ ।

Advertisment

୧. ଗୃହର ଉତ୍ତର ଦିଗ : ଏହି ଦିଗ ଗୃହବାସୀଙ୍କ ଆର୍ଥିକ ସ୍ଥିତି କୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଉତ୍ତର ଦିଗ  ହେଉଛି ବୁଧ ଗ୍ରହ  ଏବଂ  କୁବେର ଦେବାତାଙ୍କ ଦିଗ । ଏହି ଦିଗ ଆମକୁ ଅନେକ ପ୍ରକାର ସୁଯୋଗ ପ୍ରଦାନ କରିଥାଏ । ଯଦି ବ୍ୟବସାୟ କରୁଛନ୍ତି ତେବେ  ନୂଆ ନୂଆ ପ୍ରୋଜେକ୍ଟମାନ ସବୁ ଏହି ଦିଗର ଶୁଭ ପ୍ରଭାବ ଯୋଗୁ ଆସିଥାଏ । ଯଦି ଏହି ଦିଗରେ ପାଇଖାନା, ମଇଳା ଟାଙ୍କି କିମ୍ବା ଅଳିଆ ଆବର୍ଜନା ଆଦି ରଖୁଛନ୍ତି ତେବେ  ଏହି ଦିଗରେ ଘୋର  ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଫଳରେ ଆମକୁ ଯେଉଁ ରୋଜଗାର ପାଇଁ ସୁଯୋଗ ଆସିବା କଥା ତାହା ଆସି ନଥାଏ, ଫଳରେ  ଆର୍ଥିକ ଅଭିବୃଦ୍ଧି ହୋଇ ନଥାଏ । ଯାହାକି ଆର୍ଥିକ ସମସ୍ୟାର ମୁଖ୍ୟ  କାରଣ ହୋଇଥାଏ ।

ଏଣୁ ଏହି ଦିଗରୁ ପାଇଖାନା, ମଇଳା ଟାଙ୍କି ଆଦି ହଟେଇ ଦିଅନ୍ତୁ ଏବଂ ଏହାକୁ  ବାୟକୋଣକୁ ସ୍ତାନାନ୍ତର କରିଦିଅନ୍ତୁ । ଯଦି ଏହା କରିପାରୁ ନାହାନ୍ତି ତେବେ ଏହି ସ୍ଥାନରେ ବାସ୍ତୁଦୋଷ ନିବାରଣ ଯନ୍ତ୍ର ବିଧିବିଧାନର ସହ ସ୍ଥାପନା କରନ୍ତୁ ଫଳରେ ଏହି ସ୍ଥାନରେ ଅଶୁଭତ୍ୱ କମିଯିବ ଏବଂ ଶୁଭ ଫଳ ପ୍ରାପ୍ତ ହେବ । ଏହି  ଦିଗକୁ କେବେବି ଗୃହର ଅନ୍ୟସ୍ଥାନ ଅପେକ୍ଷା ଭାରି ବା ଉଚ୍ଚା କରନ୍ତୁନାହିଁ । ଏହା ଦ୍ୱାରା ମଧ୍ୟ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଦିଗରେ କଦାପି ନାଲି ରଙ୍ଗ କରନ୍ତୁ ନାହିଁ । ଯଦି ଉତ୍ତର ଦିଗରେ ନାଲି ରଙ୍ଗ ହୋଇଥାଏ ତେବେ  ମଧ୍ୟ ଆର୍ଥିକ ସମସ୍ୟା ହୋଇଥାଏ । ଏଣୁ ଉତ୍ତର ଦିଗର ନାଲି ରଙ୍ଗ  ହଟେଇ ନୀଳ ରଙ୍ଗ କରିଦିଅନ୍ତୁ ।

ଯଦି ଏହି ସବୁ ନିମୟ ମାନି ଗୃହ ନିର୍ମାଣ କରନ୍ତି ତେବେ ଆର୍ଥିକ  ସମସ୍ୟା ହେବନାହି ଏବଂ ଅନେକ ଶୁଭଫଳ ପାଇବେ ।

Vastu Tips For Home Vastu Tips For Money Vastu Tips In Odia Vastu Tips
Advertisment
Advertisment