/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737718734.jpg)
‘ଚଳିତ ବର୍ଷ ୪୦ ହଜାର ନିଯୁକ୍ତ’
ଫେବୃଆରୀ ୧୭ରେ ବିଧାନସଭାରେ ଆଗତ ହେବ ବଜେଟ୍ । ଏଥିପାଇଁ ଆଜି ବସିଥିଲା ପ୍ରାକ୍ ବଜେଟ୍ ବୈଠକ । ପ୍ରି ବଜେଟ୍ ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆମେ ଲୋକମତ ସଂଗ୍ରହ କରୁଛୁ । ଆଜି ପ୍ରାକ୍ ବଜେଟ ପରାମର୍ଶ ନେଇ ବୈଠକରେ ସମସ୍ତଙ୍କ ସହ ସବିଶେଷ ଆଲୋଚନା ହୋଇଛି । ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ବଜେଟ୍ ପାଇଁ ମତାମତ ଦେଇ ପାରିବେ । ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ ସେ ନେଇ ବଜେଟ ପ୍ରସ୍ତୁତ ସମୟ ରେ ଚିନ୍ତା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ୨ରେ ଅନଲାଇନ୍, ୫ ଓ ୬ରେ କାଉଣ୍ଟରରେ ବିକ୍ରି ହେବ ଟିକେଟ୍
ସେ ଆହୁରି କହିଛନ୍ତି, ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରୁଛନ୍ତି । ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । ସେଥିପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଆଗାମୀ ବର୍ଷରେ ଗାଁରେ କିଭଳି ଆର୍ଥିକ ସ୍ଥିତି ମଜବୁତ୍ ହେବ, ଗାଁରେ ଆୟର ସୋର୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି । ଗାଁ ଲୋକ ଯେପରି ଆଉ ସହରକୁ ଆସିବେ ନାହିଁ ସେଥିପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶାରେ ଫୋକସ୍ କରାଯାଉଛି ।
ସେହିପରି ଶ୍ରମିକ, ଚାଷୀ, ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟରେ ପ୍ରତିଫଳିତ ହେବ । ୨୦ ହଜାର ନିଯୁକ୍ତି ଦେଇ ସାରିଛୁ । ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ପଦବୀ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବଜେଟ୍ ପାଇଁ ଗତବର୍ଷ ଅନଲାଇନ୍ ମାଧ୍ୟମରେ ପ୍ରାୟ ୬ ହଜାର ପ୍ରସ୍ତାବ ଆସିଥିଲା, ଏଥର ୬ ହଜାରରୁ ଅଧିକ ପ୍ରସ୍ତାବ ଆସିବ ବୋଲି ଆକଳନ କରାଯାଉଛି । ୨୦୨୫-୨୬ରେ ସରକାର ଆହୁରି ଅନେକ ଯୋଜନା ସାମିଲ କରିବେ । ତେଣୁ ବଜେଟର ଆକାର ବହୁତ ବଢିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)