ଏବେ ସୁବର୍ଣ୍ଣରେଖା ନଦୀର ପାର୍ଶ୍ୱ ଅଞ୍ଚଳ ଜଳମଗ୍ନ। ଯାହା ଖୁବ୍ ପ୍ରଭାବ ପକାଇଛି ପରିବା ବଜାର ଉପରେ। ଦୁଇ ଦୁଇଟି ବନ୍ୟାରେ ଉତ୍ତର ବାଲେଶ୍ଵର ୧୨ ଦିନ ଧରି ଭାସୁଛି। ଲୋକଙ୍କ ଜୀବନ ଯାପନ ପ୍ରଭାବିତ ହେବା ସହ ନଷ୍ଟ ହୋଇଛି ବ୍ୟାପକ ପରିବା ଚାଷ। ଆଉ ଚାଷ ନଷ୍ଟ ପରେ ଏବେ ପରିବା ଦର ଆକାଶଛୁଆଁ।
ଦୁର୍ଘଟଣା କଥା ଏଠି କାହାରି ହିସାବ ନାହିଁ। କିଛି କିଛି ଦିନ ଅନ୍ତରାଳରେ ଏଠି ଦୁର୍ଘଟଣାରେ ଚାଲିଯାଉଛି ନୀରିହ ଜୀବନ। ୧୯୮୫ ମସିହାରେ ବାଲେଶ୍ବରରେ ନିର୍ମାଣ ହୋଇଥିଲା ଓଡ଼ିଶାର ସର୍ବପୁରାତନ ଏହି ଉଡନ୍ତା ପୋଲ।
ବାଲେଶ୍ୱରର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ। ଲୋକେ ପାଣି ଘେରରେ ଅଛନ୍ତି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ମାଉସୀ ଦୋକାନ ଘରେ ବସିଛନ୍ତି। ତାଙ୍କ ଘରେ କିନ୍ତୁ ଆଣ୍ଠିଏ ପାଣି।
ସପ୍ତାହକ ଭିତରେ ବାଲେଶ୍ବର ଜିଲ୍ଲାରେ ଦ୍ବିତୀୟ ବନ୍ୟା ସୃଷ୍ଟି ହୋଇଛି। ବାଲେଶ୍ବର ଜିଲ୍ଲାର ୩୦ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ବଡ଼ ଭାଇର ଆଖିରୁ ଲୁହ ସରୁନି, ପାଟି ଖନି ମାରି ଯାଉଛି। କେମିତି ବୁଝେଇବ ଏ ମନ, ଦିନକ ପରେ ବଡ଼ ଭାଇ ବାପା ସାଜି ବାହା ଘର କରିଥାନ୍ତେ, ହେଲେ ଏବେ ମୁଖା ଅଗ୍ନି ଦେବେ ସାନ ଭାଇକୁ ।
ନା ଦେଖି ହେଉଛି, ନା ଦେଖିଲେ ସହି ହେଉଛି। ଦୀର୍ଘ ୪ ଦିନ ଧରି ବନ୍ୟା ଘେରରେ ରହିବା ପରେ ଏକପ୍ରକାର ଆକ୍ତାମାକ୍ତା ବନ୍ୟା ଦୁର୍ଗତ।
ଝିଅକୁ କାମୁଡ଼ିଦେଇଥିଲା ସାପ, ହେଲେ ସ୍ବପ୍ନ ଦେଖିଥିବା କହି ଏଡ଼ାଇଗଲେ ପରିବାର ଲୋକେ। ଶେଷରେ ପରିବାରର ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିନ୍ଧୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିବା ବେଳେ ବନ୍ୟା ଦୁର୍ଗତଙ୍କ ଉପରୁ ବିପଦ ଟଳିନି। ଭୋଗରାଇ ବ୍ଳକର ୧୨ ଗାଁ ଏବେ ବି ପାଣିଘେରରେ ରହିଛି।
ବର୍ଷା ନଥିବାବେଳେ ବନ୍ୟାରେ ଉବୁଟୁବୁ ହେଉଛନ୍ତି ଶତାଧିକ ଗାଁର ଲୋକେ, ବିପନ୍ନଙ୍କ ପାଖେ ପ୍ରଶାସନ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି। ପାଣି କମିବାକୁ ଦିନେ ଦୁଇଦିନ ଲାଗିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୫ ଜଣ ପୋଲିସ ବାବୁଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ସସପେଣ୍ଡ କରିଛନ୍ତି ବାଲେଶ୍ୱର ଏସପି ।
ପୁଅର କଟୁରୀ ଚୋଟରେ ଗୁରୁତର ଆଘାତ ପରେ କେଶବଙ୍କୁ ପ୍ରଥମେ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଉଠୁଛି ପଡ଼ୁଛି ଚନ୍ଦନେଶ୍ବର ପୀଠ । ଅଗଣିତ ଉପବିତଧାରୀଙ୍କ ମହାସମାଗମ । ବାଲେଶ୍ବର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବରରେ ମହାସମାରୋହରେ ପାଳିତ ହେଉଛି ଚଡ଼କ ମେଳା ।
ବାଲେଶ୍ଵର ସହରର ବିଭିନ୍ନ ଜନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ପୌରପାଳିକାର ଜଳଛତ୍ର କଥା ନକହିବା ଭଲ। ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି । ବାଲେଶ୍ଵର ଜିଲ୍ଲା ସ୍କୁଲ୍ ନିକଟ, ଆଇଟିଆଇ ଛକ, ଫାଣ୍ଡି ଛକ, ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଏହି ଜଳଛତ୍ର ସବୁ ବସିଥିଲା।
୭୧ ବର୍ଷରେ ବି ବୁଢାବାପାଟି କିଡନୀ ଦେବାକୁ ରାଜି। ମାତ୍ର କିଡନୀ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ। କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେଲେ ୩୫ ଲକ୍ଷ ଟଙ୍କା ଦରକାର।
ନୂତନ ଗୃହରେ କ୍ଲାସ ହେବା କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। ଯାହା ଫଳରେ ପିଲାମାନେ ପାଠ ଠିକରେ ବୁଝିପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହେଇ ଯାଉଛି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ସେମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
କଥାରେ ଅଛି ଜଣେ ନାରୀ ସବୁ କିଛି କରିପାରେ। କେବଳ ଘରଣୀ ଭାବେ ଘର ଭିତରେ ସୀମିତ ରହିବାକୁ ଚାହିଁନଥାଏ। ମାଆ ହୋଇ ପିଲାଙ୍କୁ ସ୍ନେହ ଦେବା ସହ ଫିଟ୍ ରହି ରାଜ୍ୟ ପାଇଁ ଗୌରବ ଆଣିପାରେ।
ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି ଅବସର ସମୟରେ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ମହିଳା ।
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିବା ଏହି ସେବାରୁ କେବେ ଅବସର ନେବା କଥା ଭାବିନାହାନ୍ତି ମନୋରଞ୍ଜନ। ପ୍ରତ୍ୟେକଦିନ ଦିନ ସକାଳୁ ଉଠି ପରିବା ଆଣିବାକୁ ହାଟକୁ ଯାଆନ୍ତି ଆଉ ହାଟରୁ ତଟକା ତଟକା ପରିବା ଆଣି ସ୍ତ୍ରୀ ଆଗରେ ଗଦେଇ ଦିଅନ୍ତି .... ସେପଟେ ସ୍ତ୍ରୀ ମାଣିକ ରୋଷେଇ କରି ଅତି ଶ୍ରଦ୍ଧାର ସହ ପଠେଇ ଦିଅନ୍ତି ଲୋକଙ୍କ ପାଇଁ...।
ନେତାଙ୍କୁ ନେହୁରା ହେଲେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ, ହେଲେ କେହି ଶୁଣିଲେନି ।
ବଡ ବଡ଼ ଅଟ୍ଟାଳିକା ଓ ସୁସଜ୍ଜିତ ଆଲୋକ ତରଣରେ ଝଲସି ଉଠୁଛି ସମଗ୍ର ପୀଠ.. ଓଡ଼ିଶା ସାହିତ୍ୟ ଜଗତ ପାଇଁ ମନୋଜ ଦାସଙ୍କ ରହିଛି ଅନେକ ଅବଦାନ.. ୧୬ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ଯୁଗ ଯୁଗ ପାଇଁ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ..ପଦ୍ମଭୂଷଣ ମନୋଜ ଦାସଙ୍କୁ ମନେ ପକାଇବ ସାରା ଦେଶ ବିଦେଶ..
ଫୋନ୍ କରି କହିଥିଲା ‘ବୋଉଲୋ ମୋତେ ଖୋଜିବୁନି ମୁଁ ରାତି ୧୦ଟା ବେଳକୁ ଘରକୁ ଆସିବି..’ ହେଲେ ଚାରି ରାତି ବିତିଗଲାଣି.. ନା ପୁଅ ଫେରିଲା.. ନା ମିଳିଲା ଖୋଜଖବର.. ଯାହା ମିଳିଲା ଦେହ ଥରାଇଦେଲା..
ଛାତିରେ ଯନ୍ତ୍ରଣା ହେଉଥାଏ.. କିନ୍ତୁ ଚଳନ୍ତା ଗାଡ଼ିକୁ ଛାଡ଼ିଲେ ନାହିଁ.. ଗାଡ଼ି ଅଟକାଇ ଷ୍ଟିୟରିଂ ଉପରେ ଆଖି ବୁଜିଦେଲେ.. ୬୫ ଜଣଙ୍କ ଜୀବନ ବଞ୍ଚାଇ ବନିଗଲେ ହିରୋ.
ଓଡ଼ିଶା ଭୂଇଁରେ ରାମ କାହାଣୀ। ଆଜିର କାହାଣୀରେ କିମ୍ବଦନ୍ତୀ ନାହିଁ କି ପୌରାଣିକ କଥାବସ୍ତୁ ନାହିଁ। ଆଜି ଭେଟିବା ଏମିତି କିଛି ଓଡ଼ିଆଙ୍କୁ, ଯାହାଙ୍କ ସୃଜନଶୀଳତାରେ ଭରି ରହିଛି କେବଳ ରାମ ମନସ୍କ ଭାବନା, ଆବେଗ ଆଉ ଉତ୍କଣ୍ଠା।
ରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜାମାତାଙ୍କ ପାଇଁ ଉପହାର ପଠାଇଲେ ମିଥିଳାବାସୀ। ଭାରତୀୟ ପରଂପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର।
ଦୁଇଟି ଯାକ ଲୁଟ୍ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।