/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737701390.jpg)
Male Applications for Subhadra Scheme
ମହିଳାଙ୍କ ସୁଭଦ୍ରା ପୋର୍ଟାଲରେ ପୁରୁଷ କଲେ ଆବେଦନ । ଆଉ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ । ଅଧାରକାର୍ଡ ଜରିଆରେ ଯଦି ମହିଳାମାନେ ଆବେଦନ କରିଥା’ନ୍ତି ତେବେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି କହିଛି । ପ୍ରେସମିଟ୍ କରି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ ଏହି ପ୍ରଶ୍ନ କରିଛନ୍ତି ।
ସେପଟେ ଏହି ସୁଭଦ୍ରା ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ମହିଳାଙ୍କ ଯୋଜନାରେ ପୁରୁଷ ଆବେଦନ କେଲେ କିପରି ? କେବଳ ୧୫୭ ଜଣ ପୁରୁଷ ନୁହେଁ, ଆହୁରି ଅଧିକ ଆବେଦନ କରିଥିବେ । ସରକାରଙ୍କ କୌଣସି ଭୁଲ କାରଣରୁ ଏପରି ହୋଇଛି । ସରକାର କିପରି ଏହା ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରା ପୋର୍ଟାଲରେ ଆବେଦନ କରିଛନ୍ତି । ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି । ମୁଁ ଭାବି ପାରୁନାହିଁ, ପୁରୁଷମାନେ କାହିଁକି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି ।
ତେବେ ମହିଳାଙ୍କ ପାଇଁ ରାଜ୍ୟରେ ନୂଆ ସରକାର ଆଣିଥିଲେ ‘ସୁଭଦ୍ରା’ ଯୋଜନା । ହେଲେ ‘ସୁଭଦ୍ରା’ ପୋର୍ଟାଲରେ ପୁରୁଷଙ୍କ ଆବେଦନ ପରେ ଏବେ ରାଜନୀତି ଜୋର ଧରିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)