ଫେବୃଆରୀ ୯ରେ ଦୁଲୁକିବ ବାରବାଟୀ । ଐତିହାସିକ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ମ୍ୟାଚ । ଏନେଇ ଷ୍ଟାଡିଅମରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା କ୍ରିକେଟ ସଂଘଙ୍କ ମଧ୍ୟରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨ରେ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ ।
Also Read
ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ୧୯ ହଜାରରୁ ୨୦,୦୦୦ ଅଫଲାଇନ ଟିକେଟ ଉପଲବ୍ଧ ହେବ । ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ । ଅଫଲାଇନ ଟିକେଟ ବିକ୍ରି ସମୟରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ହେବ । ୪ଟି ବ୍ୟାରିକେଡ ମଧ୍ୟରେ ୬ଟି କାଉଣ୍ଟରରୁ କ୍ରିକେଟ ଫ୍ୟାନ୍ସ ଟିକେଟ କିଣିବେ ।
ଅଧିକ ପଢ଼ନ୍ତୁ: ଅଲଗା ହେବେକି ବିରେନ୍ଦ୍ର ସେହୱାଗ ଏବଂ ପତ୍ନୀ ଆରତୀ ଅହଲାୱତ...
ଏହାଛଡା ପ୍ରଥମ ଥର ପାଇଁ ଏଥର ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ବ୍ୟକ୍ତିଙ୍କୁ ନେଇ ଲିଜେଣ୍ଡାରୀ ବକ୍ସର ଆୟୋଜନ କରାଯାଇଛି । ଉଭୟ ଉପର, ତଳ ବାଲିଯାତ୍ରା ପଡ଼ିଆ ଓ ସତ୍ୟବ୍ରତ ଷ୍ଟାଡିଅମରେ ଖୋଲିବ ଫ୍ୟାନ୍ କ୍ଲବ । ଯେଉଁଠି ଖେଳର ମଜା ସହ ସହର ଦହିବରା ଆଳୁଦମରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇ ପାରିବେ ଫ୍ୟାନ୍ସ । ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମ ଆସୁଥିବା ଦର୍ଶକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସମସ୍ତ ଗ୍ୟାଲେରୀରେ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ଅଫଲାଇନ୍ ଟିକେଟ କିଣିବା ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେନେଇ ସବୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଅନ୍ୟପଟେ ଏହି ଏକଦିବସୀୟ ମ୍ୟାଚକୁ କିପରି ସୁରକ୍ଷିତ ଭାବରେ ଆୟୋଜିତ କରାଯିବ ସେନେଇ ଆଜି ପୋଲିସ କମିଶନରଙ୍କ ସମେତ ଡିସିପି, ଅଗ୍ନିଶମ ଅଧିକାରୀ ଷ୍ଟାଡିଅମ ବୁଲି ସମୀକ୍ଷା କରିଛନ୍ତି । ମୋଟ ୪୪୦୦୦ ଦର୍ଶକ ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମକୁ ପ୍ରବେଶ କରିବେ । ସେହି ସମୟରେ ସମସ୍ତ ଗ୍ୟାଲେରୀ, ଅତିଥିଙ୍କ ବସିବା ସ୍ଥାନ ଓ ଦର୍ଶକ କିପରି ଶୃଙ୍ଖଳିତ ଖେଳ ଉପଭୋଗର କରିବେ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ପୋଲିସ କମିଶନର ଓ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଉଭୟ ଷ୍ଟାଡିୟମ ଭିତର ପାର୍ଶ୍ଵ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି ।
ସେପଟେ ଆସନ୍ତା ୭ ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱର ପହଞ୍ଚିବା ପରେ ଦୁଇ ଦଳ ମେ’ ଫେୟାର ହୋଟେଲରେ ରହିବେ । ଏହାପରେ ୮ ତାରିଖରେ ଉଭୟ ଦଳ ଦୁଇଟି ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ।