Advertisment

Road Accident: ଗଛରେ ପିଟି ହୋଇ ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି; କାର୍‌ରେ ଥିଲେ...

ନିଜ ଝିଅକୁ କଟକରେ ଛାଡ଼ି ପତ୍ନୀ ଓ ଶାଶୁଙ୍କୁ ଧରି ଭଞ୍ଜନଗର କ୍ୱାର୍ଟର୍ସକୁ ଫେରୁଥିଲେ। ଆଜି ଭୋର ସମୟରେ ଶାଳୁଆପଲି ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ପରେ ଗାଡ଼ିଟି ୪ ପାଲଟା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଗଛରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଅତିରିକ୍ତ ଏସିପଙ୍କ ଗାଡ଼ି। ଦୁର୍ଘଟଣାରେ ଅତିରିକ୍ତ ଏସିପଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆହତ ଅତିରିକ୍ତ ଏସପି ରଞ୍ଜନ କୁମାର ଦେଙ୍କ ସମେତ ୪ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରଞ୍ଜନ କୁମାର ଦେ ଭଞ୍ଜନଗରରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଅଛନ୍ତି।

ଅତିରିକ୍ତ ଏସିପ ନିଜ ପତ୍ନୀ,ଝିଅକୁ ଧରି ପୈତୃକ ଗାଁ ବାଲେଶ୍ୱର ଯାଇଥିଲେ। ସେଠାରେ ବୁଲାବୁଲି କରି ନିଜ ଶାଶୁ, ପତ୍ନୀ ଓ ଝିଅକୁ ଧରି ଆଜି ଭୋରରୁ ଫେରିଥିଲେ।

Advertisment

ନିଜ ଝିଅକୁ କଟକରେ ଛାଡ଼ି ପତ୍ନୀ ଓ ଶାଶୁଙ୍କୁ ଧରି ଭଞ୍ଜନଗର କ୍ୱାର୍ଟର୍ସକୁ ଫେରୁଥିଲେ। ଆଜି ଭୋର ସମୟରେ ଶାଳୁଆପଲି ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ପରେ ଗାଡ଼ିଟି ୪ ପଲଟା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ କାଚ ଭାଙ୍ଗି ଅତିରିକ୍ତ ଏସପିଙ୍କ ସମେତ ୪ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଛି ସୌରଭଙ୍କ ନିଖୋଜ କାହାଣୀ

Ganjam Accident
Advertisment
Advertisment