ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି ।
ପ୍ରତି ବର୍ଷ ବାତ୍ୟା ଆସୁଛି। ଝାଟି ମାଟି ଘର ଭାଙ୍ଗୁଛି। ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି। ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି।
ଘର ଭିତରୁ ଦେଖିଲେ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର। ବର୍ଷା ଦିନର ସ୍ଥିତି ତ ନକହିଲେ ଭଲ। କେବଳ ଇଟା ଥୁଆ ହୋଇ କାନ୍ଥ ତିଆରି ହୋଇଛି, ସେଥିରେ ପୁଣି ଏକାଧିକ ଫାଟ। ଏମିତି ଭଙ୍ଗାଘରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ।
‘ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ’..ରାଜ୍ୟରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସିଏଜିଙ୍କ ସନ୍ଦେହ ..‘୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ’
ଓଃ କି ଦୁଃଖ !! ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଟଙ୍କା ନାହିଁ । ବଡ ହିନସ୍ତାରେ ଚଳୁଛନ୍ତି ଏମାନେ । ଗୁହାରି କରି କରି ଥକିପଡିଲେଣି ସତ ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସ୍ଥିତି ଏମିତି ହେଲାଣି ଯେଉଁ ମଣିଷ ଶୋଉଛି ସେଇଠି ଛେଳି
ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ପାଣି । ଅନ୍ଧାର ରାତିରେ ବଡ କଷ୍ଟରେ କଟୁଛି ଦିନ । ସ୍ୱାମୀ ଥିଲା ବେଳୁ ଘର ପାଇଁ କହିକହି ଥକିପଡିଲେଣି ହେଲେ ଘରଟିଏ ମିଳିଲା ନାହିଁ । ଅଣ୍ଟିରେ ଧନ ନଥିବାରୁ ଦୁଇ ପୁଅଙ୍କ ପାଠରେ ବନ୍ଧା ହେଲାଣି ଡୋରି
ସରକାରଙ୍କୁ ଗୁହାରି କରୁଛି । ଆମ ପ୍ରତି ଟିକେ ଦୟା ଧର୍ମ କରନ୍ତୁ, ମୋର ପୁଅ ଦିବ୍ୟାଙ୍ଗ ମୁଁ ମଧ୍ୟ ଜଣେ ଦିବ୍ୟାଙ୍ଗ। ଆମକୁ ଘର ଖଣ୍ଡେ ଦିଅନ୍ତୁ। ଆମେ ୫ ପ୍ରାଣୀ କୁଟୁମ୍ବ ଏହି ବଣ ଜଙ୍ଗଲ ପାହାଡ଼ରେ ଆଶ୍ରୟ ନେଇଛୁ..
୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦୌଡି ଦୌଡି ହତାଶ୍...ଘର ମିଳିବ ତ?
ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।
‘ଘର’ ଯୋଜନା ପାଇଁ ରାଜ୍ୟ ସରକାର ତତ୍ପର, କିନ୍ତୁ ପିଏମ୍ ଆବାସ ବେଳକୁ କୁନ୍ଥକୁନ୍ଥ । ଆଜିଠୁ ରାଜ୍ୟରେ ମୋ ଘର ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ପିଏମ୍ ଆବାସ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାକୁ ନିର୍ଦ୍ଦେଶ ପରେ ବି କାର୍ଯ୍ୟକାରୀ ହେଉନି ।
ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।
ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ ।
ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।
ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।
ଆବାସ ଘରରେ ବଡ଼ କେଳଙ୍କାରୀ । ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ ଲାଗି ୩୦ ହଜାର ଲାଂଚ ମାଗୁଛନ୍ତି କୁଜି ନେତା । ଟଙ୍କା ଦେଇ ପାରୁନାହାନ୍ତି ବୋଲି ଏଯାଏଁ ଝୁପିଡ଼ି ଘରେ ରହୁଛନ୍ତି ନମିତା
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ର ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।
ଆଜିକା ସମୟରେ ଏମିତି ଭଙ୍ଗା ଘରେ ଦୁଇ ବଢିଲା ଝିଅ, ପୁଅ ବି ରହୁଛନ୍ତି କିନ୍ତୁ ଘରେ ବିଜୁଳି ନାହିଁ । ଘର ଖଣ୍ଡିଏ ପାଇଁ ପ୍ରଶାସନଠୁ ରାଜନେତା ସମସ୍ତଙ୍କ ପାଖକୁ ଦଉଡି ଦଉଡି ସୁକାନ୍ତିଙ୍କ ଗୋଡରୁ ଚପଲ ଘୋରି ହୋଇଯାଇଛି କିନ୍ତୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ।
ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି ।
ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି
ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ ।
ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।
ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ...
କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ ।