Advertisment

Food and Recipes: ଜମି ଯିବ ଲଞ୍ଚ୍ , ଘରେ ତିଆରି କରନ୍ତୁ ‘ଧନିଆପତ୍ର ଚିକେନ’

ଆପଣ କେବେ ‘ଧନିଆପତ୍ର ଚିକେନ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଧନିଆପତ୍ର ଚିକେନ’ । ତେବେ ଚାଲନ୍ତୁ ଜାଣିବା ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Food and Recipes

Food and Recipes

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଶୁକ୍ରବାର ରାନ୍ଧଣାରେ ଆମେ ଚିକେନର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଧନିଆପତ୍ର ଚିକେନ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ଗୋଟା ଗୋଲ ମରିଚ, ଅଦା ରସୁଣ ପେଷ୍ଟ୍‌, ଦହି, ଗୋଲ ମରିଚ ପାଉଡର, ଲୁଣ, ଗରମ ମସଲା, କଟା ପିଆଜ, ହଳଦୀ ଗୁଣ୍ଡ, ଧନିଆ ପତ୍ର ଓ କଞ୍ଚା ଲଙ୍କା ବଟା, ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା-ରସୁଣ ପେଷ୍ଟ୍‌, ଗରମ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଗୋଟା ଗୋଲ ମରିଚ, ଗୋଲ ମରିଚ ପାଉଡର ପକାନ୍ତୁ ଓ କଷନ୍ତୁ। ଅଳ୍ପ ପାଣି ମଧ୍ୟ ପକାଇ ପାରିବେ।
  • ମସଲା କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ଚିକେନ୍‌କୁ ମସଲାରେ ଭଲ ଭାବେ ଗୋଳେଇ ଦିଅନ୍ତୁ।
  • ଏବେ ସ୍ୱାଦ ଅନୁସାରେ ଲୁଣ ପକାଇ କଡ଼େଇକୁ ଢାଙ୍କି ଦିଅନ୍ତୁ।
  • ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଦେଖୁ ଥାଆନ୍ତୁ।
  • ଚିକେନ୍‌ରୁ ପାଣି ମରି ଯିବା ପରେ ଏହାକୁ ଅଳ୍ପ ସମୟ କଷନ୍ତୁ।
  • ମାଂସ ଯଦି ସିଝି ଯାଇଥିବ, ତା’ହେଲେ ଆଉ ସେଥିରେ ପାଣି ଦିଅନ୍ତୁ ନାହିଁ।
  • ଏବେ ସେଥିରେ ଧନିଆପତ୍ର ଓ କଞ୍ଚାଲଙ୍କା ବଟା ପକାନ୍ତୁ।
  • ଏହାପରେ ବସା ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାକୁ ଅଳ୍ପ ସମୟ ଚୁଲିରେ ବସାନ୍ତୁ।
  • ଏବେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
Advertisment

ଏଥିରେ ସଜେଇବା ପାଇଁ ଏହା ଉପରେ ଧନିଆ ପତ୍ର ମଧ୍ୟ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଧନିଆପତ୍ର ଚିକେନ। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
Advertisment
Advertisment