କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।
ସ୍ଥିତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବାର ଚର୍ଚ୍ଚା । ବିରୋଧୀ କହିଲେ-ଫରକ୍ ପଡ଼ିବନି ନବୀନଙ୍କ ଗସ୍ତ ।
ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।
ଆସନ୍ତାକାଲି ସବୁ ଏସ୍ପି ଓ ଡିସିପି ଅଫିସ ଘେରାଉ । କାଉଣ୍ଟରରେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ।
ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ହେଲା ଅନ୍ତିମ ସତ୍କାର । ଜଣେ ଓଡ଼ିଆ କଳାକାରଙ୍କୁ ସରକାରଙ୍କ ଅଣଦେଖା ନେଇ ବିଭିନ୍ନ ବର୍ଗର ନିନ୍ଦା ।
ପରିବାର, ପ୍ରୀୟଜନ, ବନ୍ଧୁ ତାଙ୍କ ଅନ୍ତିମ ସତ୍କାରରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ପିଣ୍ଟୁଙ୍କୁ ଆଜି ଶହ ଶହ ଫ୍ୟାନ୍ସ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍...
ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଛି।
ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ।
ସୌର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୋଲିସର ଏନ୍କାଉଣ୍ଟର କରିଛି। ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ SCBରେ ଭର୍ତ୍ତି କରାଯାଇଛି।
ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ
ମେଡିକାଲ ବେଡ୍ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି। ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ? ଘରୋଇ କ୍ଲିନିକ୍ର ଭୁଲ ପାଇଁ ଆଜି ଖାଲି ହୋଇଗଲା ମାଆ କୋଳ
ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ମୁଖପାତ୍ର ନହୋଇଥିଲେ ବି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରୋଷେଇ ଗ୍ୟାସ୍ ଦର ବୃଦ୍ଧି କରିଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। କହିଥିଲେ, ଏ ପ୍ରସଙ୍ଗରେ କାହିଁକି ଓଡ଼ିଶା ବିଜେପି ନେତାଏ କିଛି କହୁନାହାଁନ୍ତି?
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜୁନିୟର ଆସିଷ୍ଟାଣ୍ଡ ଏବଂ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।
ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।
କାଁ ଭାଁ ଲାଗିଛି, ଅନ୍ୟ କେଉଁଠି ନାହିଁ ଚିହ୍ନବର୍ଣ୍ଣ । ସିଜିନାଲ ଗଛ, ମରିଗଲା ବୋଲି କହିଲେ ମେୟର । ଦୁର୍ନୀତି ଗନ୍ଧ ବାରିଲେ ବିରୋଧୀ ।
ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।
କାଲି ସବୁ ଥାନାରେ FIR ଦେବ ବିଜେପି । ଶନିବାର SP ଅଫିସ ଆଗରେ ବିକ୍ଷୋଭ । ରାଜ୍ୟରେ ଚାଲିଛି ହିଟଲରୀ ଶାସନ କହିଲା କଂଗ୍ରେସ ।
ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ମେଡିସିନ୍ର ଚେର। ବରଗଡ଼, ଝାରସୁଗୁଡ଼ାରୁ ମିଳିଥିବା ନକଲି ଔଷଧ ଲିଙ୍କ୍ରେ ୟୁପିର ସିଗ୍ରାରେ ବଡ଼ ଧରଣର ରେଡ୍ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ହୋଇଛି।