• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରଡି ଛାଡି କାନ୍ଦୁଛି ମାଆ...ଧୈର୍ଯ୍ୟହରା ହେଉଛି ବାପା । ମେଡିକାଲ ପରିସରରେ ଲାଗିଛି ଗହଳି...ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ସେଇଠି କଣ ହେଲା ? ଏମାନେ କାହିଁକି ଏମିତି କାନ୍ଦୁଛନ୍ତି ? ଭେଣ୍ଡିଆ ପୁଅ ଯେବେ ମେଡିକାଲରେ ମରି ପଡିଥିବ ସେତେବେଳେ ବାପା-ମାଆ ରାହା ଧରି କାନ୍ଦିବେ ନାହିଁ ତ କରିବେ କଣ ?

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି । ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ ?  ଘରୋଇ କ୍ଲିନିକ୍‌ର ଭୁଲ ପାଇଁ ଆଜି ଖାଲି ହୋଇଗଲା ମାଆ କୋଳ । ପୁଅର ଦେହ ଖରାପ ଥିବାରୁ ଘରୋଇ ମେଡିକାଲ ନେଇଥିଲେ ପରିବାର ଲୋକ । କିନ୍ତୁ ସେଠାରେ ଭୁଲ ଇଞ୍ଜକେସନ୍‌ ଦିଆଯାଇଥିଲା । ପୁଅ ଗୁରୁତର ହେବାରୁ ସାଙ୍ଗେ ସାଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେତେବେଳକୁ ପିଣ୍ଡରୁ ପ୍ରାଣ ଚାଲିଯାଇଥିଲା ।

ଭଦ୍ରକର ଶୁଭେନ୍ଦୁ...ହଠାତ୍‌ ଜ୍ୱର ହେବାରୁ ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିଲେ । ଡାକ୍ତର ଚିକିତ୍ସା ପରେ ଇଂଜେକସନ୍ ଲେଖିଥିଲେ । ହେଲେ ସାଙ୍ଗେ ସାଙ୍ଗେ ରିଆକ୍ସନ୍‌ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖାଲି ଅଭିଯୋଗ କରିଛନ୍ତି ତାହା ନୁହେଁ ବରଂ ଡାକ୍ତରଙ୍କ ଭୁଲ ପାଇଁ ଶୁଭେନ୍ଦୁଙ୍କର ଜୀବନ ଯାଇଥିବା ସଙ୍ଗୀନ ଅଭିଯୋଗ ବି କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲରେ ମୃତ ଘୋଷଣା ହେବା ପରେ ପରିବାର ଲୋକ ସେହି କ୍ଲିନିକକୁ ଶବ ନେଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ଆସିଥିଲା । ପୋଲିସ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ବି ପରିସ୍ଥିତି ଉତ୍ତେଜନାମୂଳକ ଥିଲା ।

ଦର୍ଶକବନ୍ଧୁ...ଜୀବନ ବଂଚାଇବା ପାଇଁ ଆମେ ମେଡିକାଲ ଦଉଡନ୍ତି.. ଡାକ୍ତରଙ୍କୁ ଆମେ ଦେବତା ବୋଲି ବି କୁହନ୍ତି । କିନ୍ତୁ ସେହି ଡାକ୍ତରଙ୍କ ପାଇଁ ଯଦି ଜଣଙ୍କ ଜୀବନ ଯାଏ ତେବେ ଆମେ କାହାକୁ କହିବା ? ଜନ୍ମ କରିଥିବା ପିଲା ଯଦି ମାଆ ଆଗରୁ ଦୁନିଆ ଛାଡିଯାଏ ସେ କଷ୍ଟକୁ ଶବ୍ଦରେ ବର୍ଣ୍ଣନା କରିବା ବି ଅସମ୍ଭବ...

ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ, ଓଟିଭି