Advertisment

ବନ୍ଧୁତା ଏମିତି ! ଜଣେ ରୋଗୀ , ଜଣେ ଭୋଗି

ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍‌ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।

author-image
Sarbeswar
ଅଦ୍ୟତନ ହୋଇଛି
Friendship Of These Elderly Men Will Melt Your Heart

Friendship

ହ୍ୱିଲ ଚେୟାରରେ ଘରୁ ଧରି ଧରି ଆଣି ବସାଉଛନ୍ତି, ବୃଦ୍ଧ ଜଣକ ବସିବା ପରେ ତାଙ୍କୁ ଗାଁ ଭିତରକୁ ବୁଲାଇବାକୁ ଆଉ ଜଣେ ବୃଦ୍ଧା ନେଉଛନ୍ତି । ଆଉ ଏମାନେ ଯେତେବେଳେ ସାଙ୍ଗ ହୋଇ ଯାଉଛନ୍ତି ସେତେବେଳେ ଦୁହେଁ ପରସ୍ପର ସହ ବେଶ୍‌ କିଛି କଥା ବି ହେଉଛନ୍ତି । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ହ୍ୱିଲ ଚେୟାରରେ ବସିଥିବା ବୃଦ୍ଧଙ୍କର ସିଏ ନିଶ୍ଚୟ ପୁଅ କି ପୁତୁରାହୋଇଥିବେ ନହେଲେ ସମ୍ପର୍କୀୟ ହୋଇଥିବ । ନା ଦର୍ଶକବନ୍ଧୁ ସେମାନେ ପରସ୍ପର ପରିବାରର ସଦସ୍ୟ ନୁହନ୍ତି କି ସମ୍ପର୍କୀୟ ବି ନୁହନ୍ତି ବରଂ ଏମାନେ ପିଲାଟି ଦିନରୁ ସାଙ୍ଗ ।

Advertisment

ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍‌ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।

ଅଧିକ ପଢ଼ନ୍ତୁ: ଅମୂଲ୍ୟ ଏ ବନ୍ଧୁତା ସତେ, ଜେସିକାକୁ ନିତିଦିନ ପିଠିରେ ବୋହି ସ୍କୁଲ ଯାଏ ମାଙ୍ଗ୍ରି

Advertisment

ଶମ୍ଭୁ ଓ ଟେଙ୍ଗନା ପେଶାରେ ଦୁହେଁ ଚଷାଘରର ପୁଅ । ଯବାନ ଥିଲା ବେଳେ ବିଲବାଡିରେ ଚାଷ କରି ପରିବାର ପୋଷୁଥିଲେ । ହେଲେ ଭାଗ୍ୟର ବିଡମ୍ବନା ୬ ବର୍ଷ ହେଲା ଶମ୍ଭୁ ପାରାଲିସିସ୍ ରୋଗରେ ପଡିଛନ୍ତି । ରୋଗରେ ପଡିବା ପରେ ଶମ୍ଭୁ ଓ ଟେଙ୍ଗନାଙ୍କ ମଧ୍ୟରେ ଦୂରତା ବଢିନି ବରଂ କମିଛି । ପୂର୍ବରୁ ଯେଉଁଠିକୁ ଯିବାକୁ ହେଲେ ପୂର୍ବରୁ କଥାବାର୍ତ୍ତା ହୋଇ ସେଇଠାରେ ଉଭୟ ପହଞ୍ଚୁଥିଲେ। କିନ୍ତୁ ଏବେ ଶମ୍ଭୁଙ୍କୁ ନେବାକୁ ଘରକୁ ଆସୁଛନ୍ତି ଟେଙ୍ଗନା । ଯେଉଁଥିରେ ଉଭୟ ଉଭୟଙ୍କ ସହ ବେଶି ସମୟ ବିତାଇପାରୁଥିବା କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟଙ୍କ ବୟସ ୭୦ ଉପରେ ହେଲାଣି । କିନ୍ତୁ କେହି ହାର ମାନିନାହାନ୍ତି । ଏବେ ବି ସାଙ୍ଗ ହୋଇ ବସାଉଠା କରିବା ସହିତ ଖିଆପିଆ ସହ ସବୁ କାମ ମିଳିମିଶି କରୁଛନ୍ତି । ଯେମିତି ଶପଥ ନେଇଛନ୍ତି ସାଙ୍ଗ ହୋଇ ବଞ୍ଚିବେ...ଆଉ ଜୀବ ଥିବା ଯାଏଁ ଏମିତି ଚଳୁଥିବେ... ତେବେ ଏମାନଙ୍କ ବନ୍ଧୁତ୍ୱକୁ ନେଇ ପୂରା ଅଂଚଳରେ ଚର୍ଚ୍ଚା ହେଉଥିବା ଖୋଦ୍‌ ଜିଲ୍ଲାପାଳ ମଧ୍ୟ ବନ୍ଧୁତାକୁ ନେଇ କରିଛନ୍ତି ପ୍ରଶଂସା...।

(ରିପୋର୍ଟ- ଦିଲ୍ଲୀପ କୁମାର ସାହୁ, ବିନିକା)

True Friendship Friendship Goals
Advertisment
Advertisment