Advertisment

ତେଜିଲା ବିଜେପି-ବିଜେଡି ଲଢ଼େଇ ! ଡିଜିିଙ୍କ ବିରୋଧରେ ସବୁ ଥାନାରେ ବିଜେପିର ଏତଲା

ଆସନ୍ତାକାଲି ସବୁ ଏସ୍‌ପି ଓ ଡିସିପି ଅଫିସ ଘେରାଉ । କାଉଣ୍ଟରରେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD - BJP

BJD - BJP

ପୋଲିସ ମୁଖିଆଙ୍କ ବିରୋଧରେ ଥାନାରେ ଫେରାଦ । ରାଜ୍ୟର ସବୁ ଥାନାରେ ଏତଲା ଦେଲା ବିଜେପି । ଡିଜିପି, ପୋଲିସ କମିଶନର ଓ ଭୁବନେଶ୍ୱ ର ଡିସିପିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି । ଫେବୃଆରୀ ୨୮, ବିଧାନସଭା ଘେରାଉ ବେଳେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୋଲିସର ଆକ୍ରମଣ, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହ ମିଛ ମାମଲା ରୁଜୁ କରି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଜଣଙ୍କୁ ଗିରିଫର ପ୍ରତିବାଦ ।

Advertisment

ମହାତ୍ମାଗାନ୍ଧୀ ମାର୍ଗରେ ଘଟିଥିବା ଲଙ୍କାକାଣ୍ଡ ପରେ ବିଜେପି ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ପୋଲିସ ବିରୁଦ୍ଧରେ ଏତଲା ଦେଇଥିଲେ ବି ତାହାକୁ ରଖିନଥିଲା ପୋଲିସ୍ । ଯେଉଁଥିଲାଗି ଆଜି ବିଜେପି ସବୁ ଥାନାରେ ଏତଲା ଦେଇଛି । ଖାଲି ସେତିକି ନୁହେଁ ତିନି ପୋଲିସ ମୁଖିଆଙ୍କ ବିରୋଧରେ ମାମଲା ରୁଜୁ ନହେଲେ ଆଗାମୀ ଦିନରେ ନ୍ୟାୟାଳୟକୁ ଯିବ ବୋଲି ଦଳ କହିଛି । ଆସନ୍ତାକାଲି ସବୁ ଏସପି ଓ ଡିସିପି ଅଫିସ୍ ଘେରାଉ କରିବ ଦଳ । ବିଜେଡି କହିଛି ଏତଲା ନାଁରେ ଡ୍ରାମା କରୁଛି ବିଜେପି ।

ସେପଟେ ବିଜେପିକୁ କାଉଣ୍ଟର କରି ଆଜି ବିଜେଡି ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ହଲ୍ଲା ବୋଲ୍ କରିଛି । ଚୁଲି ଜାଳି, ଗ୍ୟାସ୍ ସିଲିଣ୍ଡରକୁ ରାସ୍ତାରେ ଥୋଇ ପ୍ରତିବାଦ କରିଛି ବିଜୁ ମହିଳା ଜନତା ଦଳ । ଖାଲି ସେତିକି ନୁହେଁ ଚାଲି ଚାଲି ରାଜଭବନ ଯାଇ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ବିଜେଡି ।

Advertisment

ଜବାବରେ ବିଜେପି କହିଛି ଗ୍ୟାସ ଦର ବୃଦ୍ଧି ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ, ପ୍ରତିବାଦ ନକରି ଶାସକ ଦଳ ଟାକ୍ସ ଛାଡ କରନ୍ତୁ। କଂଗ୍ରେସ କହିଛି ନିର୍ବାଚନ ପାଖଉଥିବାରୁ ଦୁଇ ଦଳ ପ୍ରତିଯୋଗିତା ମୂଳକ ଭାବେ ପ୍ରତିବାଦ କରୁଛନ୍ତି, ୨୦୨୪ରେ ଲୋକେ ଉଭୟ ଦଳଙ୍କୁ ଜବାବ ଦେବେ ।

ତୈଳ ଓ ଗ୍ୟାସ ଦର ବୃଦ୍ଧି ନେଇ ବେଶ୍ କିଛି ଦିନର ନିରବତା ପରେ ବିଜେଡି ଏବେ ଏହାକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଛି । ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ କେହି କାହାରିକୁ ମାଇଲେଜ ଦେବାକୁ ପ୍ରସ୍ତୁତ ନଥିବାବେଳେ ଆଗକୁ କଡା ଟକ୍କର ଦେଖିବାକୁ ମିଳିପାରେ ।

BJD BJP Odisha Politics
Advertisment
Advertisment