ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।
ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।
ବାଲେଶ୍ୱର ସଦର ଉପନିର୍ବାଚନରେ ହାତରୁ ଏ ଆସନ ଖସିଯାଇଥିଲା କିନ୍ତୁ ଧାମନଗର ବାଇଇଲେକସନ ବିଜୟ ଯୋଶ ଫୋରାଇ ଦେଇଛି । ତେଣୁ ଆଗକୁ ବିଜେପି ହାରିଥିବା ରାଜ୍ୟର ସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ର ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।
ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।
ହୋଲି ଖେଳ ସାରି ଗାଧୋଇବା ବେଳେ ଭାସି ଯାଇ ୨ ଭାଇ ମୃତ
ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି
ଆଦର୍ଶ ଥାନା । ବୀରମହାରାଜପୁର...ଏଇ ଥାନାରେ ହେଲା ବାହାଘର । ଆଉ ବାହାଘରରେ ସାମିଲ ଥିଲେ ପୋଲିସ ବାବୁ । ଦେବୀ ଦୁର୍ଗାଙ୍କୁ ସାକ୍ଷୀ ରଖି ନିରାଡମ୍ବର ଭାବରେ ଥାନାରେ ହେଲା ବାହାଘର । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ।
ମେଡିକାଲ ବେଡ୍ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି
କବାଟଦରହ ଏକ ଏମିତି ପର୍ଯ୍ୟଟନସ୍ଥଳୀ ଯାହା ସବୁବେଳେ ସବୁ ଋତୁରେ ପର୍ଯ୍ୟଟକଙ୍କୁ ନିଜର ମନୋରମ ଶୋଭାରେ ବାନ୍ଧି ରଖିଥାଏ । କିନ୍ତୁ ଶୀତ ଦିନେ କବାଟଦରହର ଅପରୂପ ଶୋଭାରେ ମତୁଆଲ ହୋଇଯାଏ ପର୍ଯ୍ୟଟକ । ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା କରେ ଦେଖଣାହାରି । ତେବେ ଆବଶ୍ୟକ ଗମନାଗମନ ବ୍ୟବସ୍ଥା ସହ ପାନୀୟ ଜଳ, ବିଶ୍ରାମଘରର ବ୍ୟବସ୍ଥା ହେଲେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢିଯାନ୍ତା ।
କେନ୍ଦ୍ରାପଡ଼ା ଜିଲ୍ଲା ପଲେଇ ପଞ୍ଚାୟତର କିଛି ମହିଳାଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୧୧ଜଣ ମହିଳା ଏକାଠି ହୋଇ ଏହିସବୁ ରଙ୍ଗୀନ ମାଛଚାଷ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ସହାୟତାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବେଶ୍ କାୟା ବିସ୍ତାର ବି କରିସାରିଲାଣି। ଜୟଦୂର୍ଗା ସ୍ଵଂୟ ସହାୟକ ଗୋଷ୍ଠୀ ଏବେ ୩୨ ଟି ସ୍ଵତନ୍ତ୍ର କୁଣ୍ଡ ତିଆରି କରି ବଜାରର ଚାହିଦା ଅନୁଯାୟୀ ବିଶେଷ କରି ମଲ୍ଲି ଏବଂ ଗୋପୀ ପ୍ରଜାତିର ରଙ୍ଗୀନ ମାଛ ଏଠାରେ କରାଯାଉଛି ଚାଷ ।
ଦୁଇଟି ଯାକ କିଡନୀ ଖରାପ ହୋଇଥିବାରୁ ଏବେ ଚିକିତ୍ସା ନିହାତି ଦରକାର । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଦରକାର । ମନୋରଂଜନ ଘରେ ପରିବା ପରେ ରୋଜଗାର ତ ଟଙ୍କାଟିଏ ହେଉନାହିଁ ସେଇଠି ୨୫ ଲକ୍ଷ ଆସିବ ବା କେଉଁଠୁ ? ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଖଣ୍ଡକ ମିଳିଛି ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଦିନ ଯେତିକି ଯେତିକି ବଢୁଛି ତାଙ୍କ ଯନ୍ତ୍ରଣା ବି ସେତିକି ସେତିକି ବଢିବାରେ ଲାଗିଛି
ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା
ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ
ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।
ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।
ଶାଶୂଘରକୁ ଆସିଥିଲା ସ୍ୱପ୍ନ ନେଇ...ହେଲେ ସବୁ ଚୁରମାର ହୋଇଗଲା । ୧୨ ଦିନ ତଳେ ଯେଉଁ ଘରକୁ ସବାରୀ ଯାଇଥିଲା...ଆଜି ସେହି ଘରୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । କଟକ ନରସିଂହପୁର ନିମସାହିରେ ଘଟିଛି ଏମିତି ଅଭାବନୀୟ ଘଟଣା । ଆଉ ମୃତ ନବବଧୂ ଜଣଙ୍କ ହେଉଛନ୍ତି ମିନାକ୍ଷୀ ନାଏକ ।
ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍କୁ ଭଲଭାବରେ ମାଲିସ କରନ୍ତୁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୧୧ ଓ ୧୨ରେ ତରଙ୍ଗ ପକ୍ଷରୁ ୨ଦିନିଆ ସିନେ କନକ୍ଲେଭ୍ । ପ୍ରଦର୍ଶିତ ହେବ ଆଞ୍ଚଳିକ ଭାଷାର ସିନେମା ।
ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ । କଳାକାରଙ୍କ ସ୍ୱାଗତ, ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ।
ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ରାତି ପାହିଲେ ରଙ୍ଗର ପର୍ବ ହୋଲି ।
କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ବଢିିଲା ସନ୍ଦେହ । କ୍ରାଇମବ୍ରାଂଚ ଓ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....
ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା କହି ସାଂଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ ।