ଯେଉଁ ଜୁଇରେ ସାଙ୍ଗକୁ ପୋଡ଼ା ହେଉଥିଲା, ସେହି ଜୁଇକୁ ଡେଇଁ ସାଙ୍ଗ ପ୍ରାଣ ହରାଇଲା । ଏହି ଘଟଣା ଆପଣଙ୍କୁ ସହଜରେ ହଜମ ହେଉନଥିଲେ ବି ସତ ।
ଦୀର୍ଘ ୫୫ ବର୍ଷ ପରେ ସେ ନିଜ ବନ୍ଧୁ ଖୋଜି ପାଇଛନ୍ତି । ଖୋଜିବାର କାରଣ ହେଉଛି ସ୍କୁଲ୍ ବେଳର ସେହି ସୁନା ମୁଦି ଫେରାଇବା ପାଇଁ ।
ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।